ଟ୍ରକ୍ ସହ ଟାଟା ମ୍ୟାଜିକ ଧକ୍କା, ଜଣେ ଗୁରତର, ଡ୍ରାଇଭର୍ ଫେରାର୍
Advertisement
Article Detail0/zeeodisha/odisha2157546

ଟ୍ରକ୍ ସହ ଟାଟା ମ୍ୟାଜିକ ଧକ୍କା, ଜଣେ ଗୁରତର, ଡ୍ରାଇଭର୍ ଫେରାର୍

ଏକ ଟାଟା ମ୍ୟାଜିକକୁ ଧକ୍କା ଦେବା ପରେ ଟ୍ରକଟି ରାସ୍ତା କଡରେ ଥିବା ଏକ ପାନ ଦୋକାନ ଉପରେ ଚଢିଯାଇଥିଲା । ଦୋକାନୀ ଜଣକ ରାତିରେ ନିଜ ଦୋକାନ ଘରେ ଶୋଇଥିଲେ ସକାଳୁ ଅଚାନକ ଟ୍ରକଟି ଦୋକାନକୁ ଧକ୍କା ଦେବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି ।

ଟ୍ରକ୍ ସହ ଟାଟା ମ୍ୟାଜିକ ଧକ୍କା, ଜଣେ ଗୁରତର, ଡ୍ରାଇଭର୍ ଫେରାର୍

ବାଲେଶ୍ୱର: ବସ୍ତା ମଧ୍ୟ ଦେଇ ଯାଇଥିବା ୬୦ ନମ୍ୱର ଜାତୀୟ ରାଜପଥର ଗୁଡିଆଳ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଟାଟା ମ୍ୟାଜିକକୁ ଧକ୍କା ଦେବା ପରେ ଟ୍ରକଟି ରାସ୍ତା କଡରେ ଥିବା ଏକ ପାନ ଦୋକାନ ଉପରେ ଚଢିଯାଇଥିଲା । ଦୋକାନୀ ଜଣକ ରାତିରେ ନିଜ ଦୋକାନ ଘରେ ଶୋଇଥିଲେ ସକାଳୁ ଅଚାନକ ଟ୍ରକଟି ଦୋକାନକୁ ଧକ୍କା ଦେବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି ।

ସୂଚନା ମୁତାବକ, କୋଇଲା ବୋଝେଇ ଟ୍ରକଟି ଜଳେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଟ୍ରକ ଡ୍ରାଇଭର ଗାଡି ଉପରୁ ଭାରସ୍ୟାମ ହରାଇଥିଲେ । ପ୍ରଥମେ ଟାଟା ମ୍ୟାଜିକ ସହ ଧକ୍କା ଏବଂ ପରେ ଦୋକାନକୁ ଧକ୍କା ଦେଇ ଓଲଟି ପଡିଥିଲା ଟ୍ରକ । ଦୁର୍ଘଟଣାପରେ ଟ୍ରକ୍ ଡ୍ରାଇଭର ଜଣକ ଦୁର୍ଘଟଣାସ୍ଥଳରୁ କେଉଁଆଡେ ଫେରାର୍ ହୋଇଯାଇଥିବା ଜଣାପଡିଛି । ଅନ୍ୟପଟେ ପାନ ଦୋକାନୀ ରବିନ୍ଦ୍ର ହାତୀଙ୍କ ଅବସ୍ଥା ଗୁରୁତର ହୋଇଥିବା କାରଣରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ବସ୍ତା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରବିନ୍ଦ୍ରଙ୍କ ଘର ତେନ୍ତୁଳିଆ ବୋଲି ଜଣାପଡିଛି । ଦୁର୍ଘଟଣାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read- ବିନ୍ଦୁ ସାଗରରୁ ମିଳିଲା ମହିଳାଙ୍କ ମୃତଦେହ

Also Read- Manish Kashyap: ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ମନୀଷ କାଶ୍ୟପ