ବାଲେଶ୍ଵରରେ ଅଘଟଣ, ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ
Advertisement
Article Detail0/zeeodisha/odisha2420529

ବାଲେଶ୍ଵରରେ ଅଘଟଣ, ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ

Baleswar News: ଗଣେଶ ଠାକୁରଙ୍କୁ ପ୍ରୋସେସନ କରି ଗ୍ରାମର କିଛି ଯୁବକ ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପୋଖରୀ କୂଳକୁ ନେଇଥିଲେ। ବିସର୍ଜନ ଦେଖିବାକୁ ପ୍ରବଳ ଭିଡ ଜମିଥିଲା।

ବାଲେଶ୍ଵରରେ ଅଘଟଣ, ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ

ବାଲେଶ୍ଵର: ବାଲେଶ୍ଵରରେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି। ଗଣେଶ ପୂଜା ଭସାଣୀ ସମୟରେ ଘଟିଛି ଅଘଟଣ। ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କୁଳି ଗାଁ ରେ ଗଣେଶ ଭସାଣୀ ବେଳେ ପାଣିରେ ଦୁଇ ଭାଇ ବୁଡ଼ି ଯାଇଛନ୍ତି। ତେବେ ପୋଖରୀରେ ବୁଡ଼ି ଯାଇ ସାନ ଭାଇଙ୍କର ମୃତ୍ୟୁ ଘଟିଛି। ବଡ଼ ଭାଇ ଗୁରୁତର ଅଛନ୍ତି। ମୃତ ସାନ ଭାଇ ହେଲେ ସତ୍ୟଜିତ ଓ ବଡ଼ ଭାଇ ହେଲେ ପ୍ରତ୍ୟୁଷ। 

ସୂଚନାଯୋଗ୍ୟ ଯେ, ଗଣେଶ ଠାକୁରଙ୍କୁ ପ୍ରୋସେସନ କରି ଗ୍ରାମର କିଛି ଯୁବକ ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପୋଖରୀ କୂଳକୁ ନେଇଥିଲେ। ବିସର୍ଜନ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ପ୍ରତ୍ୟୁଷ ମଧ୍ୟ ନିଜ ସାନ ଭାଇ ସତ୍ୟଜିତଙ୍କ ସହ ବିସର୍ଜନ ଦେଖିବାକୁ ଯାଇଥିଲେ। ଅସାବଧାନତାବଶତଃ ଦୁଇ ଭାଇ ପାଣିରେ ବୁଡ଼ି ଯାଇଥିଲେ। ପାଖରେ ଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରତ୍ୟୁଷଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଯାହାକୁ ନେଇ ଗାଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।