News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1883009

News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର> 

News Headlines: ଅପରାହ୍ନର ୧୦ ବଡ଼ ଖବର

1. ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟାବର ୪ ତାରିଖ ଯାଏ ଚାଲିବ। ଏଥିରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ରହିଛି।  ପ୍ରଥମ ଦିନରେ ପ୍ରଥମେ ଦିବଂଗତ ସଦସ୍ୟ, ପୂର୍ବତନ ସଦସ୍ୟ ଓ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ରମେଶ ସୋରେନ, ନିବେଦିତା ପ୍ରଧାନ, କୁମର ବେହେରା, ଲାନ୍ସ ନାୟକ ଦେବାଶିଷ ବିଶ୍ବାଳ, କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ, ସୁଶାନ୍ତ କୁମାର ମହାନ୍ତିଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ।

2. ରାଜ୍ୟ ପାଇଲା ପ୍ରଥମ ମହିଳା ବାଚସ୍ପତି: ବିଜେଡିର ବରିଷ୍ଠ ମହିଳା ନେତା ତଥା ୬ ଥର ଯାଜପୁର ଜିଲ୍ଲାର ବିଞ୍ଝାରପୁର ଆସନରୁ ବିଧାୟକ ହୋଇଥିବା ପ୍ରମିଳା ମଲ୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ  ତାଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ଘୋଷଣା କରିବା ସହ ତାଙ୍କୁ ଆସନ ଗ୍ରହଣ କରିବାକୁ ନିମନ୍ତ୍ରଣ ଦେଇଥିଲା। ଏହାପରେ ପ୍ରମିଳା ମଲ୍ଲିକ ଗୃହ କାର୍ଯ୍ୟ ପରିଚାଳନା କରିଥିଲା।  

3.ସୁଦାମ ହେଲେ ରାଜସ୍ୱ ମନ୍ତ୍ରୀ: ବିଜେଡିର ବରିଷ୍ଠ ମହିଳା ନେତା ତଥା ୬ ଥର ଯାଜପୁର ଆସନରୁ ବିଧାୟକ ହୋଇଥିବା ପ୍ରମିଳା ମଲି୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି।  ଆଜି ଘୋଷଣା ପରେ ସେ ବାଚସ୍ପତି ଭାବେ ଶପଥ ନେବେ। ସେ ଏହା ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏବେ ଏହି ବିଭାଗର ଦାୟିତ୍ୱ ସୁଦାମ ମାରାଣ୍ତି ସମ୍ଭାଳିବେ। ସରକାରଙ୍କ ପକ୍ଷରୁ ତାଙ୍କୁ ଏନେଇ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ମାରାଣ୍ତି ଏବେ ସ୍କୁଲ୍‍ ଓ ଗଶଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। 

4.ତିନି ବିଧାୟକଙ୍କ ଦଳ ନାହିଁ: ରାଜ୍ୟରେ ଶାସକ ଦଳ ତିନିଜଣ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରିବା ପରେ ସେମାନଙ୍କ ନିର୍ଦ୍ଧାରିତ ଆସନ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଏହି ବିଧାୟକମାନେ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତିନିଜଣ ବିଧାୟକଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି।

5. ଅରୁଣାଚଳର ୩ ଜଣ ଖେଳାଳିଙ୍କୁ ଭିସା ଦେଲାନାହିଁ ଚୀନ୍: ଏସିଆନ୍ ଗେମ୍ସରେ ଭାଗ ନେବାକୁ ଥିବା ଅରୁଣାଚଳ ପ୍ରଦେଶର ତିନି ଜଣ ଖେଳାଳିଙ୍କୁ ଚୀନ୍ ଭିସା ଦେବାକୁ ମନା କରିଦେଇଛି। ଏହି ତିନିଜଣ ମହିଳା ଖେଳାଳି ଭାରତୀୟ ଉଷୁ ଦଳର ଅଂଶ ଥିଲେ। ଚୀନ୍‌ର ଏହି କାର୍ଯ୍ୟାନୁଷ୍ଠାନକୁ ଭାରତ ଦୃଢ଼ ବିରୋଧ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ "ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଆମ ଖେଳାଳିଙ୍କୁ ଭିସା ପ୍ରଦାନ ମନା କରିବା ବେଜିଂର ଜିଦ୍‌କୁ ଦର୍ଶାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ 'ଭାରତ ସରକାର ଜାଣିବାକୁ ପାଇଛନ୍ତି ଯେ ଚୀନ୍ କର୍ତ୍ତୃପକ୍ଷ ଟାର୍ଗେଟରେ ତଥା ଯୋଜନାବଦ୍ଧ ଭାବରେ ଅରୁଣାଚଳ ପ୍ରଦେଶର କେତେକ ଭାରତୀୟ ଆଥଲେଟଙ୍କୁ ଭେଦଭାବ କରି ଚୀନ୍‌ର ହାଙ୍ଗଜୋରେ ଅନୁଷ୍ଠିତ ହେବାକୁ ଥିବା ଉନବିଂଶ ଏସୀୟ ଗେମ୍ସରେ ପ୍ରବେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

