• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Written ByZee Odisha Desk
Published: Feb 16, 2024, 03:48 PM IST|Updated: Feb 16, 2024, 03:52 PM IST
joinshare
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
     ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଫିଲ୍ମ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଓଡ୍ରାଫ

    ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଫିଲ୍ମ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଓଡ୍ରାଫ

    2

    Crime Branch: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ

    3

    Odisha News: 'ଓଡ୍ରାଫକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀକୁ ଉନ୍ନୀତ କରାଯିବ'

    4

    Ajit Agarkar: ମହମ୍ମଦ ଶାମିଙ୍କୁ ଅଗରକର ଦେଲେ ଏମିତି କିଛି ବାର୍ତ୍ତା, କହିଲେ...

    5

    President Droupadi Murmu:ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର

    ଆଜି ଭାରତ ବନ୍ଦ
    ସଂଯୁକ୍ତ କିଷାନ୍ ମୋର୍ଚ୍ଚା ୧୬ ଫେବୃଆରୀ ଅର୍ଥାତ୍ ଆଜି ଭାରତ ବନ୍ଦ ଘୋଷଣା କରିଛି। ଏହି ଭାରତ ବନ୍ଦ ମୁଖ୍ୟତଃ ଗ୍ରାମୀଣ ଭାରତ ଉପରେ ଧ୍ୟାନ ଦେବ। ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାଏତ ବର୍ତ୍ତମାନ ମଧ୍ୟ କହିଛନ୍ତି ଯେ ପିଲାମାନଙ୍କର ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ରାଜପଥ ବନ୍ଦ ହେବ ନାହିଁ। ଏଥିସହିତ ଅନେକ ବ୍ୟବସାୟିକ ସଂଗଠନ ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ସେମାନେ ସେମାନଙ୍କର ବ୍ୟବସାୟ ବନ୍ଦ କରିବେ ନାହିଁ। ପ୍ରାରମ୍ଭରେ କୁହାଯାଇଥିଲା ଯେ ସମସ୍ତ ଦୋକାନ, ଅନୁଷ୍ଠାନ, ପନିପରିବା ଏବଂ ଶସ୍ୟ ବଜାର ବନ୍ଦ ହେବା ସହିତ ରାସ୍ତାରେ ଅବରୋଧ ମଧ୍ୟ ହେବ। ହେଲେ ପରବର୍ତ୍ତୀ ସମୟରେ ଏହି ବୟାନକୁ ପରିବର୍ତ୍ତନ କରାଯାଇଥିଲା। 

    ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଗଲେ ବିଚାରପତି 
    ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଲେ ବିଚାରପତି। ବିଚାରପତି ଜଷ୍ଟିସ୍ ବି.ପି ରାଉତରାୟ ଶୁଣାଣିରୁ ଓହରି ଯାଇଛନ୍ତି। ଏବେ ମାମଲାର ଶୁଣାଣି ଅନ୍ୟ ଜଣେ ବିଚାରପତି କରିବେ। ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରିବର୍ତୀ ଶୁଣାଣି ହେବ। ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି ଓହରି ଯାଇଛନ୍ତି, ତାହା ଜଣାପଡ଼ିନାହିଁ। ସେପଟେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି ହୋଇଛି। ଏହି ଅବଧି ମଧ୍ୟରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ପୋଲିସ।

    ପ୍ରଫୁଲ୍ଲ ସାମଲଙ୍କ ଘରୁ ନଗଦ ଟଙ୍କା ଓ କାର ଜବତ
    ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ ଘଟଣା । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଫଚ୍ୟୁନର କାର ଜବତ କରିଛି ଇଡି । ।ତେବେ ଜବତ କାରଟି ଲୁଲୁଙ୍କ ନାଁରେ ନାହିଁ । ବରଂ ଜବତ ହୋଇଥିବା କାରଟି ବିଲଡର ସଂସ୍ଥା ନାଁରେ ରହିଛି । ଏହି କାର କିଣାର ଛାନଭିନ୍ କରୁଛି ଇଡି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୨୦ କୋଟିର ଜମି ଦୁର୍ନୀତି ମାମଲାରେ ରେଡ୍ କରିଥିଲା ଇଡି । କଲେଜ ସହ ଘରେ ରେଡ୍ କରିଥିଲା ଇଡି । ପାଖାପାଖି ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଥିଲା । ଆଉ ଆଜି ପ୍ରଫୁଲ୍ଲଙ୍କ ପୁଅଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଏକ କାର ଜବତ କରିଛି ଇଡି ।

    ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଶତାଧିକ ଶ୍ରଦ୍ଧାଳୁ
    ଆଜି ପବିତ୍ର ମାଘ ସପ୍ତମୀ। ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ପୌରାଣିକ ମତ ଅନୁସାରେ, ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ଏଥିସହ ମାଘ ସପ୍ତମୀରେ ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ।  ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।

    ଆଜି ଠୁ +୨ ପରୀକ୍ଷା
    ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା। ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା। ସାହିତ୍ୟ ବିଷୟରେ ଆଜି ପରକ୍ଷା ଦେବେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ। ଆସନ୍ତାକାଲିଠୁ ଅର୍ଥାତ୍ ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା। ଶିକ୍ଷା ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ୩ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ପରୀକ୍ଷା ପାଇଁ ଅଧଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଉତ୍ତର ଲେଖିବା ପାଇଁ ଖାତା ପାଇବେ। ୫ ମିନିଟ୍ ପୂର୍ବରୁ ମିଳିବ ପ୍ରଶ୍ନପତ୍ର। ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ।

