Tiger Basu: ସୁସ୍ଥ ଅଛି ବାସୁ, ଭିଡ଼ିଓ ସେୟାର କଲେ ବନ ଅଧିକାରୀ
Advertisement
Article Detail0/zeeodisha/odisha2087781

Tiger Basu: ସୁସ୍ଥ ଅଛି ବାସୁ, ଭିଡ଼ିଓ ସେୟାର କଲେ ବନ ଅଧିକାରୀ

ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରି ସୁସ୍ଥ ଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ବାସୁ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ନିଜ ଖୁଆଡ଼ରେ ଚଳାଚଳ କରୁଛି ବୋଲି ସେ ନିଜ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। 

Tiger Basu: ସୁସ୍ଥ ଅଛି ବାସୁ, ଭିଡ଼ିଓ ସେୟାର କଲେ ବନ ଅଧିକାରୀ

Tiger Basu: ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବାଘ ଖୁଆଡ଼ରେ ସାପ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ନନ୍ଦନକାନନର ବିରଳ ବାଘ ବାସୁ ରହୁଥିବା ଖୁଆଡ଼ରେ ୩୩ (କ) ରଖାଯାଇଥିଲା। ମଙ୍ଗଳବାର ଏହି ଖୁଆଡ଼ରେ ଏକ ଗାତରୁ ସାପ ବାହାରିଥିବା ଦେଖିବାକୁ ମିଳିଥିଲା। ବାସୁ ସାପକୁ ଗୋଡ଼ରେ ଆକ୍ରମଣ କରିବାରୁ ସାପଟି ବାସୁକୁ କାମୁ଼ଡ଼ି ଦେଇଥିଲା। ପର୍ଯ୍ୟଟକଙ୍କ ଠାରୁ ଖବର ପାଇଁ ବନ କର୍ମଚାରୀମାନେ ପହଞ୍ଚିଥିଲେ। କୁହାଯାଉଥିଲା ସାପ କାମୁଡ଼ାରେ ବାସୁ ଗୁରୁତର ହୋଇ ପଡ଼ିଥାଇପାରେ। କିନ୍ତୁ ବନ କର୍ମଚାରୀମାନେ ବାସୁ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ। 

ସେପଟେ ବାଘ ବାସୁ ସୁସ୍ଥ ଥିବା ନେଇ ବନ ଅଧିକାରୀ ସୁଶାନ୍ତ ନନ୍ଦ ବାଘ ବାସୁର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରି ସୁସ୍ଥ ଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଶ୍ରୀ ନନ୍ଦ କହିଛନ୍ତି କି ବାସୁ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ନିଜ ଖୁଆଡ଼ରେ ଚଳାଚଳ କରୁଛି ବୋଲି ସେ ନିଜ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି।