Tiktok ban in Nepal: ହେଟ୍ ସ୍ପିଚ୍ ଅଭିଯୋଗରେ ଟିକଟକକୁ ବ୍ୟାନ୍ କଲା ନେପାଳ
Advertisement
Article Detail0/zeeodisha/odisha1957623

Tiktok ban in Nepal: ହେଟ୍ ସ୍ପିଚ୍ ଅଭିଯୋଗରେ ଟିକଟକକୁ ବ୍ୟାନ୍ କଲା ନେପାଳ

  ଭାରତ ପରେ ନେପାଳ ଚୀନ୍ ସର୍ଟ୍ ଭିଡିଓ ଆପ୍ ଟିକଟକକୁ ବ୍ୟାନ୍ କରିବାକୁ ନିଷ୍ପତି ନେଇଛି । ୨୦୨୦ରେ ଟିକଟକକୁ ବ୍ୟାନ୍ କରିବାକୁ ଭାରତ ନିଷ୍ପତି ନେବାର ୪ ବର୍ଷ ପରେ ନେପାଳ କ୍ୟାବିନେଟ୍ ଏଭଳି ନିଷ୍ପତି ନେଇଛି । କାଠମାଣ୍ଡୁ ପୋଷ୍ଟରେ ପ୍ରକାଶତି ଏକ ରିପୋର୍ଟରେ ନେପାଳ ସରକାର ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନେଇଥିବ

SOCIAL MEDIA

Tiktok ban in Nepal: 

ଭାରତ ପରେ ନେପାଳ ଚୀନ୍ ସର୍ଟ୍ ଭିଡିଓ ଆପ୍ ଟିକଟକକୁ ବ୍ୟାନ୍ କରିବାକୁ ନିଷ୍ପତି ନେଇଛି । ୨୦୨୦ରେ ଟିକଟକକୁ ବ୍ୟାନ୍ କରିବାକୁ ଭାରତ ନିଷ୍ପତି ନେବାର ୪ ବର୍ଷ ପରେ ନେପାଳ କ୍ୟାବିନେଟ୍ ଏଭଳି ନିଷ୍ପତି ନେଇଛି । କାଠମାଣ୍ଡୁ ପୋଷ୍ଟରେ ପ୍ରକାଶତି ଏକ ରିପୋର୍ଟରେ ନେପାଳ ସରକାର ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନେଇଥିବା କୁହାଯାଇଛି । ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଆପର ସାମାଜିକ ସମନ୍ୱୟ ଉପରେ ପ୍ରତିକୂଳ ପ୍ରଭାବ ଦର୍ଶାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବାର ନିର୍ଦ୍ଦିଷ୍ଟ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।

ସ୍ୱାଧିନ ଅଭିବ୍ୟକ୍ତିର  ଅଧିକାରକୁ ସ୍ୱୀକାର କରିବା ସହିତ  ନେପାଳ ସରକାର ଟିକଟକରେ ଘୃଣା ସୃଷ୍ଟିକାରୀ କଣ୍ଟଣ୍ଟକୁ ଉଦବେଗ ପ୍ରକାଶ କରିଛନ୍ତି । କାଠମାଣ୍ଡୁ ପୋଷ୍ଟ ଅନୁସାରେ  ବିଗତ ଚାରି ବର୍ଷ ମଧ୍ୟରେ, ଭିଡିଓ ସେୟାରିଂ ପ୍ଲାଟଫର୍ମରେ ୧୬୪୭ ଟି ସାଇବର ଅପରାଧର ସଂଗଠିତ ହୋଇଥିଲା । ଗତକିଛି ବର୍ଷ ଧରି ଟିକଟକକୁ ନେଇ ନେପାଳରେ ବିତର୍କ ଚାଲିଥିଲା । ଏହି ଆପ୍ ସମାଜରେ ବିଦ୍ୱେଶ ସୃଷ୍ଟି କରୁଛି ବୋଲି ସମାଲୋଚନା ହେଉଥିଲା ।

ଗତ ସପ୍ତାହରେ ନେପାଳ ପୋଲିସର ସାଇବର ବ୍ୟୁରୋ, ଗୃହ ମନ୍ତ୍ରଣାଳୟ ଏବଂ ଟିକଟକର ପ୍ରତିନିଧୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୈଶୟିକ ପ୍ରସ୍ତୁତି ଶେଷ ହେବା ପରେ ସୋମବାର ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

ଏହି ନିଷେଧାଦେଶ ସରକାରଙ୍କ 'ସୋସିଆଲ୍ ନେଟୱାର୍କିଙ୍ଗ୍ ଅପରେସନ୍ ୨୦୨୩ ନିର୍ଦ୍ଦେଶନାମା'କୁ  ଅନୁସରଣ କରୁଛି। ନୂତନ ନିୟମ ଅନୁଯାୟୀ, ନେପାଳରେ କାର୍ଯ୍ୟ କରୁଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଦେଶରେ ସେମାନଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ବାଧ୍ଯତାମୁଳକ ।

ଗତ ଗୁରୁବାର ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ଏହା ନିର୍ଦ୍ଦେଶ ଦିଆଯାଇଥିଲା ଯେ ଫେସବୁକ, ଏକ୍ସ (ପୂର୍ବରୁ ଟ୍ୱିଟର), ଟିକଟୋକ ଏବଂ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ନେପାଳରେ ସେମାନଙ୍କ ଯୋଗାଯୋଗ କାର୍ଯ୍ୟାଳୟ ଖୋଲିବା ଆବଶ୍ୟକ। ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ତଥା ଆପତ୍ତିଜନକ ବିଷୟବସ୍ତୁକୁ ତୁରନ୍ତ ହଟାଇବା ଆଦିପାଇଁ ନେପାଳରେ ପ୍ରତିନିଧୀ ରହିବା ଆବଶ୍ୟକ ବୋଲି ସରକାର କହିଛନ୍ତି।

ଏହି ପ୍ଲାଟଫର୍ମଗୁଡିକ ପରିଚାଳନା କରୁଥିବା କମ୍ପାନୀଗୁଡିକ ନିଶ୍ଚିତ ଭାବରେ ନେପାଳରେ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବେ କିମ୍ବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବାର ତିନିମାସ ମଧ୍ୟରେ ନେପାଳରେ ଏକ ଫୋକାଲ୍ ବ୍ୟକ୍ତିଙ୍କୁ ନିଯୁକ୍ତ କରିବେ । ଏହା ସହିତ, ସେମାନେ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ପଞ୍ଜିକରଣ କରିବା ଆବଶ୍ୟକ । ପଂଜିକରଣ ନକରିଲେ ସଂପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେପାଳରେ  ବନ୍ଦ କରାଯିବ ।

 

ଏହି ନିର୍ଦ୍ଦେଶନାମା ସହିତ ଫେସବୁକ୍, ଏକ୍ସ, ଟିକଟକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ପରି ପ୍ଲାଟଫର୍ମରେ କ’ଣ କରିବେ କ’ଣ କରିବେ ନାହିଁ ସେନେଇ ବ୍ୟବହାରକାରୀଙ୍କ ପାଇଁ ୧୯ ବିନ୍ଦୁ ବିଶିଷ୍ଟ -ପଏଣ୍ଟ୍ ଟୁ-ଡୁ ତାଲିକା ମଧ୍ଯ ଜାରି