Top 10 News Today: ପହଣ୍ଡି ଅଘଟଣର ହେବ ପ୍ରତିକାର ପୂଜା, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2408620

Top 10 News Today: ପହଣ୍ଡି ଅଘଟଣର ହେବ ପ୍ରତିକାର ପୂଜା, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ପହଣ୍ଡି ଅଘଟଣର ହେବ ପ୍ରତିକାର ପୂଜା, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today

Headlines 01- ରୁଷୀୟ ହେଲିକପ୍ଟର Mi-8T ନିଖୋଜ ହୋଇଯାଇଛି । ହେଲିକପ୍ଟରରେ ଥିବା ୩ ଜଣ କ୍ୟାବିନ କ୍ରୁ ସଦସ୍ୟ ଓ ୧୯ ଜଣ ଯାତ୍ରୀଙ୍କୁ ମିଶାଇ ମୋଟ ୨୨ ଜଣ ଥିଲେ । କାମ୍‌ଚାତ୍‌କା ନିକଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବର୍ତ୍ତମାନ ହେଲିକପ୍ଟରକୁ ଠାବ କରିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।

Headlines 02- ଉତ୍ତରପ୍ରଦେଶର ପ୍ରସିଦ୍ଧ କେଦାରନାଥ ଧାମରେ ଏକ ​​ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଖରାପ ହୋଇଯାଇଥିବା ଏକ ହେଲିକପ୍ଟରକୁ ଭାରତୀୟ ସେନାର MI-17 ଚପର ଦ୍ୱାରା ସ୍ଥାନାନ୍ତର କରାଯାଉଥିବା ବେଳେ ଏହା ପାହାଡ ମଧ୍ୟକୁ ଖସିପଡିଛି । ତେବେ ମୃତାହତ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିନାହିଁ ।

Headlines 03- ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍- ଉଷା) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  କୃଷି ଭବନରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଏମ୍- ଉଷା ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ ଏବଂ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ୍‌କୁ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 04-  ବାଲେଶ୍ୱର ଡିଇଓ ଅଫିସ୍‌ର କନିଷ୍ଠ କିରାଣି ପ୍ରଦୀପ ଦାସ ଗିରଫଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କୁ ଗିରଫ କରାଯାଇଛି । ଗତ କାଲି ଭିଜିଲାନ୍ସ ଚଢାଉ କରାଯାଇ ବିପୁଳ ସଂପତ୍ତି ଠାବ କରାଯାଇଥିଲା ।  ୧ କୋଟିର ମାର୍କେଟ କଂପ୍ଲେକ୍ସ, ଗୋଟିଏ କୋଠା, ୬ ପ୍ଲଟ ସହ ଅନ୍ୟାନ୍ୟ ବହୁମୂଲ୍ୟ ଜିନିଷ ଥିବା ସୂଚନା ମିଳିଥିଲା ।

Headlines 05- ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ। ସରକାର ଗୃହରେ ଏସମ୍ପର୍କରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡିର ସଦସ୍ୟମାନେ ହୋହାଲ୍ଲା କରିବା ସହ ଅବାକରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନିଶାମୁକ୍ତ ଓଡ଼ିଶା ଗଠନ କହି ସରକାରକୁ ଆସିଥିଲା ବିଜେପି। ହେଲେ ଏବେ କଣ ହେଉଛି, ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। 

Headlines 06- ରାଜ୍ୟରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ୧୬ଟି ଜିଲ୍ଲାର ଖୋଲିବ ୨୫ ଟି ଅବକାରୀ ଥାନା। କେବଳ ଗଞ୍ଜାମ ଜିଲ୍ଲାରେ ୬ଟି ନୂଆ ଅବକାରୀ ଥାନା ଖୋଲିବ। ଗଞ୍ଜାମରେ ୩, ବ୍ରହ୍ମପୁରରେ ୩ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ। ଏନେଇ ଅବକାରୀ ନର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି । ସେହିପରି କଟକ ଓ ମୟୂରଭଞ୍ଜରେ ଦୁଇଟି ଓ ଭୁବନେଶ୍ବରରେ ଗୋଟିଏ ଅବକାରୀ ଥାନା ଖୋଲିବ। ଏନେଇ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ। 

