Ex Governor MM Rajendran: ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha2025443

Ex Governor MM Rajendran: ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ଦେହାନ୍ତ

Ex Governor MM Rajendran: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ପୂର୍ବତନ ରାଜ୍ୟପାଳ ଭାବରେ ଏମଏମ ରାଜେନ୍ଦ୍ରନ ଓଡ଼ିଶାରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶାରେ ଦାୟିତ୍ୱରେ ଥିଲେ । ତା ପୂର୍ବରୁ ସେ ତାମିଲନାଡୁ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ ହୋଇଥିଲେ । ୧୯୫୭ ମସିହାରେ ଆଇଏଏସ ଟପ୍ପର ହେବା ପରେ ଅନେକ ସ୍ଥାନରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରି ପ୍ରଶଂସା ପାଇଥିଲେ ।

ପୂର୍ବତନ ରାଜ୍ୟପାଳଙ୍କ ପରଲୋକ ଖବର ମିଳିବା ପରେ ବର୍ତ୍ତମାନର ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଦେଇଛନ୍ତି । କେବଳ ସେତିକି ନୁହେଁ ପୂର୍ବ ରାଜ୍ୟପାଳଙ୍କ ବିୟୋଗ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀଶ ଶୋକ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକ ଯେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ଏମଏମ ରାଜନ ତାଙ୍କୁ ଶପଥପାଠ କରାଇଥିଲେ ।

Also Read- Hardik Pandya: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟକା ! ଆଇପିଏଲରୁ ଆଉଟ୍ ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା?

Also Read- Sukma naxal encounter: ଛତିଶଗଡର ସୁକମାରେ ଏନକାଉଣ୍ଟର, ୪ ନକ୍ସଲ ମୃତ ସୂଚନା