Weather Update: ରାଜ୍ୟରେ ବଜ୍ରାଘାତ ନେଲା ୧୦ ଜୀବନ, ଆଜି ପ୍ରବଳ ବର୍ଷା ନେଇ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement

Weather Update: ରାଜ୍ୟରେ ବଜ୍ରାଘାତ ନେଲା ୧୦ ଜୀବନ, ଆଜି ପ୍ରବଳ ବର୍ଷା ନେଇ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Weather Update: ବଜ୍ରାଘାତରେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ମଧ୍ଯ ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନେଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ବଜ୍ରାଘାତରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ଜଗତସିଂହପୁରରୁ ଜଣେ ଲେଖାଏଁ ଓ ବଲାଙ୍ଗୀରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟର ୬ଟି ଜିଲ୍ଲାରେ ଭୟଙ୍କର ବଜ୍ରାଘାତ ନେଲା ୧୦ ଜୀବନ । ତେବେ ଏହି ବଜ୍ରାଘାତରେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ମଧ୍ଯ ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନେଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ବଜ୍ରାଘାତରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ଜଗତସିଂହପୁରରୁ ଜଣେ ଲେଖାଏଁ ଓ ବଲାଙ୍ଗୀରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏହି ମୃତକଙ୍କ ମଧ୍ଯରେ ଅନେକ ଚାଷୀ ଥିବା ଜଣାପଡ଼ିଛି । ଚାଷ କାମ କରୁଥିବା ବେଳେ ଏହି ଭୟଙ୍କର ବଜ୍ରାଘାତ ହୋଇଥିଲା ଫଳରେ ଚାଷୀ ମାନେ ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ । ଶନିବାର ଦିନ ରାଜ୍ୟର ଅନେକ ସ୍ଥାନରେ ପାଖାପାଖି ୨ରୁ ୩ ଘଣ୍ଟା ଯାଏଁ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ ହୋଇଥିଲା । ସାରା ରାଜ୍ୟରେ ସଂଧ୍ୟା ସାଢେ ୫ଟା ମଧ୍ୟରେ ୨୫ ହଜାର ୭୫୩ଟି ବିଜୁଳି ମାରିଥିବା ଜଣାପଡ଼ିଛି । ଗୋଟିଏ ପଟେ ବର୍ଷା ଅଭାବ ଓ ତାପମାତ୍ରା ବୃଦ୍ଧି ସହରବାସୀଙ୍କୁ କଷ୍ଟ ଦେଉଥିବାବେଳେ ଶନିବାର ସନ୍ଧ୍ୟାରେ ପ୍ରାକ୍‍ ଲଘୁଚାପ ବର୍ଷା ଓ ବଜ୍ରପାତରେ ଆତଙ୍କିତ ହୋଇଛନ୍ତି ରାଜଧାନୀବାସୀ। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, କେବଳ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ଗତ ସନ୍ଧ୍ୟାରେ ମାତ୍ର ୩ ଘଣ୍ଟା ମଧ୍ୟରେ ୨୫୬୭୩ଟି ବଜ୍ରପାତ ଅର୍ଥାତ୍‍ ବିଜୁଳି ଓ ଘଡ଼ଘଡ଼ି ମାରିଛି। ଏହାସହ ୧୨୬ ମିଲିମିଟର ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ଏହି ଅସ୍ୱାଭାବିକ ବଜ୍ରପାତ ହେତୁ ଅନେକ ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହେବା ସହ ବେହାଲ ହୋଇଛି ରାଜଧାନୀର ବିଭିନ୍ନ ଅଞ୍ଚଳ। ଏତିକି ଅନେକ ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି ।

ପ୍ରକାଶ ଥାଉ କି, ଆଜି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ୨୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସୋନପୁର, ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।