ଓଲଟି ଗଲା ବିଜେଡି: ପ୍ରଶ୍ନୋତ୍ତର କାଳରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିଲେ ବିରୋଧୀ ଦଳ
Advertisement
Article Detail0/zeeodisha/odisha2396766

ଓଲଟି ଗଲା ବିଜେଡି: ପ୍ରଶ୍ନୋତ୍ତର କାଳରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିଲେ ବିରୋଧୀ ଦଳ

ବାଚସ୍ପତି ପ୍ରଶ୍ନୋତ୍ତର କାଳ ଜାରି ରଖିବାରୁ  ବିଜେଡି  ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ମାଧବ ଧଡ଼ା ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିବା ଦେଖାଯାଇଥିଲା। ଏହାକୁ ତୀବ୍ର ନିନ୍ଦା କରିଛି ଶାସକ ବିଜେପି। ଆଲୋଚନା କରିବା ପାଇଁ ସରକାରୀ ଦଳ ପ୍ରସ୍ତୁତ ଥିବା ବେଳେ ଜଣେ ମହିଳା ବାଚସ୍ପତିଙ୍କୁ ଅପମାନିତ କରିବା ଶୋଭନୀୟ ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ  ଟଙ୍କଧର ତ୍ରିପାଠୀ। 

ଓଲଟି ଗଲା ବିଜେଡି: ପ୍ରଶ୍ନୋତ୍ତର କାଳରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିଲେ ବିରୋଧୀ ଦଳ

ଭୁବନେଶ୍ୱର: ବିରୋଧୀ ଦଳରେ ବସିବା ପରେ ସମ୍ପୂର୍ଣ୍ଣ ୟୁଟର୍ନ ନେଇଛି ବିଜୁ ଜନତା ଦଳ। ଯେଉଁ ପାର୍ଟି ବିଧାନସଭାରେ ଶୃଙ୍ଖଳା, ନୈତିକତା କଥା କହୁଥିଲା ତାହା ଏବେ ସେତେବେଳର ବିଶୃଙ୍ଖଳାକୁ ଆପଣାଇଛି। ଗୃହର ମଧ୍‍ୟଭାଗରେ ନାରା ଲଗାଇବା ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ବଦଳରେ କ୍ୟାମେରା ଆଗରେ ବାଚସ୍ପତିଙ୍କ ଟେବଲ ଉପରେ ଚଢ଼ିବା ଭଳି ଅଶୋଭନୀୟ କାଣ୍ଡ ଘଟାଇଥିବା ପରିଲକ୍ଷିତ ହୋଇଛି। ପୁଣି ଏପରି ଘଟଣା ବିଧାନସଭାର ଲାଇଭ୍‍ ବ୍ରଡ୍‍କାଷ୍ଟ ହୋଉଥିବା ସମୟରେ ହିଁ ଆୟୋଜନ କରାଯାଉଛି। ଦିନେ ନୁହେଁ କି ଦୁଇଦିନ, ଲଗାତାର ଏହି ଆଚରଣ ଯୋଗୁ ପ୍ରଶ୍ନୋତ୍ତର କାଳ ବାଧାପ୍ରାପ୍ତ ହେଉଛି। ଆଉ ଯେତେବଳେ ପ୍ରଶ୍ନୋତ୍ତର କାଳ ଶେଷ ହେଉଛି ସେତେବଳେ ପୁଣି ଆଲୋଚନାରେ ଭାଗ ନେଉଛନ୍ତି। ଏହାକୁ ନେଇ ସମାଲୋଚନା କରିଛନ୍ତି ଶାସକ ଦଳ। 

