• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ପୂରା ଖବର

Written ByZee Odisha Desk
Published: Feb 09, 2024, 04:39 PM IST|Updated: Feb 09, 2024, 04:39 PM IST
joinshare
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Rath Yatra 2026: ଟାହିଆ ଖୋଲିବା ନିଷ୍ପତ୍ତି ସେବକଙ୍କର- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

    Rath Yatra 2026: ଟାହିଆ ଖୋଲିବା ନିଷ୍ପତ୍ତି ସେବକଙ୍କର- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

    Odia News43 min ago
    2

    Rath Yatra 2026: ଶରଧାବାଲିରେ ଲାଗିଲା ୩ ରଥ

    Rath Yatra 20262 hrs ago
    3

    ଶ୍ରୀନଗର ପୋଲିସକୁ ବଡ ସଫଳତା, ନିଶା ମାଫିଆଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଲ୍

    Odia News10:25 AM IST
    4

    ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ ମୋଦୀ

    Odia News9:46 AM IST
    5

    'ମହାପ୍ରଭୁ ଜଗନ୍ନାଥ' ଆନିମେସନ ଫିଲ୍ମ ରିଲିଜ୍‌ ଉପରେ ଲାଗିଲା ଅଙ୍କୁଶ

    Odia News9:02 AM IST

    ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା
    ବିଜୁ ଜନତା ଦଳ (BJD)ରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ପୂର୍ବରୁ ମନ୍ତ୍ରୀ ଥିବା ପ୍ରେମାନନ୍ଦ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପଠାଇଛନ୍ତି । ଏଥିସହ ସେ ଅଭିଯୋଗ ଆଣିଛନ୍ତି ଯେ, ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ସୂଚନା ମୁତାବକ, ସୁତ୍ରରୁ ଜଣାପଡିଛି ଯେ, ପୂର୍ବରୁ କିଛି ଦଳୀୟ ସଦସ୍ୟ ପ୍ରେମାନନ୍ଦଙ୍କ ବିରୁଦ୍ଧରେ ଲାଗିଥିଲେ । ଏହା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀକୁ ଭେଟି ଆଲୋଚନା କରିବା ପାଇଁ ଚାହୁଁଥିଲେ । କିନ୍ତୁ ବାରମ୍ୱାର ଚେଷ୍ଟା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରିନଥିଲେ । ଅକ୍ଟୋବର ୧୨, ୨୦୨୩ରୁ ପ୍ରେମାନନ୍ଦ ଇସ୍ତଫା ଦେଇଥିବା ପ୍ରେସ୍ ରିଲିଜରେ ଦେଖିବାକୁ ମିଳିଛି ।

    ଚୌଧୁରୀ ଚରଣ ସିଂ, ପି.ଭି ନରସିଂହ ରାଓ ଏବଂ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ
    ଭାରତ ସରକାରଙ୍କ ପକ୍ଷରୁ ଶୁକ୍ରବାର ଦିନ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ ବିଷୟରେ ଘୋଷଣା କରାଯାଇଛି । ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ ଅବିସ୍ମରଣୀୟ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ପୁରସ୍କୃଚ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି ନରସିଂହ ରାଓ ଏବଂ ଡ ଏମଏସ ସ୍ୱାମୀନାଥନଙ୍କୁ ସମାଜ ଗଠନରେ ସେମାନଙ୍କର ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦିଆଯାଇ ସମ୍ମାନ ଦିଆଯାଇଛି ।

