କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର
Advertisement
Article Detail0/zeeodisha/odisha2116530

କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର

ସ୍କୁଟି ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ମହିଳାଙ୍କ ସ୍ୱାମୀ ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ନୂଆବଜାର ଛକ ନିକଟରେ ଏପରି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି । 

କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର

କଟକ: ସ୍କୁଟି ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ମହିଳାଙ୍କ ସ୍ୱାମୀ ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ନୂଆବଜାର ଛକ ନିକଟରେ ଏପରି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି । 

ସୂଚନା ମୁତାବକ, କନ୍ଦରପୁର ଅଞ୍ଚଳର ଦୀପକ ରାଉତ ଏକ ସ୍କୁଟିରେ ପତ୍ନୀ ସାରଥୀ ରାଉତ ଏବଂ ଝିଅଙ୍କ ସହିତ ବଜାର ଆସୁଥିବା ସମୟରେ ଚାଉଳିଆଗଞ୍ଜ ଛକ ଆଡୁ ଏକ ଟ୍ରକ୍ ଦୃତଗତ୍ତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଦୀପକଙ୍କ ପତ୍ନୀ ସାରଥୀ ଟ୍ରକ୍ ସାମ୍ନାକୁ ଛିଟିକି ପଡିବାରୁ ତାଙ୍କ ଉପରେ ଟ୍ରକ୍ ଚକା ଚଢିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସାରଥୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ବାପା ଏବଂ ଝିଅଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର୍ ଟ୍ରକ୍ ଛାଡି କେଉଁଆଡେ ଫେରାର୍ ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଟ୍ରକ୍ ଏବଂ ସ୍କୁଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Also Read- ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର