Top 10 News: ବର୍ତ୍ତମାନ ସୁଦ୍ଧା ରାଜ୍ୟ ତଥା ଦେଶରେ ଘଟିଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Headlines:
1- ଆଜି ନବବର୍ଷ ୨୦୨୪: ନୂଆ ବର୍ଷ ପାଇଁ ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି । ପ୍ରତ୍ୟକ ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ସମେତ ସପିଂ ମଲ୍, ସିନେମା ହଲ୍ ଏବଂ ହୋଟେଲ୍ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରତ୍ୟକ ଦେଶରେ ଜିରୋ ନାଇଟକୁ ବଡ଼ ଧୁମଧାମରେ ପାଳନ କରାଯିବା ସହ ନବବର୍ଷ ୨୦୨୪କୁ ସ୍ୱାଗତ କରାଯାଇଛି ।
2- ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ: ମହାପ୍ରଭୁଙ୍କ ଦର୍ଶନ ସହିତ ନୂଆ ବର୍ଷ ଆରମ୍ଭ କରିବାକୁ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବିଳମ୍ୱିତ ରାତ୍ରୀରୁ ଭକ୍ତମାନେ ଲମ୍ୱା ଲାଇନରେ ଛିଡା ହୋଇ ମନ୍ଦିର ଭିତରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
3- ଆଜିଠୁ କଡା ନିୟମ: ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ତଥା ତମାଖୁ ଜନିତ ଦ୍ରବ୍ୟକୁ ବ୍ୟାନ୍ କରାଯାଇଛି । ଯଦି କୌଣସି ବ୍ୟକ୍ତି ନିୟମ ନମାନି ଏଥିରେ ବ୍ୟତିକ୍ରମ ସୃଷ୍ଟି କରନ୍ତି ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । କେବଳ ସେତିକି ନୁହେଁ ଏହା ସହିତ ଚିରା ଫଟା ତଥା କଦର୍ଯ୍ୟ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ ନିଷେଧ କରାଯାଇଛି ।
4- ବରିଷ୍ଠ ନେତା ଦାମୋଦର ରାଉତଙ୍କ ଘର ବାହୁଡା: ୨୦୧୮ ମସିହାରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କୁ ପୁଣି ଥରେ ବିଜେଡିରେ ମିଶିଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ପୁଣିଥରେ ଦାମଙ୍କ ଘର ବାହୁଡା ହୋଇଛି । ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ଦାମଙ୍କ ପୁଅ ସମ୍ୱିତ ରାଉତରାୟ ।
5- ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ: ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ।
6- ଜାପାନରେ ଶକ୍ତିଶାଳୀ ଭୂକମ୍ପ: ଜାପାନରେ ୭.୪ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। 16:10 (JST) ରେ ନୋଟୋ, ଇଶିକାୱା ରେ ଏହି ଭୂକମ୍ପ ହୋଇଥିଲା। ସୋମବାର ଦିନ ଭୂକମ୍ପ ଯୋଗୁଁ ଇଶିକାୱାଠାରେ ତୁରନ୍ତ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଦି ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ରାଜଧାନୀ ଟୋକିଓ ଓ କାଣ୍ଟୋ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।
7- କିମ ଜୋଙ୍ଗଙ୍କ ଯୁଦ୍ଧ ଧମକ: ନୂଆ ବର୍ଷ ଉତ୍ସବ ମଧ୍ୟରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ଆମେରିକା ଓ ଦକ୍ଷିଣ କୋରିଆକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ଏହା ସହିତ କିମ ଜୋଙ୍ଗ ଉନ୍ ତାଙ୍କର ବରିଷ୍ଠ ସୌନିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଦକ୍ଷିଣ କୋରିଆ ଓ ଆମେରିକା ସାମରିକ ମୁକାବିଲା ଆରମ୍ଭ କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ସର୍ବାଧିକ ବଳ ପ୍ରୟୋଗ କରାଯିବା ଉଚିତ୍।
8- ଇତିହାସ ରଚିଲା ISRO, ଲଞ୍ଚ କଲା XPoSat: ISRO ନୂଆ ବର୍ଷର ପ୍ରଥମ ଦିନରେ ଇତିହାସ ସୃଷ୍ଟି କରିଛି। ISRO ସକାଳ ୯.୧୦ ରେ PSLV-C58 / XPoSat ଲଞ୍ଚ କରିଛି । ଏହା ଦ୍ୱାରା ସ୍ପେସ୍ ଓ ବ୍ଲାକ୍ ହୋଲର ରହସ୍ୟ ଅନୁସନ୍ଧାନ କରାଯାଇପାରିବ। ଏହି ମିଶନର ଜୀବନକାଳ ପ୍ରାୟ ପାଞ୍ଚ ବର୍ଷ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ବର୍ଷର ପ୍ରଥମ ମିଶନ ଆରମ୍ଭ କରାଯାଇଥିଲା।
9- ଡେଭିଡ ୱାର୍ଣ୍ଣରଙ୍କ ବଡ଼ ଘୋଷଣା: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର ନୂଆ ବର୍ଷର ପ୍ରଥମ ଦିନରେ ଏକ ବଡ଼ ଘୋଷଣା କରିଛନ୍ତି। ସୋମବାର ଦିନ (୧ ଜାନୁଆରୀ) ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ ସେ କହିଛନ୍ତି ଯେ ସେ ବର୍ତ୍ତମାନ ମଧ୍ୟ ODI କ୍ରିକେଟ୍ ରୁ ଅବସର ନେଉଛନ୍ତି। ୩ ଜାନୁଆରୀରୁ ସିଡନୀରେ ପାକିସ୍ତାନ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ତାଙ୍କ କ୍ୟାରିୟରର ଶେଷ ରେଡ୍ ବଲ୍ ମ୍ୟାଚ୍ ହେବ।
10- ପାଣିପାଗ ଖବର : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିବ । ଏଥିସହ ପାଗ ପ୍ରାୟତଃ ଶୁଖିଲା ରହିବ । ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା ସର୍ବନିମ୍ନ ୧୫ ଏବଂ ସର୍ବାଧିକ ୨୯ ରହିପାରେ ।
Also Read- Odisha Politics: ନୂଆ ବର୍ଷରେ ବିଜେଡିକୁ ଫେରିଲେ ବରିଷ୍ଠ ନେତା ଦାମୋଦର ରାଉତ
Also Read- ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