ବାଘ ଚମଡ଼ା ସହ ଦେଶୀ ବନ୍ଧୁକ ଜବତ,୩ ଅଟକ
Advertisement
Article Detail0/zeeodisha/odisha2402602

ବାଘ ଚମଡ଼ା ସହ ଦେଶୀ ବନ୍ଧୁକ ଜବତ,୩ ଅଟକ

Tiger skin: ଖବର ପାଇ ଆଜି ସକାଳୁ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ଏଠାକୁ ଆସି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳଛି।

ବାଘ ଚମଡ଼ା ସହ ଦେଶୀ ବନ୍ଧୁକ ଜବତ,୩ ଅଟକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ପକ୍ଷରୁ ହୀରାଲୋଇ ଗ୍ରାମରେ ଗତକାଲି ବିଳମ୍ୱିତ ରାତିରେ ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡ଼ା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୩ ଜଣ ଶିକାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ପୁଲିସ ଅଟକ ଅଭିଯୁକ୍ତକୁ ପଚରା ଉଚରା ଜାରି ରଖିଛି।

ସୂଚନା ଅନୁସାରେ, ହୀରାଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର କରାଯାଇ ହୀରାଲୋଇ ଗ୍ରାମର କିଛି ଶିକାରୀ ଘରେ ମୃତ ବାଘର ଚମଡ଼ା ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଫରେଷ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ସଦଳବଳେ ବିଳମ୍ବିତ ରାତି ପ୍ରାୟ ୨ଟାରେ ହୀରାଲୋଇ ଗ୍ରାମର ସମ୍ପୃକ୍ତ ଶିକାରୀମାନଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲେ। 

ଅନ୍ୟପକ୍ଷରେ ଏହି ଘଟଣାରେ ଗ୍ରାମର ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରାଯାଉଛି। ଖବର ପାଇ ମଙ୍ଗଳବାର ସକାଳୁ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ଏଠାକୁ ଆସି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳଛି। ତେବେ ଅନେକ ସମୟରେ ଶିକାରୀ ମାନେ ଏଭଳି ବିଭିନ୍ନ ପଶୁ ପକ୍ଷୀ ଶିକାର କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ବନ ବିଭାଗ ନଜର ଦେବାକୁ ଦାବି ହୋଇଛି।