Odisha News: ରାଜଧାନୀରେ ଜିରୋ ନାଇଟ୍ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
Advertisement

Odisha News: ରାଜଧାନୀରେ ଜିରୋ ନାଇଟ୍ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

New Year Celebration: ରାତି ପାହିଲେ ନୂଆବର୍ଷ (New year 2024) । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଆରମ୍ଭ ହୋଇସାରିଛି ସେଲିବ୍ରେସନ୍ । ତେବେ ରବିବାର ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ଯ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସୌ(ସୋସିଆଲ ମିଡିଆ)

New Year Celebration: ରାତି ପାହିଲେ ନୂଆବର୍ଷ (New year 2024) । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଆରମ୍ଭ ହୋଇସାରିଛି ସେଲିବ୍ରେସନ୍ । କିଏ ପରିବାର ସହ ପିକନିକ୍ ଯାଉଛି ତ କିଏ ସାଙ୍ଗସାଥୀ ସହ ବଣଭୋଜି ପାଇଁ ବାହାରି ସାରିଛନ୍ତି । ସେହିପରି କିଏ କ୍ଲବ ଓ ପବ୍ ରେ ନିରୋ ନାଇଟ୍ ସେଲିବ୍ରେସନ୍ (Zero Night Celebration) ପାଇଁ ପ୍ଲାନ୍ କରିଛନ୍ତି । ତେବେ ରବିବାର ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ଯ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ନୂଆବର୍ଷ ସେଲିବ୍ରେସନ୍ କୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୋଲିସ (Commissionerate Police) ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ (DCP Prateek Singh) ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ୪ ଜଣ ଅତିରିକ୍ତ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ଓ ୮୭ ଏସଆଇ/ ଏଏସଆଇଙ୍କ ସମେତ ମୋଟ ୧୪ ପ୍ଲାଟୁନ୍ ପୋଲିସ ଫୋର୍ସ (Police Force) ମୁତୟନ ନେଇ ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ୍ ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭୁବନେଶ୍ବରର (Bhubaneswar) ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂକୁ କଡାକଡି଼ କରାଯିବ । ସେହିପରି ସହରର ପ୍ରାୟ ୨୯ଟି ସ୍ଥାନରେ ଏମଭି ଚେକିଂ କରାଯିବ। ଦ୍ରୁତ ଗତିରେ ଗାଡି଼ ଚାଳନା ଓ ନିଶା କାରବାର ଉପରେ ମଧ୍ୟ ନଜର ରଖିବ ପୋଲିସ । ସେହିପରି ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ବିଶେଷ ନଜର ରଖିବାକୁ ୧୮ଟି ସ୍ଥାନରେ ଚେକ୍ ପୋଷ୍ଟ (Check Post) କରାଯାଇଛି । ଏଥିସହ ୪ଟି ସ୍ଥାନ ଯଥା ମାଷ୍ଟରକ୍ୟାଣ୍ଟିନ, କଳ୍ପନା, ଖଣ୍ତଗିରି, ରସୁଲଗଡ଼ ଆଦି ଛକରେ କ୍ବିକ୍ ରେସପନ୍ସ ଟିମ୍ (Quick Response Team) ଉପସ୍ଥିତ ରହିବ । ଅନ୍ୟପଟେ ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ଓ ନାଲକୋ ଛକରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ କରାଯିବ ।

Also Read-Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସେହିପରି, ପର୍ଯ୍ୟଟନସ୍ଥଳୀ ଓ ଜନଗହଳକୁ ନଜରରେ ରଖି ୮ ସେକ୍ସନ୍ ପୋଲିସ ଫୋର୍ସ ମୁତୟନ ହେବେ । ଖାଲି ସ୍ଥାନରେ ଲାଉଡସ୍ପିକର ବଜାଇବା ପାଇଁ ରାତି ୧୦ଟା ଓ ହୋଟେଲ ଆଦିରେ ରାତି ୧୨ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ଜିରୋ ନାଇଟ୍ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ରହବେ ବୋଲି ଡିସିପି ସୂଚନା ଦେଇଛନ୍ତି ।