Advertisement
Article Detail0/zeeodisha/odisha2313503
Zee OdishaOdisha StateOdisha News: ପାରଳାଖେମୁଣ୍ଡି ରଥଯାତ୍ରା କମିଟିର ଅଜବ ନୀତି, ଅନ୍ନଭୋଗ କମିଟିରେ ମୃତବ୍ୟକ୍ତିଙ୍କୁ କଲା ତାଲିକାଭୁକ୍ତ

Odisha News: ପାରଳାଖେମୁଣ୍ଡି ରଥଯାତ୍ରା କମିଟିର ଅଜବ ନୀତି, ଅନ୍ନଭୋଗ କମିଟିରେ ମୃତବ୍ୟକ୍ତିଙ୍କୁ କଲା ତାଲିକାଭୁକ୍ତ

Odisha News: ପାରଳାଖେମୁଣ୍ଡି ରଥଯାତ୍ରା ପାଳନ କମିଟିର ଅଜବ ନୀତି । ଏହି ନୀତି ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରଥଯାତ୍ରା ପାଳନ ଅବସରରେ ଅନ୍ନଭୋଗ କମିଟିରେ ଜଣେ ମୃତ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ କିପରି ରଖାଗଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

Odisha News: ପାରଳାଖେମୁଣ୍ଡି ରଥଯାତ୍ରା କମିଟିର ଅଜବ ନୀତି, ଅନ୍ନଭୋଗ କମିଟିରେ ମୃତବ୍ୟକ୍ତିଙ୍କୁ କଲା ତାଲିକାଭୁକ୍ତ

Odisha News: ପାରଳାଖେମୁଣ୍ଡି ରଥଯାତ୍ରା ପାଳନ କମିଟିର ଅଜବ ନୀତି । ଏହି ନୀତି ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରଥଯାତ୍ରା ପାଳନ ଅବସରରେ ଅନ୍ନଭୋଗ କମିଟିରେ ଜଣେ ମୃତ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ କିପରି ରଖାଗଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରଥଯାତ୍ରା କମିଟିର ଏକ ଉପ-କମିଟିରେ ଜଣେ ମୃତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହିଛି । ଯେଉଁ ବ୍ୟକ୍ତିଙ୍କ ନାମ ରହିଛି ସେ ହେଉଛନ୍ତି ଜି.ଭେଙ୍କଟ ରମଣା ଯିଏକି ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନମ୍ବର ୬ ର କାଉନସିଲର ଥିଲେ । ଗତ ତା.22.11.2023ରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗତ ତା.22.05.2024ରିଖରେ ୟୁନିୟନ ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ସଭାଗୃହରେ ଚଳିତ ବର୍ଷର ରଥଯାତ୍ରା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ପୂର୍ବାହ୍ନ 10.30ଘଣ୍ଟା ସମୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ପ୍ରକାର କମିଟ ଯଥା ରଥନିର୍ମାଣ କମିଟି, ମୀନାବଜାର ଟେଣ୍ଡର କମିଟି, ସୁଖୁଲା ଭୋଗ କମିଟି, ଅନ୍ନ ଭୋଗ କମିଟି, ଦାନ କମିଟି ଆଦି ଉପ-କମିଟି ଗୁଡିକ ଗଠନ ହୋଇଥିଲା । ତେବେ ଉକ୍ତ କମିଟିର ସମ୍ପାଦକ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ଦସ୍ତଖତ ସମ୍ବଳିତ ପ୍ରୋସିଡିଙ୍ଗ ଚିଠା ସଦସ୍ୟମାନଙ୍କୁ ଦିଆଯାଇଥିବା ପତ୍ର ସଂଖ୍ୟା ନମ୍ବର 425 ତା.28.05.2024ରିଖରେ ପ୍ରଦାନ କରାଯାଇଛି । ବିଡମ୍ବନାର ବିଷୟ ଏହିକି ଯେ, ଅନ୍ନଭୋଗ କମିଟିରେ ମୃତ କାଉନସିଲର ଜି.ଭେଙ୍କଟ ରମଣାଙ୍କ ନାମ ଉଲ୍ଲେଖ ରହିଛି । ତେବେ ଆଶ୍ଚର୍ଯ୍ୟର ବିଷୟ ଜଣେ ମୃତ ବ୍ୟକ୍ତି ତଥା ନିର୍ବାଚିତ ପ୍ରତିନିଧି ମୃତ୍ୟୁବରଣ କରିଥିଲେ ସୁଦ୍ଧା କିଭଳି ତାଙ୍କ ନାମ ସମ୍ପୂକୁ ଉପ କମିଟିରେ ରହିଲା ତାହା ରଥଯାତ୍ରା କମିଟିର କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି ଆଚରଣ ଦେଖାଇବା ଅପମାନର ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Add Zee News as a Preferred Source
About the Author