Weather News: ରାଜଧାନୀ ଦିଲ୍ଲୀରେ ଘଡଘଡି ସହ ବର୍ଷା, ବିମାନ ଚଳାଚଳ ପ୍ରଭାବିତ
Advertisement

Weather News: ରାଜଧାନୀ ଦିଲ୍ଲୀରେ ଘଡଘଡି ସହ ବର୍ଷା, ବିମାନ ଚଳାଚଳ ପ୍ରଭାବିତ

Weather News: ଶନିବାର ଅପରାହ୍ମ ସମୟରେ ରାଜଧାନୀ ଦିଲ୍ଲୀ ଆକାଶରେ ଘୋଟି ଆସିଥିଲା କଳା ବାଦଲ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଘଡଘଡି ସହ ବର୍ଷା । ଫଳରେ ଗରମରୁ ଆଶ୍ୱସ୍ତି ପାଇଛନ୍ତି ରାଜଧାନୀବାସୀ । ଦିଲ୍ଲୀ ସମେତ ନୋଏଡା ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ହାଲୁକାରୁ ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି ।

Weather News: ରାଜଧାନୀ ଦିଲ୍ଲୀରେ ଘଡଘଡି ସହ ବର୍ଷା, ବିମାନ ଚଳାଚଳ ପ୍ରଭାବିତ

Delhi Weather: ଶନିବାର ଅପରାହ୍ମ ସମୟରେ ରାଜଧାନୀ ଦିଲ୍ଲୀ ଆକାଶରେ ଘୋଟି ଆସିଥିଲା କଳା ବାଦଲ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଘଡଘଡି ସହ ବର୍ଷା । ଫଳରେ ଗରମରୁ ଆଶ୍ୱସ୍ତି ପାଇଛନ୍ତି ରାଜଧାନୀବାସୀ । ଦିଲ୍ଲୀ ସମେତ ନୋଏଡା ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ହାଲୁକାରୁ ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି ।

ଅନ୍ୟପଟେ, ପାଗରେ ହଠାତ ପରିବର୍ତ୍ତନ କାରଣରୁ ଦିଲ୍ଲୀ ଇନ୍ଦିରାଗାନ୍ଦି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ପାଣିପାଗ ପରିବର୍ତ୍ତନ କାରଣରୁ  ସନ୍ଧ୍ୟା ୫ଟା ପରେ କିଛି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଥିଲା । ମାର୍ଗ ବଦଳାଇ ବିମାନଗୁଡିକ ଲ୍ୟାଣ୍ଡି କରିଥିଲେ । ତେବେ ରବିବାର ଦିନ ମଧ୍ୟ ଦିଲ୍ଲୀରେ ପାଣିପାଗ ସମାନ ରହିପାରେ ବୋଲି କୁହାଯାଉଛି । ଏଥିସହ ରବିବାର ଦିନ ମଧ୍ୟ ସ୍ଥାନେ ସ୍ଥାନେ ବର୍ଷା ହେଇପାରେ ବୋଲି ପୂର୍ବାନୁମାନ ରହିଛି । ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ରହିବାର ସମ୍ଭାବନା ରହିଛି । ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସହ ୱେଦର ସିଷ୍ଟମ ସକ୍ରିୟ ହୋଇଥିବାରୁ ପାଣିପାଗରେ ଏପରି ପରିବର୍ତ୍ତନ ହୋଇଥିବା ବିଭାଗ କହିଛି । ଆଗାମି କିଛିଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରୀ କମିପାରେ ବୋଲି ଆକଳନ କରାଯାଇଛି ।

Also Read- ଜଳୁଛି ଚିଲିକା ନଳବଣ, କିଏ ଲଗାଇଲା ନିଆଁ ?

Also Read-  Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