Top 10 News Today: ପୂର୍ବ ସରକାରରେ ନିଯୁକ୍ତ ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କଲେ ମୋହନ ସରକାର; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2302724

Top 10 News Today: ପୂର୍ବ ସରକାରରେ ନିଯୁକ୍ତ ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କଲେ ମୋହନ ସରକାର; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 21 June 2024: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପରାମର୍ଶଦାତା ଭାବେ ନିଯୁକ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 News Headlines Odisha 20 June 2024:

Today Top 10 News Headlines: H1. Odisha Govt Withdraws Service Of Advisors: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପରାମର୍ଶଦାତା ଭାବେ ନିଯୁକ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରାଯାଇଛି।  ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପଦରେ ନିଯୁକ୍ତ କର୍ମଚାରୀଙ୍କ ଦ୍ୱାରା ସରକାର କୌଣସି ଫାଇଦା ପାଉ ନଥିବା ଅନୁଭବ କରି ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। 

H2. Japanese Encephalitis Returns in Odisha’s Angul: ରାଜ୍ୟରେ ପୁଣି ଥରେ ଜାପାନିଜ୍ ଏନ୍‌ସେଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ରୋଗରେ ବର୍ତ୍ତମାନ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା କୁହାଯାଉଛି। ରାଜ୍ୟରେ ପୁଣିଥରେ ଏହି ଜାପାନିଜ୍ ଏନ୍‌ସେଫାଲିଟିସ୍ କପରି ବ୍ୟାପିଲା ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଗସ୍ତରେ ଯାଇଛନ୍ତି।

H3. Odisha government extends hockey sponsorship: ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆର ସ୍ପନସରଶିପ୍‌ ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ କହିଛନ୍ତି।

H4. Subarnapur RI, ARI held by Odisha Vigilance: ବୀରମହାରାଜପୁର ଖଣ୍ଡହତା ସ୍ଥିତ ରାଜସ୍ୱ ନିରୀକ୍ଷକ ଅଫିସରେ ଭିଜିଲାନ୍ସ ଚଢାଉ ହୋଇଛି । ଲାଞ୍ଚ ନେଉଥିବା ମାମଲାରେ ଆରଆଇ ରାଜେନ୍ଦ୍ର ମିଶ୍ର ଓ ଏଆରଆଇ ପଞ୍ଚାନନ ଡାଙ୍ଗ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ମୁତାବକ, ବୀରମହାରାଜପୁର ତହସିଲ ଅନ୍ତର୍ଗତ ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଏକ କାର୍ଯ୍ୟ କରାଇଦେବା ପାଇଁ ଆରଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ନିତ୍ୟାନନ୍ଦ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଟିମ୍ ପହଞ୍ଚି ଗିରଫ କରିଥିଲା ।  

H5. Yoga department will be started again in Utkal University: ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ। କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଥିଲା ବିଭାଗ। ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ପୁଣିଥରେ ବାଣୀବିହାରରେ ଯୋଗ ବିଭାଗ କାର୍ଯ୍ୟକ୍ଷମ ହେବା ନେଇ ଆଜି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସୂରଜ। 

H6. Odisha CM to hear public grievances every day: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।

H7. Ink Thrown At OPCC President Sarat Pattanayak: ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଛି । କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। ଦଳର ଅସନ୍ତୋଷ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। ଆଜି ସକାଳେ ଶ୍ରୀ ପଟ୍ଟନାୟକ କୌଣସି ଏକ କାମରେ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ତାଙ୍କ ଚ୍ୟାମ୍ବରକୁ ଜୋର ଜବରଦସ୍ତ ପସି ଆସି କାଳି ମାଡ କରିଥିଲେ। 

H8. CSIR-UGC-NET Exam Cancel: ନେସନାଲ ଟେଷ୍ଟିଂ ଏଜେନ୍ସି (NTA) CSIR-UGC-NET ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାର କାରଣ ପଛରେ ଏଜେନ୍ସି ଲଜିଷ୍ଟିକ୍ ପ୍ରସଙ୍ଗକୁ ଦର୍ଶାଇଛି। ସୂଚନାଯୋଗ୍ୟ ଯେ ଏହି ପରୀକ୍ଷା ଜୁନ୍ ୨୫ ରୁ ୨୭ ଜୁନ୍ ମଧ୍ୟରେ ହେବାର ଥିଲା।

H9. Arvind Kejriwal Bail: ଦିଲ୍ଲୀ ଏକ୍ସାଇଜ୍ ପଲିସି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆରାମ ମିଳିନାହିଁ। ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜାମିନରେ ସ୍ଥଗିତାଦେଶ ଲଗାଇଛନ୍ତି ଏବଂ ନିଜ ରାୟ ସଂରକ୍ଷଣ ରଖିଛନ୍ତି। ଦୁଇରୁ ତିନି ଦିନ ମଧ୍ୟରେ ଏହା ଉପରେ ରାୟ ଆସିବ ବୋଲି ବିଶ୍ୱାସ କରାଯାଏ। ସେପର୍ଯ୍ୟନ୍ତ ତାଙ୍କୁ ତିହାର ଜେଲରେ ରହିବାକୁ ପଡ଼ିବ। 

H10. T20 World Cup 2024, England vs South Africa: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ରେ ସୁପର-8 ର ଗ୍ରୁପ୍-୨ ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହୋଇଛି। ଏହି ମ୍ୟାଚ୍ ଡାରେନ୍ ସାମି ନେସନାଲ କ୍ରିକେଟ୍ ଷ୍ଟାଡିୟମ୍ ସେଣ୍ଟ୍ ଲୁସିଆରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୩ ରନ୍ କରିଛି।