Odisha News: ଓଡ଼ିଶାରେ ଗହମ ଦର ବଢ଼ିଲା
Advertisement
Article Detail0/zeeodisha/odisha2423337

Odisha News: ଓଡ଼ିଶାରେ ଗହମ ଦର ବଢ଼ିଲା

Odisha News: ଚଳିତ ବର୍ଷ ଫେବ୍ରୁଆରି ମାସରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଗହମର ଖୋଲା ବିକ୍ରି ବନ୍ଦ କରିଦେଇଛି। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଅଧୀନରେ ଖାଦ୍ୟଶସ୍ୟ ଯୋଗାଣ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ ଉପରେ କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଫଳରେ ଓଡ଼ିଶା ବଜାରରେ ଅଟା ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି।

Odisha News: ଓଡ଼ିଶାରେ ଗହମ ଦର ବଢ଼ିଲା

Odisha News: ଚଳିତ ବର୍ଷ ଫେବ୍ରୁଆରି ମାସରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଗହମର ଖୋଲା ବିକ୍ରି ବନ୍ଦ କରିଦେଇଛି। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଅଧୀନରେ ଖାଦ୍ୟଶସ୍ୟ ଯୋଗାଣ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ ଉପରେ କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଫଳରେ ଓଡ଼ିଶା ବଜାରରେ ଅଟା ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି।

ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଅଗଷ୍ଟ ପହିଲାରୁ ଇ-ନିଲାମ ମାଧ୍ୟମରେ ଘରୋଇ କମ୍ପାନୀମାନଙ୍କୁ କ୍ୱିଣ୍ଟାଲ ପିଛା ୨,୩୩୫ ଟଙ୍କା ସଂରକ୍ଷିତ ମୂଲ୍ୟରେ ଗହମ ବିକ୍ରି ଆରମ୍ଭ କରିବାକୁ ଏଫ୍‍ସିଆଇକୁ ଅନୁମୋଦନ ଦେଇଥିଲେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ରାଜ୍ୟର ଅଟାକଳଗୁଡ଼ିକ ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଅଧିକ ମୂଲ୍ୟରେ ସେମାନଙ୍କ ଆବଶ୍ୟକତା କିଣୁଛନ୍ତି ବୋଲି ଜଣେ ମିଲର କହିଛନ୍ତି।

ରାଜ୍ୟରେ ୮୪ଟି ଅଟା କଳ ଚାଲୁଥିବାରୁ ବାର୍ଷିକ ୨୪ ଲକ୍ଷ ଟନ୍ ଗହମର ଆବଶ୍ୟକତା ରହିଛି। ଓପନ୍ ମାର୍କେଟ୍ ସେଲ୍ ସ୍କିମ୍ (ଓଏମ୍ଏସ୍ଏସ୍) ଅଧୀନରେ ଏଫ୍‍ସିଆଇ ଇ-ନିଲାମ ଜରିଆରେ ମିଲରମାନଙ୍କୁ ଗହମ ପ୍ରଦାନ କରୁଛି। ଜଣେ ଯୋଗ୍ୟ ନିଲାମକାରୀ ସର୍ବନିମ୍ନ ୧୦ ଟନ୍‍ରୁ ସର୍ବାଧିକ ୧୦୦ ଟନ୍ ପାଇଁ ନିଲାମ ଡାକିପାରିବେ। ଏବେ ଗହମର ଖୋଲା ବଜାର ମୂଲ୍ୟ କ୍ୱିଣ୍ଟାଲ ପିଛା ୨୮୫୦ ଟଙ୍କା ରହିଛି। ପ୍ରକ୍ରିୟାକରଣ ପରେ ଅଟାର ମୂଲ୍ୟ କ୍ୱିଣ୍ଟାଲ ପିଛା ପ୍ରାୟ ୩୪୦୦ରୁ ୩୫୦୦ ଟଙ୍କା ପଡ଼ୁଛି।

ଓଡ଼ିଶା ଅଟା ମିଲ୍ସ ଆସୋସିଏସନ୍‍ର ଜଣେ ସଦସ୍ୟ କହିଛନ୍ତି ଯେ ପାର୍ବଣ ଋତୁ ଥିବାରୁ ଆଗାମୀ ମାସରେ ଗହମ ଓ ଗହମ ସମ୍ବନ୍ଧୀୟ ଉତ୍ପାଦର ଚାହିଦା ବୃଦ୍ଧି ପାଇବ। ଯେତେଶୀଘ୍ର ଏଫ୍‍ସିଆଇ ଓଏମ୍ଏସ୍ଏସ୍ ଜରିଆରେ ଘରୋଇ କମ୍ପାନିଗୁଡ଼ିକୁ ଏହାର ଷ୍ଟକ୍ ଅଫ୍ ଲୋଡ୍ କରିବ, ସେତେ ଭଲ ହେବ ନଚେତ୍ ପର୍ବପର୍ବାଣି ସମୟରେ ଚାହିଦା ଯୋଗୁଁ ଗହମ ଉତ୍ପାଦର ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଏଫ୍‍ସିଆଇର ମନ୍ଥର ମନୋଭାବକୁ କର୍ପୋରେଟ୍ ହାଉସ୍ ଏବଂ ରାଜ୍ୟ ପ୍ରଶାସନ ମଧ୍ୟରେ ଅସାଧୁ ମେଣ୍ଟକୁ ଦାୟୀ କରି ଜଣେ ହୋଲସେଲର କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ପ୍ରଥମେ ବଡ଼ ବଡ଼ ବାଣିଜ୍ୟ ସଂସ୍ଥାଗୁଡ଼ିକର ଗହମ ଷ୍ଟକ୍ ଶେଷ ହେବା ପାଇଁ ଅପେକ୍ଷା କରିଛି। ଗହମର ଖୋଲା ବଜାର ମୂଲ୍ୟ ଏବେ କର୍ପୋରେଟ୍ ହାଉସ୍‍ଦ୍ୱାରା ନିୟନ୍ତ୍ରିତ ହେଉଛି। ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଷ୍ଟକ୍ ଅଛି। ସେମାନେ ସେମାନଙ୍କ ଷ୍ଟକ୍ କୁଇଣ୍ଟାଲ ପିଛା ୨୭୦୦ରୁ ୩୨୦୦ ଟଙ୍କାରେ ବିକ୍ରି କରୁଛନ୍ତି ଯାହା ଏଫ୍‍ସିଆଇର ସଂରକ୍ଷିତ ମୂଲ୍ୟଠାରୁ ବହୁତ ଅଧିକ । ଏହାକୁ ସର୍ବଭାରତୀୟ ବ୍ୟବସାୟୀ ସଂଘ ବିରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ଚୁପ୍ ରହିଛନ୍ତି।