Advertisement
Article Detail0/zeeodisha/odisha2480404
Zee OdishaOdisha StateDhanu Jatra: ଜାନୁଆରୀ ୩ ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

Dhanu Jatra: ଜାନୁଆରୀ ୩ ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହି ଯାତ୍ରା ୧୧ ଦିନ କାଳ ଅନୁଷ୍ଠିତ ହେବ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଜାନୁଆରୀ ୧୩ରେ ଶେଷ ହେବ। 

Dhanu Jatra: ଜାନୁଆରୀ ୩ ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

Dhanu Jatra: ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହି ଯାତ୍ରା ୧୧ ଦିନ କାଳ ଅନୁଷ୍ଠିତ ହେବ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଜାନୁଆରୀ ୧୩ରେ ଶେଷ ହେବ। ଏନେଇ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋଏଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କାର୍ଯ୍ୟ ନିର୍ବାହୀ ବୈଠକ ବସିଥିଲା।

୧୧ ଦିନ ପାଇଁ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବା ବେଳେ ଅମ୍ବାପାଲି ସାଜିବ ଗୋପପୁର । ଯମୁନା ନଦୀର ମାନ୍ୟତା ପାଇବ ଜୀରା ନଦୀ । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ମଥୁରା ନଗରୀ ବା ବରଗଡ଼ ସହର । କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବେ ଗୋପପୁର ବା ଅମ୍ବାପାଲି । ଆଜି ବୈଠକରେ ୨୦୨୨-୨୩ ର ଆୟ ବ୍ୟୟ ଅବସ୍ଥାପନ ପରେ ୨୦୨୫ ବର୍ଷ ପାଇଁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତାରିଖ ଘୋଷଣା ହୋଇଛି  ।

Add Zee News as a Preferred Source
About the Author