Tunnel: ୨୯ଟି ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରିବ NHAI, ତାଲିକାରେ ରହିଛି ଓଡି଼ଶାର ଏହି ୨ଟି ଟନେଲ୍
Advertisement

Tunnel: ୨୯ଟି ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରିବ NHAI, ତାଲିକାରେ ରହିଛି ଓଡି଼ଶାର ଏହି ୨ଟି ଟନେଲ୍

Tunnel: ଉତ୍ତରାଖଣ୍ଡ ସିଲ୍କିରା ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା (Uttarkashi Tunnel Collapse) । ଏହି ସୁଡ଼ଙ୍ଗ (Tunnel Collapse)ଭିତରେ ପ୍ରାୟ ୧୨ ଜଣ ଶ୍ରମିକ ଦିର୍ଘ ୧୨ ଦିନ ହେବ ଫସି ରହିଛନ୍ତି ।   ତେବେ, ଏଭଳି ସ୍ଥିତିରେ ଏହି ସୁ଼ଡ଼ଙ୍ଗ ଏବେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଛି । 

Tunnel: ୨୯ଟି ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରିବ NHAI, ତାଲିକାରେ ରହିଛି ଓଡି଼ଶାର ଏହି ୨ଟି ଟନେଲ୍

Tunnel: ଉତ୍ତରାଖଣ୍ଡ ସିଲ୍କିରା ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା (Uttarkashi Tunnel Collapse) । ଏହି ସୁଡ଼ଙ୍ଗ (Tunnel Collapse)ଭିତରେ ପ୍ରାୟ ୧୨ ଜଣ ଶ୍ରମିକ ଦିର୍ଘ ୧୨ ଦିନ ହେବ ଫସି ରହିଛନ୍ତି ।  ୧୨ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଓଡି଼ଆ ଶ୍ରମିକ ରହିଥିବା ଜଣାପଡି଼ଛି।  ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅପରେସନ୍। ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅକ୍ସଜେନ ସିଲିଣ୍ଡର ନେଇ ଟନେଲ ଭିତରେ ପଶିଛନ୍ତି ଏନଡିଆରଏଫ ଯବାନ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଟନେଲ ନିକଟରେ ଚାଲିଛି ପୂଜାର୍ଚ୍ଚନା। ତେବେ, ଏଭଳି ସ୍ଥିତିରେ ଏହି ସୁ଼ଡ଼ଙ୍ଗ ଏବେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଛି । 

Also Read: Train Cancelled Today: ୩୦ ଯାଏଁ ଚାଲିବନି ଏହି ଟ୍ରେନ୍, ନଜର ପକାନ୍ତୁ କେଉଁ ସବୁ ରୁଟରେ ମିଳିବନି ସେବା

ତେବେ ଉତ୍ତରାଖଣ୍ଡର ଏହି ଦୁର୍ଘଟଣା ପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ମୁତାବତ ଦେଶରେ ଥିବା ସମସ୍ତ ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରାଯିବ (safety audit of 29 under construction tunnels)ବୋଲି  ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।  ଏହି ସବୁ ସୁଡଙ୍ଗର ଏକ ତାଲିକା ପ୍ରସ୍ତୁତ କରାଯାଇଛି।  ଏହାର ଅଡିଟ୍ ପାଇଁ ଖୁବ୍ ଶିଘ୍ର ପଦକ୍ଷେପ ନିଆଯିବ। ସରକାରୀ ସୂତ୍ରରୁ ପ୍ରକାଶ ଯେ,  ନ୍ୟାସନାଲ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ତିଆ (NHAI) ଏହି ଅଡିଟ୍ କରିବ।  ନିର୍ମାଣ ସମୟରେ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ  ତଥା ଉଚ୍ଚତମ ଗୁଣବର୍ତ୍ତା ମାନକୁ ଅଧିକାରୀ ମାନେ ଯାଞ୍ଚ କରି , ଏହା ଯେ, ବିପଦ ମୁକ୍ତ,ସେନେଇ ପ୍ରମାଣ ଦେବେ। 

ଏହି ଅଡିଟ୍ କାର୍ଯ୍ୟରେ ଏନଏସଏଆଇ ଅଧିକାରୀଙ୍କ ସମେତ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର ବିଶେଷଜ୍ଞ ଦଳ  ତଥା ସୁଡଙ୍ଗ କାର୍ଯ୍ୟରେ ସାମିଲ ଥିବା ଅନ୍ୟ ବିଶେଷଜ୍ଞଙ୍କୁ ବି ସାମିଲ୍ କରାଯିବ। ଏହି ଟିମ୍ ଏକ ସପ୍ତାହ ଭିତରେ ସରକାରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଭିର୍ତ୍ତିରେ ସରକାରଙ୍କ ପକ୍ଷରୁ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ।  ଏନଏଚଏଆଇ ଦ୍ବାରା  ପ୍ରସ୍ତୁତ ହୋଇଥିବା ତାଲିକା ଅନୁଯାୟୀ,  ତେବେ ଦେଶରେ ଏବେ ୨୯ଟି ନିର୍ମାଣାଧୀନ ସୁଡ଼ଙ୍ଗ ରହିଥିବା ବେଳେ ଓଡ଼ିଶାରେ ଦୁଇଟି ଟନେଲ (Tunnel) ରହିଛି । ଓଡ଼ିଶାର କୋରାପୁଟ ଜିଲ୍ଲାର ସୁନକି ଘାଟିରେ ଏନଏଚଆଇ ପକ୍ଷରୁ ନିର୍ମାଣ ହେଉଥିବା ଦୁଇଟି ଟନେଲ ମଧ୍ୟରୁ ଗୋଟିକର ଲମ୍ବ ୩.୪ କିମି ଓ ଅନ୍ୟଟିର ଲମ୍ବ ୨.୮ କିମି । ଏହି ଦୁଇଟି ଟନେଲର ସୁରକ୍ଷା ଅଡିଟ୍ କରଯିବାର ସମ୍ଭାବନା ରହିଛି । ଓଡି଼ଶାର ଏହି ୨ଟି ଟନେଲ୍ ୪୬୫ କିଲୋମିଟର ଦିର୍ଘ ରାୟପୁର-ବିଶାଖାପାଟଣା ଅର୍ଥନୈତିକ କରିଡର ଅନ୍ତର୍ଗତ ଜାତୀୟ ରାଜପଥ ଅଧିନରେ ନିର୍ମାଣ କରାଯାଉଛି।