Advertisement
Article Detail0/zeeodisha/odisha2484376
Zee OdishaOdisha Stateବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଦିନ ୨ଟା ସୁଦ୍ଧା କଟକରୁ ହଟିବ ତୋରଣ ଓ ଗେଟ୍

ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଦିନ ୨ଟା ସୁଦ୍ଧା କଟକରୁ ହଟିବ ତୋରଣ ଓ ଗେଟ୍

High court order: ତେବେ ଦଶହରା ସମୟରେ ତିଆରି ହୋଇଥିବା ସମସ୍ତ ତୋରଣ ଓ ଗେଟ୍ ହଟାଯିବ। ପୂଜା କମିଟି ତୋରଣ ନ ହଟାଇଲେ ସିଏମସି ଆବଶ୍ୟକ ପଦକ୍ଷେପ ନେବ। ସିଏମସି ଏନଫୋର୍ସମେଣ୍ଟ ଟିମ୍ ଓ ସ୍ଥାନୀୟ ଥାନା ଅଧିକାରୀ ତୋରଣ ଉଚ୍ଛେଦ କରିବେ। ଯେଉଁ କମିଟି ନିର୍ଦ୍ଦେଶ ପାଳିବେନି ଆସନ୍ତାବର୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଦିନ ୨ଟା ସୁଦ୍ଧା କଟକରୁ ହଟିବ ତୋରଣ ଓ ଗେଟ୍

କଟକ: ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କଟକରୁ ସମସ୍ତ ଅସ୍ଥାୟୀ ତୋରଣ ଓ ଗେଟ୍ ହଟାଇବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିନ ୨ଟା ସୁଦ୍ଧା କଟକରୁ ସମସ୍ତ ତୋରଣ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ତେବେ ଦଶହରା ସମୟରେ ତିଆରି ହୋଇଥିବା ସମସ୍ତ ତୋରଣ ଓ ଗେଟ୍ ହଟାଯିବ। ପୂଜା କମିଟି ତୋରଣ ନ ହଟାଇଲେ ସିଏମସି ଆବଶ୍ୟକ ପଦକ୍ଷେପ ନେବ। ସିଏମସି ଏନଫୋର୍ସମେଣ୍ଟ ଟିମ୍ ଓ ସ୍ଥାନୀୟ ଥାନା ଅଧିକାରୀ ତୋରଣ ଉଚ୍ଛେଦ କରିବେ। ଯେଉଁ କମିଟି ନିର୍ଦ୍ଦେଶ ପାଳିବେନି ଆସନ୍ତାବର୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ଅନ୍ୟପଟେ ସାମୁଦ୍ରିକ ବାତ୍ୟା ଦାନା ପାଇଁ ରାଜ୍ୟ ସରକାର ବେଶ ସଚେତନ ଅଛନ୍ତି। ସମ୍ବେଦନଶୀଳ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହିତ ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ଜିରୋ କାଜୁଆଲଟି ନୀତି ଅବଲମ୍ବନ କରିଛନ୍ତି। ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖରାପ ପରିସ୍ଥିତି ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଉଚ୍ଚ ଆଲର୍ଟ ଜାରି କରିଛନ୍ତି। ଘର ଭିତରକୁ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

Add Zee News as a Preferred Source

ପର୍ଯ୍ୟଟକମାନେ ନିଜ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟରେ ଲୋକମାନେ ଏହି ବାତ୍ୟା ସମୟରେ ଯାତ୍ରା ନ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ୨୩ ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ଯାତ୍ରା କରିବା ବିପଦ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପ୍ରାୟ ୨୦୦ ଟ୍ରେନକୁ ବାତିଲ କରିଛି। ତେବେ କେଉଁ ସବୁ ଟ୍ରେନ ବାତିଲ ହୋଇଛି ତାଲିକା ଉପରେ ନଜର ପକାନ୍ତୁ। 

About the Author