Tirtol MLA Marriage: ବିବାହ କରିପାରିବେ ନାହିଁ ତିର୍ତ୍ତୋଲ ବିଧାୟକ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1996127

Tirtol MLA Marriage: ବିବାହ କରିପାରିବେ ନାହିଁ ତିର୍ତ୍ତୋଲ ବିଧାୟକ; ଜାଣନ୍ତୁ କାରଣ

Tirtol MLA Marriage Controversy: ଏବେ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ।

Tirtol MLA Marriage: ବିବାହ କରିପାରିବେ ନାହିଁ ତିର୍ତ୍ତୋଲ ବିଧାୟକ; ଜାଣନ୍ତୁ କାରଣ

Tirtol MLA Bijaya Shankar Das: ଏବେ ବିବାହ କରିପାରିବେ ନାହିଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ବିଧାୟକଙ୍କ ବିବାହ ଆବେଦନ ଖାରଜ କରିଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ବର୍ତ୍ତମାନ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିପାରିବେ ନାହିଁ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସ। ବିବାହ ପାଇଁ ଆବେଦନ ପତ୍ରରେ ତ୍ରୁଟି ଦର୍ଶାଇ ଏହାକୁ ଖାରଜ କରି ଦିଆଯାଇଛି। ଆବେଦନ ପତ୍ରରେ ପ୍ରତ୍ୟୁଷା ନନ୍ଦ ଅବିବାହିତ ବୋଲି ଦର୍ଶାଯାଇଥିଲା। 

ହେଲେ ପ୍ରତ୍ୟୁଷା ନନ୍ଦ ବିବାହ କରି ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କରିଥିବା ଆବେଦନ ପତ୍ରରେ ପ୍ରତ୍ୟୁଷାଙ୍କ ବିବାହ ଏବଂ ଛାଡ଼ପତ୍ର ସମ୍ପର୍କରେ କିଛି ଦର୍ଶାଯାଇ ନଥିଲା। ଏପରିକି ପ୍ରତ୍ୟୁଷା ଅବିବାହିତ ରହିଥିବାର କହିଥିଲେ। କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଅକ୍ଟୋବର ୨୧ ତାରିଖରେ ଏନେଇ ଆବେଦନ କରିଥିଲେ। ଯେଉଁ ଆବେଦନକୁ ବର୍ତ୍ତମାନ ଖାରଜ କରାଯାଇଛି।

ପୂର୍ବତନ ବାନ୍ଧବୀ ସୋମାଲିକା ଦାଶଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ବିବାଦୀୟ ହୋଇଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ଏହି ବିବାଦରୁ ସେ ମୁକୁଳି ନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ। ଯାହାକୁ ବିରୋଧ କରି ସବ ରେଜିଷ୍ଟାର କୋର୍ଟ ଠାରେ ଆବେଦନ କରିଥିଲେ ପୂର୍ବତନ ବାନ୍ଧବୀ। ତିର୍ତ୍ତୋଲ ବିଧାୟକ ଅଦଲତକୁ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ସୋମାଲିକା ଦାଶ। ଏନେଇ ସୋମାଲିକା ଅଦଲତରେ କହିଥିଲେ ଯେ ପ୍ରତ୍ୟୁଷା ପୂର୍ବରୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଛାଡ଼ପତ୍ର ହୋଇସାରିଛି। ବିବାହକୁ ନେଇ ହୋଇଥିବା ଆବେଦନରେ ପ୍ରତ୍ୟୁଷା ନନ୍ଦ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି। ପ୍ରତ୍ୟୁଷାଙ୍କ ବିବାହ ବେଳେ ବିଜୟ ଶଙ୍କର ସାକ୍ଷୀ ରହିଥିବାର କହିଛନ୍ତି ସୋମାଲିକା।