Shani Remedies: ଶନିଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1883637

Shani Remedies: ଶନିଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ

Shani Remedies:  ଶନିଙ୍କ (Shani Dev) କୁକୃଷ୍ଟି ପଡିଲେ ମଣିଷ ଜୀବନରରେ ନାନାଦି ସମସ୍ୟା ମାଡି ଆସିଥାଏ। ଖାସ୍ କରି ଯେତେବେଳେ ଶନିଦେବ କ୍ରୋଧିତ ହୁଅନ୍ତି । ସେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ଏତେ ଗୁଡିଏ ସମସ୍ୟା ମାଡି଼ ଆସେ ଯେ, ସେ ନିଜକୁ ଅସହାୟ ଓ ଦୁର୍ବଳ ମନେ କରେ। ଯଦି ଆପଣଙ୍କ ଜୀବନରେ ଶନିଙ୍କ କୋପଦୃଷ୍ଟି ରହିଛି । ତେବେ, ଶନି ମହାରାଜଙ୍କୁ ଖୁସି କରିବା ପାଇଁ ଏହି ସବୁ ଉପାୟ (Astro Tips) କରନ୍ତୁ  । 

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Remedies: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ। ଶନିଙ୍କ  (Shani Dev) କୁକୃଷ୍ଟି ପଡିଲେ ମଣିଷ ଜୀବନରରେ ନାନାଦି ସମସ୍ୟା ମାଡି ଆସିଥାଏ। ଖାସ୍ କରି ଯେତେବେଳେ ଶନିଦେବ କ୍ରୋଧିତ ହୁଅନ୍ତି  । ସେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ଏତେ ଗୁଡିଏ ସମସ୍ୟା ମାଡି଼ ଆସେ ଯେ, ସେ ନିଜକୁ ଅସହାୟ ଓ ଦୁର୍ବଳ ମନେ କରେ। ଏପରିକି ପ୍ରତ୍ୟକ କ୍ଷେତ୍ରରେ ସେ ଅସଫଳତାର ସାମ୍ନା କରିଥାଏ।  ଯଦି ଆପଣଙ୍କ ଜୀବନରେ ଶନିଙ୍କ କୋପଦୃଷ୍ଟି  ରହିଛି । କିମ୍ବା ଆପଣଙ୍କ ରାଶିରେ ଶନିଦଶା ଚାଲିଛି । ତେବେ, ଶନି ମହାରାଜଙ୍କୁ ଖୁସି କରିବା ପାଇଁ ଏହି ସବୁ ଉପାୟ (Astro Tips) କରନ୍ତୁ । ଦେଖିବେ , ଆପଣଙ୍କର ଶନିଦଶା କଟିଯିବ (Saturday Remedies) । ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ।

Also Read: Horoscope Today: ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ....

ଖାସ୍ କରି କୁକୁରଙ୍କ ସେବା କରନ୍ତୁ: 

ଯଦି ଆପଣଙ୍କ ରାଶିରେ ଶନଦଶା ଚାଲିଛି । ତେବେ, ଆପଣ କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ । ଆଉ ସେମାନଙ୍କ ସେବା କରନ୍ତୁ । ଯେଉଁମାନେ କୁକୁରଙ୍କ ସେବା କରନ୍ତି । ସେମାନଙ୍କୁ ଶନିଦେବ କେବେବି ସମସ୍ୟାରେ ପକାନ୍ତି ନାହିଁ।  କେବଳ ସେତିକି ନୁହେଁ, ଅସହାୟ ପଶୁମାନଙ୍କ ସେବା କରିବା ଦ୍ବାରା ଶନିଦେବ ଖୁସି ହୋଇଥାଆନ୍ତି । 

ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ :  
ଅସହାୟ ବା ଗରିବ ଲୋକଙ୍କୁ ସାହାର୍ଯ୍ୟ କଲେ ଶନିଦେବ ଖୁସି ହୋଇଥାଆନ୍ତି । କେବଳ ସେତିକି ନୁହେଁ, ଯେଉଁବ୍ୟକ୍ତିମାନେ କଠିନ ପରିଶ୍ରମ କରି ଆଗକୁ ବଢନ୍ତି । ସେମାନଙ୍କୁ ଶନିଦେବ କେବେବି ହଇରାଣ କରନ୍ତି ନାହିଁ। 

ରୋଗୀଙ୍କ ସେବା ବା କୁଷ୍ଠ ରୋଗୀଙ୍କ  ସେବା କରନ୍ତୁ : 
ଖାସ୍ କରି ଅନ୍ୟପାଇଁ ଯିଏ ସବୁବେଳେ ସାହାର୍ଯ୍ୟ ପାଇଁ ଆଗେଇ ଆସେ । ଶନିଦେବ କେବେବି ସେମାନଙ୍କୁ ସମସ୍ୟାରେ ପକାନ୍ତି ନାହିଁ।  ସେହିପରି,କୁଷ୍ଠରୋଗୀଙ୍କ ସେବା କରୁଥିବା ଲୋକ ବା ବ୍ୟକ୍ତି ବିଶେଷଙ୍କୁ ଶନି କେବେବି କ୍ରୋଧିତ ହୁଅନ୍ତି ନାହିଁ । ଯେତେ ସମ୍ଭବ କୁଷ୍ଠରୋଗୀଙ୍କ ସେବା ସହ ତାଙ୍କୁ ଔଷଧ ଦାନ କରନ୍ତୁ । ଯାହା ଦ୍ବାରା ଶନିଦେବ ପ୍ରସନ୍ନ ହୋଇ ଥାଆନ୍ତି।

କୃଷ୍ଣ , ଶିବ ଓ ହୁନୁମାନଙ୍କୁ ପୂଜା କରନ୍ତୁ  :  
ଯେଉଁମାନେ ଭଗବାନ ଶିବ, ହନୁମାନ ଓ କୃଷ୍ଣଙ୍କୁ ପୂଜା କରନ୍ତି । ସେମାନଙ୍କ ଉପରେ ଶନିଦେବଙ୍କ କୋପ ଦୃଷ୍ଟି କେବେବି ପଡି଼ ନ ଥାଏ।  ସେମାନେ ଖାସ୍ କରି ଶନିଦେବଙ୍କ ପ୍ରିୟ ହୋଇ ଥାଆନ୍ତି। 

ଛାୟା ଦାନ କରନ୍ତୁ :
ଶନିଙ୍କ ମନ୍ଦ ପ୍ରଭାବରୁ ରକ୍ଷା ପାଇବା ପାଇଁ ଛାୟା ଦାନକୁ ଶୁଭ ବୋଲି ବିବେଚନା କରାଯାଏ । ଏକ ପିତ୍ତଳ ପାତ୍ରରେ ସୋରିଷ ତେଲ ଓ ମୁଦ୍ରା ରଖି ଏଥିରେ ନିଜର ଛାୟିକୁ ଦେଖନ୍ତୁ । ପରେ ଏହି ତେଲକୁ ଗରିବ ଲୋକଙ୍କୁ ଦାନ କରନ୍ତୁ । ଅତି କମରେ ପାଞ୍ଚଟି ଶନିବାର ଏହି ପ୍ରତିକାର କରିବା ଦ୍ବାରା ଶନି ପୀଡ଼ା କମ୍ ହେବା ସହ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)