Top 10 News Today: ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2314086

Top 10 News Today: ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 Afternoon Headlines from 29th June 2024: ବିରାଟ କୋହଲିଙ୍କ ୫୯ ବଲରେ ୭୬ ରନ ସହାୟତାରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ୭ ୱିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 News Today

Top 10 News Today: H1. India vs South Africa T20 World Cup Final: ବିରାଟ କୋହଲିଙ୍କ ୫୯ ବଲରେ ୭୬ ରନ ସହାୟତାରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ୭ ୱିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଏହିପରି ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୧୭୭ ରନ୍ ସ୍କୋର କରିବାକୁ ପଡିବ। ଟସ୍ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଭାରତର ବହୁତ ଖରାପ ଆରମ୍ଭ ହୋଇଥିଲା। ଗୋଟିଏ ପରେ ଗୋଟିଏ ଲଗାତାର ତିନୋଟି ୱିକେଟ୍ ହରାଇବା ପରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏଠାରୁ ବିରାଟ କୋହଲି ଓ ଅକ୍ଷର ପଟେଲ ଇନିଂସ ସମ୍ଭାଳିଥିଲେ।

H2. LAccMI bus service to be renamed: ସରକାର ବଦଳିବା ପରେ ଧୀରେ ଧୀରେ ସବୁ ଯୋଜନା ବଦଳାଯାଉଛି। ଏହାରି ମଧ୍ୟରେ ଲକ୍ଷ୍ମୀ ବସ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ପଞ୍ଚାୟତ ସ୍ତରୀୟ ଚାଲୁଥିବା ଲକ୍ଷ୍ମୀ ବସ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ , ଲକ୍ଷ୍ମୀ ବସ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା କରାଯିବ। ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

H3. CM Majhi Expresses Grief Over Death Of Minor: ଅନୁଗୁଳ ଜିଲ୍ଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ମୃତ ବାଳକର ପରିବାରର  ନିକଟତମ  ଆତ୍ମୀୟ ଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

H4. 5 soldiers swept away in Ladakh flash flood: ଗତ ରାତିରେ ଲଦାଖରେ  ଯୁଦ୍ଧ ଅଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବାରୁ ସେନାର ପାଞ୍ଚ ଜଣ ଯବାନଙ୍କ ସହିଦ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ। ସହିଦ ଯବାନ ମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ। ମୁଖ୍ୟମନ୍ତ୍ରୀ ସହିଦ୍ ଯବାନଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

H5. Police Begin Probe Against Ex-Odisha Minister Raghunandan Das: ଟିଭି ସାମ୍ୱାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣାରେ ପୂର୍ବତନ ମନ୍ତ୍ରୀଙ୍କୁ ହରଡ଼ଘଣାରେ ପକାଇଛି। ଘଟଣାର ତଦନ୍ତ ପାଇଁ ଆଜି ପୁଣି ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଲିସ ପହଞ୍ଚିଛି। ପୁଲିସର ତିନି ଜଣିଆ ଟିମ ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା। ପୁଲିସ ଏବେ ଏହି ମାମଲାରେ ତଦନ୍ତ କରିବାକୁ ଆସି ଦ୍ୱିତୀୟ ଥର କ୍ୱାର୍ଟସରେ ପହଞ୍ଚିଛି। 

H6. Odisha Mandis to Get CCTV & GPS Surveillance Within Two Months: ରାଜ୍ୟରେ ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା। ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ ଜିପିଏସ୍। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ ମଣ୍ଡିରେ ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର ହେବ। ମଣ୍ଡିରେ ସିସିଟିଭି ସହିତ ଧାନ ନେଇ ଯାଉଥିବା ଗାଡିରେ ଜିପିଏସ୍‍ ଲାଗିବ। ୨ମାସରେ ଯୋଜନା କରାଯାଇ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। 

H7. Odisha CM three-day New Delhi visit: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀ ଗସ୍ତ ଅବସରରେ ଅନେକ ମନ୍ତ୍ରୀ ଓ ନେତା ମାନଙ୍କୁ ସାକ୍ଷାତ କରିଛନ୍ତି। ଶନିବାର ଦିନ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳକୁ ଆସି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

H8. Canopy collapses at Rajkot Airport: ଆଜି ଅପରାହ୍ନରେ ଗୁଜରାଟର ରାଜକୋଟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପ୍ରବଳ ବର୍ଷା ଯୋଗୁଁ ରାଜକୋଟ ବିମାନବନ୍ଦରର ଛାତର ଏକ ଅଂଶ ଭୁଶୁଡି ପଡି ତଳେ ପଡିଯାଇଥିଲା। କୁହାଯାଉଛି ଯେ ବିମାନ ବନ୍ଦର ଟର୍ମିନାଲ ବାହାରେ ଯାତ୍ରୀ ପିକଅପ୍ ଏବଂ ଡ୍ରପ୍ ଅଞ୍ଚଳରେ ଏହି ଛାତ ପଡିଛି। ଏହା ଜୁଲାଇ ୨୦୨୩ ରେ ଆରମ୍ଭ କରାଯାଇଥିଲା। ସୌଭାଗ୍ୟବଶତ ଏହି ଦୁର୍ଘଟଣା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ। 

H9. Delhi rains: Death toll rises to 12: ଦିଲ୍ଲୀରେ ପ୍ରବଳ ବର୍ଷା ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ଅନେକ ସ୍ଥାନରେ ଜମା ହୋଇଥିବା ପାଣି ସାଂଘାତିକ ପ୍ରମାଣିତ କରୁଛି। ଶନିବାର ଦିନ ସିରାଜପୁର ଅଣ୍ଡରପାସ୍ ନିକଟରେ ଦୁଇ ଯୁବକ ବୁଡ଼ି ମରି ଯାଇଛନ୍ତି। ଓଖଲା ଅଣ୍ଡରପାସ୍ ଦେଇ ଯିବାକୁ ଚେଷ୍ଟା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ସହ ଦିଲ୍ଲୀରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଛି। 

H10. Delhi liquor scam: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଛି। କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ସିବିଆଇ କୋର୍ଟରେ ଆବେଦନ କରିଛି। ବାସ୍ତବରେ ତାଙ୍କୁ କିଛିଦିନ ତଳେ ସିବିଆଇ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ତିନି ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଥିଲେ। ଆଜି ତାଙ୍କ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବର୍ତ୍ତମାନ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ସିବିଆଇର ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।