Srimandira: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ
Advertisement
Article Detail0/zeeodisha/odisha2411615

Srimandira: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ

 Srimandira: ମହାପ୍ରଭୁଙ୍କ ପାଖରେ ୧୮ ଘଣ୍ଟା ସେବା କରୁଥିବା ଖୁଣ୍ଟିଆ ନିଯୋଗକୁ ସାମିଲ କରିବାକୁ ଦାବି। ପୂର୍ବ ସରକାର ସମୟରେ ଚୟନ ପ୍ରକ୍ରିୟାରେ ପ୍ରିୟା ପ୍ରୀତି ତୋଷଣ ହେଉଥିବା ହୋଇଥିଲା ଅଭିଯୋଗ ।ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ତାଲିକା ପ୍ରକ୍ରିୟା ଆରମ୍ଭ ହେବାପରେ ସ୍ପଷ୍ଟତା ଆସିବ କହିଛନ୍ତି ଆଇନ ମନ୍ତ୍ରୀ ।

Srimandira: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ

Srimandira: ଆଜି ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ। କମିଟିର ହେବ ନବକଳେବର। କିଏ ହେବ ରିପିଟ,କିଏ ପଡିବ ବାଦ ତାକୁ ନେଇ ଚର୍ଚ୍ଚା ଜୋର। ବାଦ ପଡ଼ିବେ ଦୁଇଥର ପ୍ରତିନିଧିତ୍ଵ କରିଥିବା ସଦସ୍ୟ। ଲବିରେ ଅନେକ,ଚୟନରେ ସ୍ବଚ୍ଛତାକୁ ଜୋର୍ ଦେବ ଆଇନ ବିଭାଗ। ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ନିୟମିତ ସ୍ଥାନ ପାଉଥିବା ନିଯୋଗ ବାଦ ଅନ୍ୟ ନିଯୋଗକୁ ମିଳିବ କି ସ୍ଥାନ? ମହାପ୍ରଭୁଙ୍କ ପାଖରେ ୧୮ ଘଣ୍ଟା ସେବା କରୁଥିବା ଖୁଣ୍ଟିଆ ନିଯୋଗକୁ ସାମିଲ କରିବାକୁ ଦାବି। ପୂର୍ବ ସରକାର ସମୟରେ ଚୟନ ପ୍ରକ୍ରିୟାରେ ପ୍ରିୟା ପ୍ରୀତି ତୋଷଣ ହେଉଥିବା ହୋଇଥିଲା ଅଭିଯୋଗ ।ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ତାଲିକା ପ୍ରକ୍ରିୟା ଆରମ୍ଭ ହେବାପରେ ସ୍ପଷ୍ଟତା ଆସିବ କହିଛନ୍ତି ଆଇନ ମନ୍ତ୍ରୀ ।

କାର୍ଯ୍ୟକାରୀ ଶ୍ରୀମନ୍ଦିର ପରିଚାଳନା କମିଟିର ୩ ବର୍ଷ ଅବଧି ଆଜି ଶେଷ ହୋଇଛି। ଗତ ୩୦ ଅଗଷ୍ଟର ଶ୍ରୀମନ୍ଦିର ପରିଚାଳନା କମିଟି ର ବୈଠକରେ ସଦସ୍ୟ ମାନଙ୍କୁ ଦିଆଯାଇଛି ବିଦାୟକାଳୀନ ସମ୍ବର୍ଦ୍ଧନା।ତେବେ କମିଟିର ନବକଳେବର ହେବାକୁ ଥିବା ବେଳେ କାହାକୁ ସୁପାରିଶ କରାଯାଇଛି ବା କିଏ ହେବେ ନୂଆ ସଦସ୍ୟ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।ଶ୍ରୀମନ୍ଦିର ଆଇନ ଅନୁଯାୟୀ କମିଟିରେ ମୋଟ ୧୮ ଜଣ ସଦସ୍ୟ ରହୁଥିବା ବେଳେ ସେବାୟତ ଓ ମଠରୁ ପ୍ରାୟ ୭ ଜଣ ସଦସ୍ୟଙ୍କ ନାମ ଚୟନ ହୋଇଥାଏ। ବିଶେଷ ସାମାଜିକ କାର୍ଯ୍ୟ କରି ପ୍ରଶଂସା ପାଇଥିବା ଅନ୍ୟ ୨ ଜଣଙ୍କୁ ସରକାର କମିଟିରେ ସ୍ଥାନ ଦେଇଥାଆନ୍ତି। ଗଜପତି କମିଟିର ସ୍ଥାୟୀ ଅଧକ୍ଷ ହୋଇଥିବା ବେଳେ କାର୍ଯ୍ଯକାରୀ ଅଧ୍ଯକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ। ଏତଦ୍ବ୍ୟତୀତ କମିଟିରେ କମିଶନର, ଆଇନ ବିଭାଗ ସଚିବ ପ୍ରମୁଖ ସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥାଆନ୍ତି। ତେଣୁ ଏବେ ନୂଆ ପରିଚାଳନା କମିଟିରେ ସ୍ଥାନ ପାଇବାକୁ ଲବିରେ ଲାଗିପଡିଛନ୍ତି ବିଭିନ୍ନ ନିଯୋଗର ସେବାୟତ। ଅନ୍ୟପଟରେ ପରିଚାଳନା କମିଟି ଚୟନରେ ସ୍ବଚ୍ଛତା ପାଳନ ସହ ଆଇନ ବିଭାଗ ଦେଇଥିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ଦାବି ହୋଇଛି।