    ରାଜ୍ୟ ବଜେଟ: ବଢିଛି ମୁଣ୍ଡ ପିଛା ଆୟ
    ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଉପସ୍ଥାପନ କରାଯାଇଛି। ସମୁଦାୟ ବଜେଟ୍‍ ପରିମାଣ ରହିଛି ୨ ଲକ୍ଷ ୫୫ ହଜାର କୋଟି ଟଙ୍କା। ଏଥିରେ ସରକାର ଆସନ୍ତା ଆର୍ଥିକ ବର୍ଷରେ ୮ ପ୍ରତିଶତ ସମାଗ୍ରିକ ବିକାଶ ହାରକୁ ସ୍ଥିର କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସାମଗ୍ରିକ ବିକାଶ ହାର ( ଜିଡିପି) ୮.୫ ପ୍ରତିଶତ ରହିଛି। ଆସନ୍ତା ଆର୍ଥିକ ବର୍ଷରେ ନିର୍ବାଚନ ଥିବାରୁ ସରକାର ଏକ କାମଚଳା ଲେଖାନୁଦାନ ମଧ୍ୟ ପ୍ରସ୍ତୁତ କରହିଛନ୍ତି। ଏହିକ୍ରମରେ ୪ ମାସ ଲାଗି ଲେଖାନୁଦାନ ରହିଛି ୧ ଲକ୍ଷ ୧୮ ହଜାର କୋଟି। ଅର୍ଥମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭାଷଣରେ ରାଜ୍ୟର ମୁଣ୍ଡପିଛା ଆୟ ବାର୍ଷିକ ୧ଲକ୍ଷ ୬୧ ହଜାର ୪୩୭ ଟଙ୍କା ରହିଛି। ଅପରପକ୍ଷେ ରାଷ୍ଟ୍ରୀୟ ସ୍ତରରେ ମୁଣ୍ଡପିଛା ଆୟ ୧ଲକ୍ଷ ୮୫ ହଜାର ୮୫୪ ଟଙ୍କା ରହିଛି। 

    ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର
    ଲାଗିରହିଥିବା ଚର୍ଚ୍ଚାର ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ଯୋଗ ଦେଇଛନ୍ତି ସଂତୃପ୍ତ ମିଶ୍ର। ନବୀନ ନିବାସରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ସଂତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କଂପାନୀରେ କାମ କରୁଥିଲେ। ୨୮ବର୍ଷ ଧରି ସେ ଚାକିରି କରୁଥିଲେ। କିଛିମାସ ତଳେ ସଂତୃପ୍ତ ମିଶ୍ର ଚାକିରି ଛାଡ଼ି ଦେଇଥିଲେ। ସେ ଚାକିରି ଛାଡ଼ି ଓଡ଼ିଶା ଆସିବା ପରେ ବିଜେଡିରେ ଯୋଗ ଦେବେ ବୋଲି  ଚର୍ଚ୍ଚା ହେଉଥିଲା। ଆଜି ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗଦେବା ପରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି। ଦଳରେ ମିଶିବା ପରେ ତାଙ୍କୁ ଦଳ ପକ୍ଷରୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ପ୍ରଦାନ କରିଛି। 

    ଗୃହରୁ ବିଦାୟ ନେଲେ ସୁର
    ବିଧାନସଭା ବଜେଟ ଅଧିବେଶନର ଆଜି ଶେଷ ଦିନ । ବିଧାନସଭା ଗୃହରୁ ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉରତାୟ । ଏହାସହ ସୁରେଶ ରାଉତରାୟ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି କରିବି ବୋଲି କହିଛନ୍ତି ସୁର । ୧୯୭୭ ମସିହାରେ ପ୍ରଥମଥର ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ।

    ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
    ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୭୧୬ ଜଣଙ୍କୁ ସଚିବାଳୟ ସେବା କ୍ୟାଡରରେ ନିଯୁକ୍ତି ପାଇଁ ଆବଶ୍ୟକ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏମାନେ ସହକାରୀ ଉପ ବିଭାଗ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସଚିବାଳୟ କନ୍‍ଭେନ୍ସନ ହଲ୍ ରେ ଏଥିଲାଗି ଏକ ଉତ୍ସବ ଆୟୋଜନ କରାଯାଇଛି। 