6. ଟଳିଲା ବାତ୍ୟା ଆଶଙ୍କା: ଚଳିତ ମାସ ରାଜ୍ୟରେ କୌଣସି ବାତ୍ୟା ସମ୍ଭାବନା ନଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏକ ଗୁଜବ ବୋଲି ସୂଚନା ଦେଇଛନ୍ତି ଡିଜି। ସେ କହିଛନ୍ତି ‘ବାତ୍ୟା ହେବା ନେଇ ଏବେ କୌଣସି ସୂଚନା ନାହିଁ। ବଙ୍ଗୋପ ସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।ମାତ୍ର ବାତ୍ୟା ହେବା ନେଇ ଏଯାଏଁ କୌଣସି ସୂଚନା ହସ୍ତଗତ ହୋଇନାହିଁ।

7. ବିଧାନସଭାରେ ଦୀପାଳି: ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଛନ୍ତି ଦୀପାଳି ଦାସ। ଦୀପାଳି ହେଉଛନ୍ତି ସ୍ୱର୍ଗତ ନବକିଶୋର ଦାସଙ୍କ ଝିଅ ତଥା ଝାରସୁଗୁଡା ବିଧାୟକ। ମୌସୁମୀ ଅଧିବେଶନରେ ପ୍ରଥମ ଦିନରେ ସେ ବିଧାନସଭାରେ ଯୋଗଦେଇଛନ୍ତି । ତାଙ୍କ ବାପାଙ୍କ କଥାକୁ ମନେ ପକାଇ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ସମସ୍ତ ମହିଳା ବିଧାୟିକାଙ୍କୁ ସେ ଭେଟିଥିବା କହିଛନ୍ତି । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି ଦୀପାଳି ଦାସ ।

8. ରାଜ୍ୟସଭାରେ ମହିଳା ବିଲ୍‍ ଗୃହୀତ: ଗତକାଲି ବିଳମ୍ବିତ ରାତିରେ ପୂର୍ଣ୍ଣ ସହମତିରେ ଗୃହୀତ ହୋଇଛି ମହିଳା ଆରକ୍ଷଣ ବିଲ୍‍ ବା ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଲୋଚନା ପରେ ରାତି ପ୍ରାୟ ୧୦ଟା ୮ ମିନିଟ୍‍ ସମୟରେ ଗୃହର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ସଦସ୍ୟମାନଙ୍କୁ ଏଥିଲାଗି ଭୋଟ୍‍ ଦେବା ଲାଗି ଅନୁରୋଧ କରିଥିଲେ। ପ୍ରଥମେ  ଭୋଟ୍‍ ପରେ ସଦସ୍ୟମାନେ ନିଜର ମତକୁ ଇଲେକ୍ଟ୍ରନିକ ଉପାୟରେ ପଞ୍ଜୀକୃତ କରିଥିଲେ। ଯେଉଁଥିରେ ଗୃହର ସମସ୍ତ ସଦସ୍ୟ ମହିଳା ବିଲ୍‍କୁ ପାରିତ କରିବା ପାଇଁ ସମାନ ମତ ଦେଇଥିଲେ। ଏହାକୁ ଏକ ଐତିହାସିକ ସଫଳତା କହି ସଦସ୍ୟମାନଙ୍କୁ ଅଭିନନ୍ଦନ କରିଥିଲେ ଧନକଡ଼ କହିଥିଲେ। ଏହାପରେ ବିଭିନ୍ନ ସଦସ୍ୟ ଦେଇଥିବା  ସଂଶୋଧନ ପ୍ରସ୍ତାବ ଗୁଡ଼ିକ ପାଇଁ ଭୋଟ୍‍ ଗ୍ରହଣ ହୋଇଥିଲା। ଯାହା ପ୍ରାୟ ରାତି ସାଢ଼େ ୧୧ଟା ଯାଏ ଚାଲିଥିଲା। ପରେ ଗୃହ କାର୍ଯ୍ୟକୁ ସମାପନ କରାଯାଇ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରାଯାଇଥିଲା। 

