Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!
Advertisement
Article Detail0/zeeodisha/odisha1883698

Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

Weather Update: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା (Rain) ଜାରି ରହିଛି । କିନ୍ତୁ ଦୁଇରୁ ତିନି ଦିନ ହେବ ପାଗ ଶୁଖିଲା ରହିଛି । ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା (Bhubaneswar Meteorological Centre)ପରି ଖବର ଦେଇଛି। ଆଜି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା (heavy rain) ସହ ଘଡଘଡି ହେବାର ସମ୍ଭାବନା ରହିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା (Rain) ଜାରି ରହିଛି । କିନ୍ତୁ ଦୁଇରୁ ତିନି ଦିନ ହେବ ପାଗ ଶୁଖିଲା ରହିଛି । ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା  (Bhubaneswar Meteorological Centre)ପରି ଖବର ଦେଇଛି।  ଆଜି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା (heavy rain) ସହ ଘଡଘଡି ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର କୋରାପୁଟ, ନବରଙ୍ଗପୁରର,କେନ୍ଦୁଝର,ସୁନ୍ଦରଗଡ଼ ଓ ଝାରସୁଗୁ଼ଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।  ଏହାସହ ଆଉ କେତେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ (yellow alert ) ଜାରି କରିଛି ଆଞ୍ଚଳକି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ  ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର,କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର,ନୂଆପଡ଼ା,କେନ୍ଦ୍ରାପଡ଼ା,  ଜଗତସିଂହପୁର, କଟକ,ବରଗଡ଼ ,ପୁରୀ,ଖୋର୍ଦ୍ଧା, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ ଓ ମୟୁରଭଞ୍ଜ। 

Also Read: Shani Remedies: ଶନିଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ

 

ଆଉ ଦିନ କେଇଟା ପରେ ଶେଷ ହୋଇଯିବ ବର୍ଷା ଋତୁ। ଆଉ ଫେରିଯିବ ମୌସୁମୀ !   ୧ ସେପ୍ଟେମ୍ବର ରୁ ଆଜି ୨୨ ସେପ୍ଟେମ୍ବର ମଧ୍ୟରେ  ରାଜ୍ୟରେ ଏଯାବତ ୨୯୩.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୯୨.୭ ମିମି ତୁଳନାରେ ୫୨ ପ୍ରତିଶତ ଅଧିକ ରହିଛି। ୨୫ ସେପ୍ଟେମ୍ବର ବେଳକୁ ପଶ୍ଚିମ ରାଜସ୍ଥାନ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି। 

ସେପଟେ ରାଜ୍ୟରେ ଆସନ୍ତା ମାସରେ  ଏକ ବାତ୍ୟା ଆଶଙ୍କା କରାଯାଉଛି। ସେପଟେ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା(Cyclone) ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏକ ଗୁଜବ ବୋଲି ସୂଚନା ଦେଇଛନ୍ତି  ଆଇଏମଡି ଡିଜି (Director General of Meteorology, India Meteorological Department, Government of India)। ସେ କହିଛନ୍ତି ‘ବାତ୍ୟା ହେବା ନେଇ ଏବେ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ମାତ୍ର ବାତ୍ୟା ହେବା ନେଇ ଏଯାଏଁ କୌଣସି ସୂଚନା ହସ୍ତଗତ ହୋଇନାହିଁ।