କଂଗ୍ରେସ ବିଧାୟକ ଦଳ ବୈଠକକୁ ଆସିଲେନି ତାରା ବାହିନୀ, କହିଲେ ଏମିତି କଥା...
Advertisement
Article Detail0/zeeodisha/odisha2347483

କଂଗ୍ରେସ ବିଧାୟକ ଦଳ ବୈଠକକୁ ଆସିଲେନି ତାରା ବାହିନୀ, କହିଲେ ଏମିତି କଥା...

Congress : ସେହିପରି ବୈଠକରେ ସରକାରଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତି କରିଥିଲା ଦଳ। ହେଲେ ଏହି ସେ ବୈଠକରେ ତାରା ଉପସ୍ଥିତ ନଥିଲେ।

କଂଗ୍ରେସ ବିଧାୟକ ଦଳ ବୈଠକକୁ ଆସିଲେନି ତାରା ବାହିନୀ, କହିଲେ ଏମିତି କଥା...

ଭୁବନେଶ୍ଵର: ସପ୍ତଦଶ ବିଧାନସଭାର ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନଂ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଅନୁପସ୍ଥିତ ଥିବା ଜଣାପଡ଼ିଛି। ୧୪ ବିଧାୟକଙ୍କ ଭିତରୁ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କେଉଁ କାରଣରୁ ଅନୁପସ୍ଥିତ ଅଛନ୍ତି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ଆଜିର ବୈଠକ ନେଇ ସେ କିଛି ଜାଣି ନଥିବା ଓ ତାଙ୍କୁ କେହି ଡାକି ନଥିଲେ ବୋଲି କହିଛନ୍ତି ତାରା। 

ସେ କହିଛନ୍ତି ଯେ, କହିଛନ୍ତି, ଆଜି ବିଧାୟକ ଦଳ ବୈଠକ ବସିବ ବୋଲି ମୋ ପାଖକୁ କୌଣସି ଫୋନ୍ ଆସିନଥିଲା। ବୈଠକ ବସିବ ବୋଲି ମୋତେ କେହି ନାହାନ୍ତି, ମୁଁ ମଧ୍ୟ ଜାଣି ନାହିଁ। 

ଅନ୍ୟପଟେ ବୈଠକରେ ସରକାରଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତି କରିଥିଲା ଦଳ। ହେଲେ ଏହି ସେ ବୈଠକରେ ତାରା ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବିଳମ୍ବରେ ବୈଠକକୁ ଆସିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବିଧାନସଭା କାର୍ଯ୍ୟରେ ତାରା ଯୋଗ ଦେଇଥିବା ଦେଖିବାକୁ ମିଳିଛି।