    ପାକିସ୍ତାନ ନିର୍ବାଚନ: ନିର୍ବାଚନରେ ମାଟି କାମୁଡିଲା ତଲହା ସଇଦ
    ଫେବୃଆରୀ ୯ ତାରିଖ ଶୁକ୍ରବାର ଘୋଷିତ ହୋଇଛି ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ। ଏହି ନିର୍ବାଚନ ପାଇଁ ଫେବୃଆରୀ ୮ ତାରିଖ ଗୁରବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪।  ହେଲେ ନିର୍ବାଚନ ଫଳାଫଳ କେବଳ ପାକିସ୍ତାନୀ ସେନା ନୁହେଁ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। 

    ବଢିଲା ଧୀରଜ ସାହୁଙ୍କ ଅଡ଼ୁଆ
    ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଅଡ଼ୁଆ ପୁଣି ବଢ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ସମନ୍‍ ଜାରି କରାଯାଇଛି। ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କୁ ବିଏମ୍‍ଡବ୍ଲୁ କାର୍‍ ଉପହାର ଦେଇଥିବା ନେଇ ସନ୍ଦେହ କରାଯାଉଛି। ପୂର୍ବରୁ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ଘରୁ ୩୫୧ କୋଟି ୮୦ ଲକ୍ଷ ଟଙ୍କା ନଗଦ ଜବତ ହେବା ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ। 

    ରେପୋ ରେଟ ଅପରବର୍ତ୍ତିତ
    ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ତ୍ରୈମାସିକ ମୂଦ୍ରା ନୀତିରେ ରେପୋରେଟ୍‍କୁ ଅପରିବର୍ତ୍ତିତ ରଖିଛି। ଏହାଦ୍ୱାରା ବ୍ୟାଙ୍କ ନେଉଥିବା ଋଣ ବା ଗ୍ରହକଙ୍କୁ ଦେଉଥିବା ଋଣ ଉପରେ ସୁଧହାର ଅପରିବର୍ତ୍ତିତ ରହିବ। ଏବେ ରେପୋ ହାର ୬.୫ ପ୍ରତିଶତ ରହିଛି। ଏହି କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଧାରଣ କମିଟି ୫-୧ ଭୋଟରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଆସନ୍ତା ଆର୍ଥିକ ବର୍ଷରେ ଭାରତର ବିକାଶ ହାର ୭ % ରହିବ ବୋଲି ଆକଳନ କରିଛନ୍ତି।

    ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ଖେଳି ନ ପାରନ୍ତି ଶ୍ରେୟସ ଆୟର
    ରାଜକୋଟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ଶେଷ ୩ ଟେଷ୍ଟ ମ୍ୟାଚ୍‌ ଖେଳି ନ ପାରନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଶ୍ରେୟସ ଆୟର ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେହିପରି ବ୍ୟାଟିଂ କରିବା ବେଳେ ସେ ଜଙ୍ଘ ଅଞ୍ଚଳରେ ସମସ୍ୟା ଅନୁଭବ କରିଥିଲେ। ତେଣୁ ସେ ଇଂଲଣ୍ଡ ବପିକ୍ଷ ଶେଷ ୩ ଟେଷ୍ଟ ଖେଳି ନ ପାରନ୍ତି। ରିପୋର୍ଟରେ କୁହାଯାଇଛି ଖେଳାଳିଙ୍କ କିଟ ବ୍ୟାଗ ମଧ୍ୟ ବିଶାଖାପଟନମରୁ ରୋଜକୋଟକୁ ପଠାଇ ଦିଆଯାଇଛି।

    Add Zee News as a Preferred Source
    TAGS:
    Top 10 News Headlines Odisha
    Top 10 News Headlines Odisha Today
    Top 10 News Headlines
    odisha latest news
    odisha news today
    odisha update news
    Odisha Trending News
    Top 10 News Headlines Odisha 9 February
    Top 10 Samachar
    Top 10 news today in odia
    Odia Top 10 News
    Odia Morning News Odia top 10 Morning News
    Odia Afternoon News
    Odia top 10 Afternoon News
    Odia Evening News
    Odia top 10 Evening News 9 February 2024