Headlines 07- ରାଜଧାନୀ ଭୁବନେଶ୍ଵରର ଆଖପାଖ ଅଞ୍ଚଳରେ ବାର୍ଡ-ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି। ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସମେତ ଅନ୍ୟ କିଛି ଅଞ୍ଚଳରେ ବାର୍ଡ-ଫ୍ଲୁ ବ୍ୟାପିଛି। ଉକ୍ତ ଅଞ୍ଚଳଗୁଡ଼ିକରୁ ରାଜଧାନୀକୁ ଚିକେନ ଯୋଗାଣ ହେଉଛି। ତେଣୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ କହିଛନ୍ତି। ଏଥିସହ ରାଜଧାନୀବାସୀ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ। 

Headlines 08- ପାରାଦ୍ଵୀପ ବନ୍ଦରରୁଠାବ ହେଲେ ୩ ଘାନା ନାଗରିକ। ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଏକ ଚାଇନା ଜାହାଜରେ ୩ ଘାନା ନାଗରିକକୁ ଠାବ କରିଛନ୍ତି କର୍ତ୍ତୃପକ୍ଷ। ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା। କେଉଁ ଉଦ୍ଦେଶ୍ୟ ଓ କେଉଁ ପରିସ୍ଥିତିରେ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ ସେନେଇ ଯାଞ୍ଚ ଆରମ୍ଭ ହୋଇଛି। ଜାହାଜକୁ ସିଆଇଏସଏଫ ଜବାନ ଜଗିଛନ୍ତି। ଯାଞ୍ଚ ପରେ ଜାହାଜର କ୍ୟାପଟେନଙ୍କୁ ଏକ ନୋଟିସ ଦିଆଯିବ। ସେହି ଜାହଜର ନାବିକ ଆଉ ଭାରତର କୌଣସି ବନ୍ଦରରେ ଓହ୍ଲାଇ ପାରିବେ ନାହିଁ ବୋଲି ଇମିଗ୍ରେସନ ଅଧିକାରୀ ମାନସରଞ୍ଜନ ଦାସ କହିଛନ୍ତି।

Headlines 09- ଶ୍ରୀକ୍ଷେତ୍ରରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  ପ୍ରତିକାର ପୂଜା ବିଧି ପାଇଁ କଥାବାର୍ତ୍ତା କରାଯାଇଛି । ମୁକ୍ତି ମଣ୍ଡପ ପଣ୍ଡିତ ସଭା ସମୟ ନିର୍ଘଣ୍ଟ ବାହାର କରିବା ପରେ ପ୍ରତିକାର ପୂଜା କରାଯିବ । ଯାହା ଘଟିଯାଇଛି ତାହା ଏକ ଦୁର୍ଘଟଣା ସେଥିରେ ବଡ଼ ଠାକୁର ପଡ଼ିନାହାନ୍ତି ବରଂ ସେବାୟତଙ୍କ ପିଠିରେ ଭରା ଦେଇଥିଲେ ବଡ଼ ଠାକୁର ।  ପ୍ରଭୁଙ୍କ କୌଣସି ଅଙ୍ଗ ମାଟିରେ ଲାଗି ନଥିଲା ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Headlines 10-  ବଙ୍ଗୋପସାଗରରେ ଅବପାତ ରୂପ ନେଇଛି ସୁଦୃଶ୍ୟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଅବପାତ ହେବା ପରେ ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଦିଗରେ ମଧ୍ୟରାତି ସମୟରେ ଉପକୂଳ ଅତିକ୍ରମ କରିବ ।  ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି ।

Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଏହି ରାଶିକୁ ମିଳିବ ଖୁସି ଖବର

Also Read- Video: ଲେବଲ କ୍ରସିଂରେ ଏମିତି କଲେ ଯୁବକ, ଭିଡିଓ ହେଲା ଭାଇରାଲ