Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2061165

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

afternoon bulletin Top 10 News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ଆସିଲା ଦିବ୍ୟା ପାହୁଜାଙ୍କ ପୋଷ୍ଟମର୍ଟମ ରିପୋର୍ଟ: ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡର ୧୧ ଦିନ ପରେ ଶବ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ପୋଲିସ ଡାକ୍ତରଖାନାକୁ ପଠାଇଥିଲା । ବର୍ତ୍ତମାନ ବ୍ୟବଚ୍ଛେଦର ରିପୋର୍ଟ ଆସିଥିବାବେଳେ ଜଣାପଡିଛି ଯେ, ପଏଣ୍ଟ୍ ବ୍ଲାଙ୍କରୁ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବ୍ୟବଚ୍ଛେଦ ସମୟରେ ଦିବ୍ୟାଙ୍କ ମୁଣ୍ଡରୁ ଏକ ଗୁଳି ବାହାରିଥିବା ସୂଚନା ମିଳିଛି ।

2- ଶ୍ରୀମନ୍ଦିର ଆଜିଠୁ ମହାଯଜ୍ଞ ଆରମ୍ଭ:  ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେନେଇ ଆଜିଠୁ ମହାଯଜ୍ଞ ଆରମ୍ଭ ହେବ । ଶ୍ରୀମନ୍ଦିର ଚାରିଦ୍ୱାରରେ ମନ୍ତ୍ରପାଠ କରାଯିବା ସହ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ। ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଜାନୁଆରୀ ୧୭କୁ ସମଗ୍ର ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି ।

3- ପରିକ୍ରମା ରଥକୁ ହାସ୍ୟାସ୍ପଦ କହିଲେ ବିଜୟ: କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଶୌଚାଳୟ ନିର୍ମାଣ ଏବଂ ତାହାର ଉଦଘାଟନ ପାଇଁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିବା କଥା ନିଶ୍ଚିତ ଭାବରେ ହାସ୍ୟାସ୍ପଦ । ଏହା କହିବା ସହିତ ଶାସକ ଦଳକୁ ସମାଲୋଚନା କରିଛନ୍ତି ବିଜୟ । କେବଳ ସେତିକି ନୁହେଁ ୟୁଟୁବର କାମିୟା ଜାନୀଙ୍କୁ କାହିଁକି ମନ୍ଦିର ଭିତରକୁ ଛଡାଗଲା ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

4-  ଦିଲ୍ଲୀରେ ୪୦୦ରୁ ଅଧିବ ବିମାନ ବିଳମ୍ବିତ, ୨୦ ବାତିଲ: ଦିଲ୍ଲୀ ବିମାନ ବନ୍ଦରରେ କୁହୁଡ଼ିର ଆସ୍ତରଣ ଉଭୟ ବିମାନ କମ୍ପାନୀ ଓ ଯାତ୍ରୀଙ୍କୁ ନାକେଦମ କରିଛି। ଭୋର ୩ଟାରୁ ସକାଳ ସାଢ଼େ ୧୦ଟାଯାଏ ଦୃଶ୍ୟମାନ ଶୂନ ହୋଇଯାଉଥିବାରୁ ବାଧ୍ୟ ହୋଇ ନିର୍ଦ୍ଧାରିତ ବିମାନକୁ ବାତିଲ ବା ବିଳମ୍ବ କରିବାକୁ ବାଧ୍ୟ ହେଉଛନ୍ତି କର୍ତ୍ତୃପକ୍ଷ। ଏଥିଯୋଗୁ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରାୟ ୪୦୦ ବିମାନକୁ ବିଳମ୍ବରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଖାଲି ସେତିକି ନୁହେଁ ବିମାନ ଚଳାଚଳ କମ୍ପାନୀ ନିର୍ଦ୍ଧାତିତ ୨୦ ବିମାନକୁ ବାତିଲ କରିଥିବା ବେଳେ ୨୦ଟିକୁ ଅନେକ ବିଳମ୍ବରେ ଚଳାଇଛନ୍ତି। 

5- ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ବରଗଡ଼ ପାଲଟିବ ମଥୁରା ନଗରୀ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ୭୬ତମ ଧନୁଯାତ୍ରା ପାଇଁ ଅମ୍ବପାଲି ପଲଟିବାକୁ ଯାଉଛି ଗୋପପୂର। ବିଶ୍ୱର ଏହି ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ହେବାକୁ ଥିବା ଏହି ଯାତ୍ରାକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିବେ।

6- ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ:  ଆଜି ତଥା ମକର ସଂକ୍ରାନ୍ତିରୁ ଆରମ୍ଭ ହେଲା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ବରୁଣେଶ୍ୱର ମେଳା । ସମଗ୍ର ରାଜ୍ୟରେ ମକର ସଂକ୍ରାନ୍ତିକୁ ଏକ ବଡ ପର୍ବ ଭାବରେ ପାଳନ କରାଯାଉଥିବା ସମୟରେ ଶୈବପୀଠ ବାବା ବରୁଣେଶ୍ୱର କ୍ଷେତ୍ରରେ ଏହାକୁ ଅତି ଆଡମ୍ୱର ସହିତ ପାଳନ କରାଯାଏ । ଏହି କ୍ରମରେ ଆଜି ରାତ୍ରୀ ସମୟରୁ ବାବାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ପବିତ୍ର କୁଶଭଦ୍ରା ନଦୀରେ ବୁଡ ପକାଇ ବାବାଙ୍କ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବାବା ବରୁଣେଶ୍ୱରଙ୍କ ନିକଟରେ ଲଗାତାର ୫ ଦିନ ଧରି ରୁଦ୍ରାଭିଷେକ ହୋଇଥାଏ । 

7- ବେକ କାଟିଲା ଗୁଡି:  ଗୁଡି ଉଡାଇବା ପିଲାଙ୍କ ପାଇଁ ପଡିଛି ମହଙ୍ଗା । ଆଜି କଟକ ବାଲିକୁଦା ଅଞ୍ଚଳରେ ଗୁଡି ଉଡାଉଥିବା ସମୟରେ ଗୁଡି ସୁତାରେ ଛନ୍ଦି ହୋଇ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଦୁଇ ବ୍ୟକ୍ତି ଏକ ବାଇକରେ ଯାଉଥିବା ସମୟରେ ଗୁଡି ସୁତା ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ମିଳିଛି । ଦୁଇ ଯୁବକଙ୍କୁ ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

8-  ଶୀତରାତିରେ ବସ୍ ଚକା ତଳେ ଶିଶୁକୁ ଛାଡ଼ି ମା' ଫେରାର:  ବସ ଚକା ତଳୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା । ଶିଶୁଟିକୁ ମାଆଜଣକ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ବସ୍ ଚକାତଳେ ଛାଡି ଚାଲିଯାଇଥିବା ସୂଚନା ମିଳିଛି । ଚମ୍ପୁଆ ନିକଟରେ ଛିଡା ହୋଇଥିବା ଏକ ବସର ହେଲପର ଗାଡି ଷ୍ଟାର୍ଟ୍ ହେବା ପୂର୍ବରୁ ବସର ଚକା ଗୁଡିକୁ ଯାଞ୍ଚ କରିବା ସମୟରେ ଛୁଆଟିକୁ ଦେଖିଥିଲେ । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିକୁ ଚମ୍ପୁଆ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି ।

9- ଭୂସ୍ଖଳନ କାରଣରୁ ୨୨ ମୃତ୍ୟୁ:  ତାଞ୍ଜାନିଆରେ ଭୟଙ୍କର ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏକ ଖଣିରେ ଭୂସ୍ଖଳନ ହେବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହିତ ଅନେକ ଲୋକ ଖଣି ଭିତରେ ଫସି ରହିଥିବା ସୂଚନା ମିଳିଛି । ବର୍ଷା କାରଣରୁ ହଠାତ୍ ଭୂସ୍କଳନ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

10- ବର୍ଷା ସମ୍ଭାବନା: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ କରାଣରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ୧୪ ଜାନୁଆରୀରେ ରାଜ୍ୟର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ଅନ୍ୟପଟେ ଆଗାମି ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜାନୁଆରୀ ୧୭ ଏବଂ ୧୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

Also Read- ୩ ବର୍ଷ ବିଧବା ରହିବା ପରେ ହିନ୍ଦୁ ପୁଅକୁ ବାହା ହେଲେ କିନ୍ତୁ ତାପରେ...