Top News Headlines : ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।
Trending Photos
Top 10 News Headlines
1- ଲୋକସଭାରୁ ୫ଜଣ କଂଗ୍ରେସ ସାଂସଦ ନିଲମ୍ୱିତ: ଆଜି ଗୃହ ଭିତରେ ବିଶୃଙ୍ଖଳିତ ଆଚୋରଣ ପାଇଁ କଂଗ୍ରେସ ଦଳର ୫ ସାଂସଦଙ୍କୁ ନିଲମ୍ୱନ କରିବା ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଗତ କରିଥିଲେ । ଏହାକୁ ଭୋଟ ମାଧ୍ୟମରେ ଲୋକସଭା ସିକୃତି ପ୍ରଦାନ କରିଛି । ନିଲମ୍ୱିତ ହୋଇଥିବା ସଦସ୍ୟମାନେ ହେଲେ ଟିଏନ ପ୍ରତାପନ, (T N Prathapan), ଡେନ କୁରିଆକୋସ (Dean Kuriakose), ଏସ ଜ୍ୟୋତିମଣୀ, (S Jothimani), ରମ୍ୟା ହରିଦାସ), ( Ramya Haridas) ଏବଂ ହାଇବି ଇଡେନ (Hibi Eden) । ଏହି ୫ ଜଣ ସଦସ୍ୟଙ୍କ ଉପରେ ଶୀତକାଳୀନ ଅଧିବେଶନରେ ଅବଶିଷ୍ଟ କାର୍ଯ୍ୟ ଦିବସ ଲାଗି ନିଲମ୍ୱନ ବଲବତ୍ତର ରହିବ । ସେହିପରି ରାଜ୍ୟସଭା ସାଂସଦ ତଥା ତୃଣମୁଳ କଂଗ୍ରେସ ସଦସ୍ୟ ଡେରିକ୍ ଓବ୍ରେନ୍ ଙ୍କୁ ମଧ୍ୟ ରାଜ୍ୟସଭାରୁ ନିଲମ୍ୱନ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
2- ୮ ଦିଲ୍ଲୀ ପୋଲିସ ନିଲମ୍ୱିତ: ଲୋକସଭାରେ ସୁରକ୍ଷା ଅବହେଳା ଅଭିଯୋଗରେ ୮ ଜଣ ଦିଲ୍ଲୀ ପୋଲିସ ଅଧିକାରୀଙ୍କୁ ଲୋକସଭା ସଚିବାଳୟ ନିଲମ୍ୱିତ କରିଛି । ଗତକାଲି ୩ ଜଣ ଦର୍ଶକ ଗ୍ୟାଲେରୀରୁ ଗୃହ ମଧ୍ୟକୁ ଡେଇଁ ପଡିଥିଲେ । ଏହା ଏଥିପାଇଁ ଲୋକସଭା ବାଚସ୍ପତି ତଦନ୍ତ ଆଦେଶ ଦେବାଇଥିଲେ । ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତକାଲିର ଘଟଣା ପରେ ସାଂସଦ ଭବନର ଦୁଇଟି ଦ୍ୱାରକୁ ଖୋଲା ଯାଇଛି । ବାଚସ୍ପତି ଏବଂ ପ୍ରଧାନମନ୍ତ୍ରୀ ଗଜଦ୍ୱାର ଦେଇ ଯାଇପାରିବେ ।
3- ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ରାୟ: ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଓ ଶାହି ଇଦଗାହା ମସଜିଦ ମଧ୍ୟରେ ଚାଲିଥିବା ବିବାଦ ଉପରେ ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ଏହାର ରାୟ ଦେଇଛନ୍ତି । ଏହି ଶୁଣାଣିରେ ହାଇକୋର୍ଟ ବିବାଦୀୟ ପରିସରର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିବାଦୀୟ ଜମିର ସର୍ଭେ ଆଡଭୋକେଟ୍ କମିଶନରଙ୍କ ମାଧ୍ୟମରେ କରିବାକୁ ଦାବି ମଧ୍ୟ କୋର୍ଟ ଅନୁମୋଦନ କରିଛନ୍ତି । ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଦିନ ଏହି ରାୟ ଦେଇଥିବା ବେଳେ ହିନ୍ଦୁ ଦଳର ଆବେଦନକୁ ଅନୁମୋଦନ କରିଛନ୍ତି । ଏହି ମାମଲାରେ ଜଷ୍ଟିସ ମାୟାନକ କୁମାର ଜେନାଙ୍କ ଏକକ ବେଞ୍ଚ ରାତି ପ୍ରାୟ ୨ ଟାରେ ଏହାର ରାୟ ଦେଇଛନ୍ତି ।