ଆଜି ଗୃହ ଆରମ୍ଭରୁ ବାଚସ୍ପତି ପ୍ରଶ୍ନୋତ୍ତର କାଳ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପୂର୍ବରୁ ବାଚସ୍ପତିଙ୍କ କାର୍ଯ୍ୟାଳୟ ବିରୋଧୀ ଦଳଙ୍କ ଦ୍ୱାରା ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ନିୟମ ଅନୁସାରେ ପ୍ରଶ୍ନାତ୍ତର କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା କରାଯାଇ ନଥାଏ। ହେଲେ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଗ୍ୟହର ମଧ୍ୟଭାଗକୁ ଚାଲି ଆସିଥିଲେ। ଗଞ୍ଜାମ ଜିଲ୍ଲା ଚିକିଟି ମଦମୃତ୍ୟୁ ପ୍ରସିଙ୍ଗକୁ ନେଇ ନାରା ଲଗାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।  

ଏତିକିରେ ସରି ନଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାଳ ଜାରି ରଖିବାରୁ  ବିଜେଡି  ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ମାଧବ ଧଡ଼ା ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିବା ଦେଖାଯାଇଥିଲା। ଏହାକୁ ତୀବ୍ର ନିନ୍ଦା କରିଛି ଶାସକ ବିଜେପି। ଆଲୋଚନା କରିବା ପାଇଁ ସରକାରୀ ଦଳ ପ୍ରସ୍ତୁତ ଥିବା ବେଳେ ଜଣେ ମହିଳା ବାଚସ୍ପତିଙ୍କୁ ଅପମାନିତ କରିବା ଶୋଭନୀୟ ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ  ଟଙ୍କଧର ତ୍ରିପାଠୀ। 
ଅପରପକ୍ଷେ କଂଗ୍ରେସ ଓ ବିଜେଡି ପକ୍ଷରୁ ସରକାରୀ ଉଦାସୀନତାକୁ ଦାୟୀ କରାଯାଇଛି। ସରକାର ନିଜର ନିରୀହ ପଣକୁ ଦେଖାଇ ଖସିବାକୁ ଚେଷ୍ଟା କରୁଛନ୍ତି ହେଲେ ରାଜ୍ୟରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ୍‍।  ସେ କହିଛନ୍ତି ସରକାର କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ମଦ ବନ୍ଦ କରିବେ ବୋଲି କହୁଥିଲେ ହେଲେ ଏଥର ବଜେଟରେ ୧୫ ପ୍ରତିଶତ ଅର୍ଥ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିରଦୋସ୍‍। ସରକାରଙ୍କ ଏହି ଉଦାସୀତା ଫଳରେ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ୁଛି ବୋଲି ସେ କହିଛନ୍ତି। ବିଜେଡି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ମନ୍ତ୍ରୀ ରାଜ୍ୟରେ ମଦ ଓ ନିଶା କାରବାରକୁ ରୋକ ଦେବାରେ ବିଫଳ ହେଉଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ  ସାରଦା ଜେନା।

ଗତ ୨୧୦ ତାରିଖରେ ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ଅପମିଶ୍ରିତ ମଦ ପିଇ ୩୦ରୁ ଅଧିକ ପ୍ରଭାବିତ ହୋଇଥିଲେ। ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ରହିଛନ୍ତି। ଏହି ଘଟଣା ଏବେ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇଛି। ଏ ଘଟଣାକୁ କେନ୍ଦ୍ରକରି ବିଧାନସଭାରେ ଗଲା ତିନି ଦିନହେଲା ଅଚଳାବସ୍ଥା ଜାରି ରହିଛି। ପ୍ରଶ୍ନୋତ୍ତର କାଳ ପ୍ରଭାବିତ ହୋଇଛି। ଆଜି ମଧ୍ୟ ପ୍ରଶ୍ନୋତ୍ତର କାଳ ପ୍ରଭାବିତ ହୋଇଥିଲା। ପରେ ଗୃହ ସ୍ୱଭାବିକ  ଭାବେ ଆଲୋଚନାରେ ଭାଗ ନେଇଥିବା ଦେଖିବାକୁ ମିଳିଛି।

Also Read- Top 10 News Today: ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପିଏମ ମୋଦୀ ଓ ଅନ୍ୟାନ୍ୟ ଖବର

Also Read- Weekly Family Astrology: ୨୬ ଅଗଷ୍ଟରୁ ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନ ହେବ ମଧୁରମୟ