Weather Update Odisha: କାଳବୈଶାଖି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି
Advertisement
Article Detail0/zeeodisha/odisha1718031

Weather Update Odisha: କାଳବୈଶାଖି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି

Weather Alert Odisha: କାଳବୈଶାଖି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି ସସର୍କତା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କଟକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଆସନ୍ତା ୩ ଘଣ୍ଟା ଲାଗି ରେଡ୍ ଆଲର୍ଟ ଜାରି କରିଛି।

 

Weather Update Odisha: କାଳବୈଶାଖି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି

Weather Forecast Odisha: ମେ ୩୦ ତାରିଖ ମଙ୍ଗଳବାର କାଳବୈଶାଖି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ତିନି ଘଣ୍ଟା ପାଇଁ ରାଜ୍ୟର ୪ ଜିଲ୍ଲାରେ ବଜ୍ରପାତ ଏବଂ ଘୂର୍ଣ୍ଣିବଳୟ ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର କଟକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଆସନ୍ତା ୩ ଘଣ୍ଟା ଲାଗି ରେଡ୍ ଆଲର୍ଟ ଜାରି କରିଛି।

ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ଏହି ଜିଲ୍ଲାରେ ବଜ୍ରପାତ ସହିତ ୭୦-୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନ ରହିଛି। ଏପରିକି ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳରେ ଘୂର୍ଣ୍ଣିବଳୟ କାରଣରୁ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟରରେ ପହଞ୍ଚିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖି ପ୍ରଭାବ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି। 

ଆଇଏମଡ଼ି ପକ୍ଷରୁ କଟକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ପାଇଁ ରେଡ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଅନୁମାନ ମୁତାବକ ଆସନ୍ତା ୩ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ ଘୂର୍ଣ୍ଣିବଳୟ ସହିତ ୭୦-୮୦ କିଲୋମିଟର ବେଗରେ ପବନ ବହିବ। ଏପରିକି ପବନର ବେଗ ୯୦ କିଲୋମିଟର ଅତିକ୍ରମ କରିପାରେ। 

ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଥିବା ନେଇ ଟ୍ୱିଟ କରି ଜଣାଇଛି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏନେଇ କୁହାଯାଇଛି ଯେ ରାଜ୍ୟର ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ହେବା ସହିତ ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। 

ହେଲେ ପୂର୍ବରୁ ରାଜ୍ୟର ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ଏନେଇ ହୋଇଥିବା ପୂର୍ବାନୁମାନ ଅନୁସାରେ ଏହି ଜିଲ୍ଲାର କେତେକ ଅଞ୍ଚଳରେ କାଳବୈଶାଖି ଜନିତ ବିଜୁଳି ଘଡଘଡ଼ି ସହ ଝଡ଼ ପବନ ହେବାର ସମ୍ଭାବାନା ରହିଛି। ଯାହାର ବେଗ ଘଣ୍ଟା ପ୍ରତି ୬୦-୭୦ କିମି ରହିପାରେ।

ଏହାର ପ୍ରଭାବରେ ରାଜ୍ୟର ଉପରୋକ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଦଳୀ ତଥା ଅମୃତଭଣ୍ଡା ଗଛ ସହିତ ଠିଆ ଫସଲ ପ୍ରଭାବିତ ହେବାର ରହିଛି।  ଚେତାବନୀ ଜାରି ହୋଇଥିବା ଅଞ୍ଚଳର ଲୋକଙ୍କୁ ପାଣିପାଗ ଜନିତ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। ପବନର ବେଗ ୯୦ କିମି ଅତିକ୍ରମ କରିବାର ସମ୍ଭାବନା ରହିଥିବାରୁ ଏହି ଅଞ୍ଚଳରେ  କଦଳୀ ଗଛ, ଅମୃତଭଣ୍ଡା ଗଛ ତଥା ଠିଆ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଥିବାର କହିଥିଲା ପାଣିପାଗ ବିଭାଗ।

ଏହା ସହିତ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ ଘୂର୍ଣ୍ଣିବଳୟ ସହିତ ପବନର ବେଗ ୪୦-୫୦ କିଲୋମିଟରରେ ପହଞ୍ଚିବା ନେଇ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବ ରାଜ୍ୟର ଅନୁଗୋଳ, କଟକ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କିଛି ଅଂଶରେ ଅନୁଭୂତ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।