ସେପଟେ ଆଇନ ବିଭାଗ ପୂର୍ବରୁ ଚୟନରେ ସ୍ବଚ୍ଛତା ପାଇଁ ୮ ସୂତ୍ର ଦେଇସାରିଛି।

୧ - ମହାପ୍ରଭୁଙ୍କ ଅଧିକାଂଶ ସେବାପୂଜାରେ ଜଡ଼ିତ ନିଯୋଗ ମାନେ ଦୁଇଜଣଙ୍କ ନାମ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସୁପାରିଶ କରିବେ।

୨ - ତନ୍ମଧ୍ୟରୁ ୧୦ ଜଣ ସଦସ୍ୟଙ୍କ ନାମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରସ୍ତୁତ କରିବେ।ଯେଉଁମାନଙ୍କର ଅତୀତରେ ଉତ୍ତମ ସେବାପୂଜା ପରିଚାଳନାରେ ଅଭିଜ୍ଞତା ଥିବ ସେବାୟତ ତଥା ସେବାୟତ ନିଯୋଗ ସହ ଉତ୍ତମ ସମନ୍ୱୟ ଶ୍ରଦ୍ଧାଳୁଙ୍କ ପ୍ରତି ଉତ୍ତମ ବ୍ୟବହାର ରହିଥିବ।

୩- ଯଦି ନାମ ମନୋନୟନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦ୍ଵନ୍ଦରେ ରୁହନ୍ତି ତେବେ ଲଟେରୀ ବା ଗୁଳା ପକାଇବା ବ୍ୟବସ୍ଥା ଆପଣାଇ ପାରିବେ ।

୪ - ସେବାପୂଜା ସହ ଅଧିକ ଜଡ଼ିତ ନିଯୋଗର ପ୍ରତିନିଧିଙ୍କୁ କ୍ରମାନ୍ୱୟରେ ସୁଯୋଗ ମିଳିବ।

୫ - କୌଣସି ନିଯୋଗ ରୁ ଦୁଇ ଜଣ ସଦସ୍ୟ ଙ୍କ ନାମ ବିଚାରକୁ ନିଆଯିବ ନାହିଁ

୬ - କୌଣସି ବ୍ୟକ୍ତିଙ୍କ ନାମ ଦ୍ଵିତୀୟଥର ସୁପାରିଶ ହେବନାହିଁ

୭ - ନାମ ସୁପାରିଶ ବେଳେ ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ ନିଜସ୍ଵ ମତାମତ ଗୁପ୍ତ ରଖିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

୮ - ଶେଷରେ ସୁପାରିଶକୁ ଦୃଷ୍ଟିରେ ରଖି ଆଇନଗତ ବ୍ୟବସ୍ଥା ଅନୁଯାୟୀ ମନୋନୟନ ପ୍ରକ୍ରିୟା ଉପରେ ଚୁଡାନ୍ତ ନିଷ୍ପତ୍ତି ନେବ ଆଇନବିଭାଗ ।

ଅନ୍ୟପଟରେ ଛାମୁ ଖୁଣ୍ଟିଆ ନିଯୋଗ ଏନେଇ ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇସାରିଛି ।ନିୟମିତ ଭାବରେ କେବଳ ୫ ନିଯୋଗ ରୁ ସଦସ୍ୟ ଚୟନ ହେଉଥିବା ବେଳେ ଅନ୍ୟ ନିଯୋଗକୁ ସ୍ଥାନ ଦେବାକୁ ଦାବି ଯୋର ଧରିଛି ।ଖୁଣ୍ଟିଆ ନିଯୋଗର ସଭାପତି କହିଛନ୍ତି ଯେ ଖୁଣ୍ଟିଆ ସେବକ ମାନେ ଦୈନଦିନ ମହୋପ୍ରଭୁଙ୍କ ପାଖରେ ୧୮ ଘଣ୍ଟାର ନୀତି କରନ୍ତି। ଫୁଲ ଯୋଗାଇବା ଠାରୁ ଆରମ୍ଭ କରି ବିଲେଇ ଘଉଡାଇବା ଏବଂ ମହାପ୍ରଭୁଙ୍କ ଶ୍ରିଅଙ୍ଗ ସେବାରେ ନିୟୋଜିତ ଖୁଣ୍ଟିଆ ସେବକ ।ତେଣୁ ନିଯୋଗରୁ ପ୍ରତିନିଧିତ୍ଵ ପାଇଁ ସୁଯୋଗ ନମିଳିଲେ ସୁପ୍ରିମକୋର୍ଟ ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି ।

ତେବେ ବିଗତ ବର୍ଷ ମାନଙ୍କରେ ପରିଚାଳନା କମିଟି ଚୟନକୁ ନେଇ ଯେଉଁ ଭଳି ଅଭିଯୋଗ ହୋଇ ଆସିଛି ସେଭଳି ପୁନରାବୃତ୍ତି ନହେବାକୁ ହେଲେ ଆଇନ ବିଭାଗର ୮ ସୂତ୍ର ଉପରେ ଶ୍ରୀମନ୍ଦିର ପ୍ରଶାସନକୁ ଗୁରୁତ୍ଵ ଦେବାକୁ ପଡ଼ିବ।