4- 'ଓଡ଼ିଶାରେ ମୋଦୀ ଗ୍ୟାରେଣ୍ଟି ସଫଳ ହେବ' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ଆଗାମି ଲୋକସଭା ନିର୍ବାଚନରେ ମିନିମମ ୧୫ଟି ଆସନରେ ଜିତିବ ବିଜେପି ଏଥିସହିତ ୨୦୨୪ ନିର୍ବାଚନରେ ବିଜେପିକୁ ୪୫ ପ୍ରତିଶତରୁ ଅଧିକ ଭୋଟ ମିଳିବ । ରାଜ୍ୟରେ ବିଜେପିର ଭୋଟ ହାର କ୍ରମାଗତ ଭାବରେ ବଢିବାରେ ଲାଗିଛି ବୋଲି ଧର୍ମେନ୍ଦ୍ର ମତ ରଖିଛନ୍ତି ।
5- 'ଋତୁସ୍ରାବ ସମସ୍ୟା କିମ୍ୱା ବାଧକ ନୁହେଁ' କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀ: ମହିଳାଙ୍କ ମାସିକ ଋତୁସ୍ରାବ ଏକ ସ୍ୱାଭାବିକ ପ୍ରକ୍ରିୟା ତେଣୁ ଏହାକୁ ଏକ ସମସ୍ୟା କହିବା ଅନୁଚିତ । ବରଂ ଋତୁସ୍ରାବ ସଂମୟରେ ଛୁଟି କିମ୍ୱା ଦରମା ବାଧ୍ୟତାମୂଳକ କରିବା ଆବଶ୍ୟକତା ନାହିଁ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏପରି ମତ ଦେଇଛନ୍ତି । ଆରଜେଡି ନେତା ମନୋଜ କୁମାରଙ୍କ ପ୍ରଶ୍ନର ଉତ୍ତରରେ ଏପରି କହିବା ପରେ ସ୍ମୃତିଙ୍କ ବୟାନକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି ।
6- ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ବିବାହିତା ମହିଳାଙ୍କ ଇଚ୍ଛା ବିରୁଦ୍ଧରେ ଅନୈତିକ ସମ୍ପର୍କ ରଖିବା ମହଙ୍ଗା ପଡିଛି ସରପଞ୍ଚଙ୍କ ପୁଅ ତଥା ବିଜେଡି ଉପସଭାପତି ସଞ୍ଜିତ ମଲ୍ଲିକଙ୍କୁ । ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ପାଇଁ ଉଦ୍ୟମ କରିବା କାରଣରୁ ସଞ୍ଜିତଙ୍କୁ ହତ୍ୟା କରାଯାଇଥିବା ଫଲବାଣୀ ସଦର ଥାନା ପୋଲିସ ସୂଚନା ଦେଇଛି । କେବଳ ସେତିକି ନୁହେଁ ଉକ୍ତ ମହିଳାଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ହାସଲ କରିବା ସହିତ ବଦନାମ କରିବା ନେଇ ଧମକ ଦେଇଥିଲେ ସଞ୍ଜିତ । ଏହି କାରଣରୁ ମହିଳାଙ୍କ ମନରେ ଥିଲା ଅନେକ କ୍ରୋଧ ଆଉ ସେହି କାରଣରୁ ସେ ସଞ୍ଜିତଙ୍କୁ ହତ୍ୟା କରିବା ନେଇ ଯୋଜନା କରିଥିଲେ ।
7- ମାଆ ଶାରଳାଙ୍କ ମନ୍ଦିରରୁ ଚୋରି: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା'' ଶାରଳାଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ ଚୋରୀ କରି ଥିବା ନେଇ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିରର ପଶ୍ଚିମ ଦ୍ୱାର ଦେଇ କିଛି ଦୁର୍ବୁତ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରି ସିଂହଦ୍ଵାର ନିକଟରେ ଥିବା ୧ ନମ୍ବର ହୁଣ୍ଡିକୁ କଟର ମେସିନ ସାହାଯ୍ୟରେ କାଟି ହୁଣ୍ଡିରେ ଥିବା ସବୁ ଟଙ୍କା ପଇସାକୁ ଲୁଟ୍ କରି ନେଇ ଯାଇଛନ୍ତି। ଯାହାକି ଆଜି ଭୋର ସକାଳୁ ସେବକମାନେ ମନ୍ଦିର ଖୋଲିବା ପରେ ମନ୍ଦିର ହୁଣ୍ଡି ବାକ୍ସ ଭଙ୍ଗା ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ଅଭିଯୋଗ ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