    ଆରମ୍ଭ ହେଲା ଖଣ୍ଡଗିରି ମେଳା
    ପରମ୍ପରା, ବିଧି ଓ ବିଶ୍ବାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପ‌ାଠ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ‌ମନ୍ତ୍ରଧ୍ବନି, ସଂଜ ନଇଁଲେ ଜମିବ ଭଜନ କୀର୍ତ୍ତନ। ଆସନ୍ତା ୯ ଦିନ ପାଇଁ ମହାତୀର୍ଥରେ ପରିଣତ ହେବ ଖଣ୍ଡଗିରି।

    କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ
    କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା ଓ ଗାଡି ଆସବାବପତ୍ର ରହିଛି।

    ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ହତ୍ୟା
    ଶେଫିଲ୍ଡ ପୋଲିସ୍ ମୁଖ୍ୟ ରିକି ଟେରିଙ୍କ ଅନୁଯାୟୀ ଭାରତୀୟ ମୂଳର ରାଜୀବଭାଇ ପଟେଲଙ୍କୁ ଗୁଳିକରି ମାରିବା ଅଭିଯୋଗରେ ୩୪ ବର୍ଷିୟ ୱିଲିୟମ୍ ଜେରେମି ମୋରଙ୍କୁ  ଗିରଫ କରାଯାଇଛି। କର୍ତ୍ତୃପକ୍ଷ କହିଛନ୍ତି ଯେ ମୋର୍ ଏକ କୋଠରୀ ଭଡା ନେବାକୁ ମୋଟେଲକୁ ଆସିଥିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆମେରିକାର ଆଲାବାମାରେ ଥିବା ଏକ ମୋଟେଲ ରୁମ ଭଡାକୁ ନେଇ ବିବାଦ ପରେ ଜଣେ ୭୬ ବର୍ଷୀୟ ଭାରତୀୟ ମୂଳ ମୋଟେଲ ମାଲିକଙ୍କ ଉପରେ ଜଣେ ଗ୍ରାହକ ଗୁଳି ଚଳାଇଥିଲେ। ଗତ ସପ୍ତାହରେ ଶେଫିଲ୍ଡର ହିଲ୍କ୍ରିଷ୍ଟ ମୋଟେଲର ମାଲିକ ପ୍ରବୀଣ ରାଜୀବଭାଇ ପଟେଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଶେଫିଲ୍ଡ ପୋଲିସ୍ ମୁଖ୍ୟ ରିକି ଟେରିଙ୍କ ଅନୁଯାୟୀ, ପଟେଲଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ୩୪ ବର୍ଷିୟ ୱିଲିୟମ୍ ଜେରେମି ମୋର୍ଙ୍କୁ ଗିରଫ କରାଯାଇଥିଲା।

    ସ୍ୱାମୀକୁ ମାରି ଘରେ ପୋତି ଦେଲା ନିଷ୍ଠୁର ସ୍ତ୍ରୀ
    ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ ପ୍ରକାଶ ନାୟକ ଓ ଜ୍ୟୋତ୍ସ୍ନାରାଣୀ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ସେମାନଙ୍କ ସମ୍ପର୍କ। ସାମାନ୍ୟ କଳହ ପାଇଁ ନିଜ କପାଳରୁ ସିନ୍ଦୂର ପୋଛି ଦେଇଥିଲା ଜ୍ୟୋତ୍ସ୍ନା। ସ୍ୱାମୀ ପ୍ରକାଶଙ୍କୁ ହେମଦସ୍ତାରେ ଛେଚି କରିଥିଲା ହତ୍ୟା। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଗତକାଲି ଘଟିଥିବା ହତ୍ୟାକାଣ୍ଡର ପୁଲିସ ଗୁମର ଖୋଲିଛି

    ତୃତୀୟ ଟେଷ୍ଟ: ପ୍ରଥମ ପାଳିରେ ଭାରତ ୪୪୫/୧୦ 
    ରାଜକୋଟରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ପ୍ରଥମ ପାଳିରେ ଟିମ ଇଣ୍ଡିଆ ୪୪୫ ରନ୍ କରି ଅଲଆଉଟ ହୋଇଯାଇଛି। ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଇନିଂସ ବଳରେ ଦଳ ପ୍ରଥମ ଇନିଂସରେ ୪୪୫ ରନ୍ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ଦୁଇ ଓପନର ରୋହିତ ଓ ଯଶସ୍ୱୀ ଜୟସ୍ୱାଲ ପାଳି ଆରମ୍ଭ କରିଥିଲେ। କିନ୍ତୁ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟର ସାମ୍ନା କରିବାକୁ ପଡିଥିଲା। ମାତ୍ର ୩୩ ରନରେ ଜୟସ୍ୱାଲ, ଗିଲ୍ ଏବଂ ରଜତ ପଟିଦାରଙ୍କ ଭଳି ୩ଟି ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ଏହାପରେ ରୋହିତ, ଜାଡେଜା ଓ ଯୁବ ବ୍ୟାଟର ସରଫରାଜ ଖାନ ରକ୍ଷଣାତ୍ମକ ପାଳି ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।

    Add Zee News as a Preferred Source
    TAGS:
    Top 10 News Headlines Odisha
    Top 10 News Headlines Odisha Today
    Top 10 News Headlines
    odisha latest news
    odisha news today
    odisha update news
    Odisha Trending News
    Top 10 News Headlines Odisha 16 February
    Top 10 Samachar
    Top 10 news today in odia
    Odia Top 10 News
    Odia Morning News Odia top 10 Morning News
    Odia Afternoon News
    Odia top 10 Afternoon News
    Odia Evening News
    Odia top 10 Evening News 16 February 2024