9.କାନାଡ଼ା ପାଇଁ ଭିସା ବନ୍ଦ: ଭାରତ ଆସିବାକୁ ଚାହୁଁଥିବା କାନାଡ଼ାର ଅଧିବାସୀଙ୍କ ପାଇଁ ଦୁଃଖଦ ଖବର। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ଆଖି ଆଗରେ ରଖି ଭାରତ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଏନ୍‍ଆଇଏ ପକ୍ଷରୁ ଖଲିସ୍ତାନୀ ଆତଙ୍କୀଙ୍କ ନାମ ଘୋଷଣା କରାଯିବ ସହ କାନାଡ଼ାରେ ଅନେକ ଆତଙ୍କୀ ଭାରତ ବିରୋଧୀ କାର୍ଯ୍ୟକ୍ରମ ଚଳାଉଥିବା ଓ ହିଂସା ଘଟାଉଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଭାରତ ପକ୍ଷରୁ କାନାଡ଼ାରେ ଅବସ୍ଥାପିତ କୂଟନୀତିଜ୍ଞଙ୍କୁ ସେମାନଙ୍କ କାମ କରିବାକୁ ଦିଆଯାଉ ନଥିବାରୁ ଭିସା ସେବାକୁ ବନ୍ଦ କରାଯାଇଥିବା କୁହାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‍ଚି କହିଛନ୍ତି। 

10.କାନାଡ଼ାକୁ ବିଦାୟ କହିଲା ମହିନ୍ଦ୍ରା: ଭାରତ-କାନାଡ଼ା ମଧ୍ୟରେ ଚାଲିଥିବା କୂଟନୀତିକ ତିକ୍ତତା ବ୍ୟବସାୟକୁ ପ୍ରଭାବିତ କରିଛି। ଭାରତୀୟ କମ୍ପାନୀ ମହିନ୍ଦ୍ରା ଓ ମହିନ୍ଦ୍ର ପାକ୍ଷରୁ କାନାଡ଼ାରେ ଚାଲିଥିବା ବ୍ୟବସାୟକୁ ବନ୍ଦ କରାଯାଇଛି। ଏହି କମ୍ପାନୀ ପକ୍ଷରୁ ରେସନ୍‍ ଏରୋସ୍ପସ୍‍ ନାମକ ଏକ କମ୍ପାନୀ ବ୍ୟବସାୟ କରୁଥିଲା। ଯାହାକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଶେଷ ସୂଚନା: Zee Odisha News ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌କୁ ଆପଣଙ୍କୁ ସ୍ବାଗତ। ଆମେ ଆପଣଙ୍କୁ ଦେବୁ ଦେଶ ଦୁନିଆର ଲାଟେଷ୍ଟ ଖବର ଓ ଅପଡେଟ୍‌ସ। ମାତ୍ର ଗୋଟିଏ କ୍ଲିକରେ ପାଆନ୍ତୁ ଅପଡେଟ ଖବର। ମନୋରଞ୍ଜନ, କ୍ରୀଡ଼ା, ରାଜନୀତି, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ରେକିଂ ନ୍ୟୁଜ୍‌ ଦେଖିବା ପାଇଁ ଜୀ ଓଡ଼ିଶା ନ୍ୟୁଜ ଚ୍ୟାନେଲକୁ ହ୍ୱାଟସଆପରେ ଫଲୋ କରନ୍ତୁ ଆଉ ଅପଡେଟ ରୁହନ୍ତୁ। 
ଆମକୁ ଫଲୋ କରିବାକୁ ହ୍ବାଟସ୍‌ ଆପ୍‌ରେ ସର୍ଚ୍ଚ କରନ୍ତୁ "Zee Odisha News" ଓ Join ବଟନରେ କ୍ଲିକ୍‌ କରନ୍ତୁ। ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

https://whatsapp.com/channel/0029Va9cvVb6LwHbzDOvns3b