8- ଅଗ୍ନିକାଣ୍ତରେ ଜଳିଗଲା ୧୫ଟି ଦୋକାନ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦା ଛକରେ ଘଟିଛି ଭୟାବହ ଅଗ୍ନିକାଣ୍ତ । ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୨ଟାରେ ହଠାତ୍ ଇରମ ପଞ୍ଚାୟତ ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା । ଫଳରେ ଏହି ନିଆଁ ଗୋଟେ ପରେ ଗୋଟେ ଦୋକାନକୁ ବ୍ୟାପି ଥିଲା । ନିଆଁର ପ୍ରକୋପ ବେଶୀ ଥିବାରୁ ଦୋକାନରୁ ଜିନିଷପତ୍ର ବାହାର କରିବା ସମ୍ଭବ ହୋଇପାରିନଥିଲା । ଖବର ପାଇ ବାସୁଦେବପୁର ଓ ଧାମର ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ପ୍ରାୟ ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
9- ବେପରୁଆ ଗାଡି ଚାଳକ ସାବଧାନ, କଡା ହେବ ଚେକିଂ: ଚଳିତ ମାସରେ ଗାଡି ଚାଳକଙ୍କ ଉପରେ ବଡ ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି ଏନଫୋର୍ସମେଣ୍ଟ୍ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖାଯାଇଛି । ସଡକ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବାକୁ ଏପରି ପଦକ୍ଷପ ନିଆଯାଇଛି । ବିଶେଷ କରି ଗାଡି ଚାଳନା ସମୟରେ ମଦ୍ୟପାନ, ବିନା ହେଲମେଟ୍, ଓଭରଲୋଡିଂ, ଦ୍ରୁତ ଗତିକୁ କଡା କଡି ଭାବରେ ଯାଞ୍ଚ କରାଯିବ ।
10- ଆହୁରି ଖସିବ ତାପମାତ୍ରା !: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଏମିତି କି, କିଛି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଶୀତ ଅନୁଭବ ହେବ । ଏହି ସମୟରେ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ହ୍ରାସ ପାଇବ। ବର୍ତ୍ତମାନ ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହାର ପ୍ରଭାବରେ ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜି କୋରପୁଟ, କେନ୍ଦୁଝର, ଫୁଲବାଣୀ, ଅନୁଗୋଳ ଓ ସୁନ୍ଦରଗଡ଼ ରାତି ତାପମାତ୍ରା ୧୦ ଡିଗ୍ରୀକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Also Read- Goddess Lakshmi: ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ
Also Read- ୨୧ ବର୍ଷ ବୟସରେ ପ୍ରଥମ ବିବାହ, ୩ ଛାଡ଼ପତ୍ର ପରେ ୬୫ ବର୍ଷ ବୟସରେ ଏକାକୀ ଜୀବନ କାଟୁଛନ୍ତି ଅଭିନେତ୍ରୀ