Lingaraj Temple: ନୂତନ ବର୍ଷରେ ଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ୩ ନୂଆ ନିୟମ
Advertisement

Lingaraj Temple: ନୂତନ ବର୍ଷରେ ଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ୩ ନୂଆ ନିୟମ

Lingaraj Temple: ନୂଆ ବର୍ଷରୁ ବଦଳିବ ଲିଙ୍ଗରାଜ ମନ୍ଦିରର (Lingaraj Temple) ଅନେକ ନିୟମ । ବର୍ଷ ଆରମ୍ଭ ହେବାର ୧୫ ଦିନ ମଧ୍ଯରେ ସେବାୟତଙ୍କ ପରିଚୟପତ୍ର ଲାଗି ମନ୍ଦିର ପ୍ରଶାସନକୁ ତାଲିକା ପ୍ରଦାନ କରାଯିବ। ଏଥିସହ ମନ୍ଦିର ଭିତରକୁ ପାନ, ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହିତ ପଲିଥିନ୍ ଓ ପ୍ଲାଷ୍ଟିକକୁ ମଧ୍ଯ ବାରଣ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Lingaraj Temple New rules: ନୂଆ ବର୍ଷରୁ ବଦଳିବ ଲିଙ୍ଗରାଜ ମନ୍ଦିରର (Lingaraj Temple) ଅନେକ ନିୟମ । ବର୍ଷ ଆରମ୍ଭ ହେବାର ୧୫ ଦିନ ମଧ୍ଯରେ ସେବାୟତଙ୍କ ପରିଚୟପତ୍ର ଲାଗି ମନ୍ଦିର ପ୍ରଶାସନକୁ ତାଲିକା ପ୍ରଦାନ କରାଯିବ। ଏଥିସହ ମନ୍ଦିର ଭିତରକୁ ପାନ, ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହିତ ପଲିଥିନ୍ ଓ ପ୍ଲାଷ୍ଟିକକୁ ମଧ୍ଯ ବାରଣ କରାଯାଇଛି । ସେହିପରି ନୂଆ ବର୍ଷ ଆରମ୍ଭରୁ ଓମଫେଡ଼ ଘିଅରେ (Omfed Ghee) ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କୋଠ ଭୋଗ (Kotha Bhoga) ରନ୍ଧା ହେବ ।

ସୂଚନାଯୋଗ୍ୟ, ମନ୍ଦିରର ସ୍ବଚ୍ଛତା ଓ ଧର୍ମୀୟ ଭାବନା ଦୃଷ୍ଟିରୁ ପାନ (paan), ଗୁଟଖା ବା ମଦ୍ୟପାନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଅନୁଚିତ୍ । ଅନେକ ସମୟରେ ଲୋକେ ଏହି ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳିଛି । ଯାହା ଫଳରେ ମନ୍ଦିର ପରିସରରେ କେଉଁ ପାନ ଛେପ ତ ଆଉ କେଉଁଠି ଭକ୍ତ ବା ଶ୍ରଦ୍ଧାଳୁ ଦୁର୍ବହାରର ଶିକାର ହୋଇଥିବା ଭଳି ଘଟଣା ସମ୍ନାକୁ ଆସିଥାଏ । ତେବେ ଏହି ନୂଆ ନିୟମ ଲାଗୁ ହେବା ପରେ ମନ୍ଦିର ଭିତରେ ପ୍ଲାଷ୍ଟିକ୍ ବଟଲ, ପଲି୍ଥିନ ଓ ଜରି ପ୍ୟାକେଟ୍ କୁ ସଂପୂର୍ଣ୍ଣ ବାରଣ କରାଯିବ । ସେହିପରି ମନ୍ଦିର ପରିସରରେ ସେବାୟତ ଓ ଅଣ ସେବାୟତ (Sevayat) ଉପସ୍ଥିତ ରହୁଥିବା ବେଳେ ଏଣିକି ପ୍ରକୃତ ସେବାୟତଙ୍କୁ ଚିହ୍ନିବା ସହଜ ହେବ । ଏନେଇ ମନ୍ଦିର ପରିଚାଳନା କମିଟି ତଥା ଟ୍ରଷ୍ଟ ବୋର୍ଡ଼ (lingaraj temple trust board) ବୈଠକରେ ନିଷ୍ପତ୍ତି ପରେ ବ୍ରାହ୍ମଣ ନିଯୋଗ, ବଡୁ଼ ନିଯୋଗ ଓ ପୂଜାପଣ୍ତା ନିଯୋଗ ମୁଖ୍ୟଙ୍କୁ ଚିଠି ଲେଖାଯାଇଛି । ଏଣିକି ସମସ୍ତ ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଏଥିଲାଗି ନିଯୋଗର ପ୍ରମୁଖଙ୍କୁ ତାଲିକା ମଗାଯାଇଛି ।  ଅନ୍ୟପଟେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ (lord lingaraj) କୋଠ ଭୋଗ ଓମଫେଡ଼ ଘିଅରେ ରନ୍ଧା ଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ ଖାଲି କୋଠ ଭୋଗ (Kotha Bhoga) କ’ଣ ପାଇଁ ସବୁ ଭୋଗରେ ଓମଫେଡ଼ ଘିଅର ବ୍ୟବହାର କରିବା ଲାଗି ନିୟମ କରିବାକୁ ସେବାୟତଙ୍କ ପକ୍ଷରୁ ଦାବି କରାଯାଇଛି ।

Also Read-Odisha News: ରାଜଧାନୀରେ ଜିରୋ ନାଇଟ୍ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ନୂଆବର୍ଷରୁ ଏହି ନୂଆ ନିୟମକୁ କଡ଼ାକଡି଼ ଭାବେ ଲାଗୁ କରାଯିବ । ଏହି ନିମୟକୁ ଟ୍ରଷ୍ଟ ବୋର୍ଡ଼ ବୈଠକରେ ଅନୁମତି ମିଳିବା ପରେ ମନ୍ଦିର ସେବାୟତ ମୁଖ୍ୟଙ୍କୁ ଚିଠି ଲେଖାଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ବା ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ଯକ୍ଷ ରୁଦ୍ରନାରାୟଣ ମହାନ୍ତି ଏହି ଚିଠି ସେବାୟତଙ୍କ ନିକଟକୁ ପଠାଇଛନ୍ତି ।