Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2087789

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

  ସଂସଦର ବଜେଟ୍ ଅଧିବେଶନ ଆଜି ଠାରୁ ଅର୍ଥାତ୍ ୩୧ ଜାନୁଆରୀରୁ ଆରମ୍ଭ ହେଉଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ। ସଂସଦର ବଜେଟ୍ ଅଧିବେଶନ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଆରମ୍ଭ ହେବ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୌଠକକୁ ସମ୍ବୋଧିତ କରିବେ। ବ

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଆସନ୍ତା କାଲି ବଜେଟ: 
ସଂସଦର ବଜେଟ୍ ଅଧିବେଶନ ଆଜି ଠାରୁ ଅର୍ଥାତ୍ ୩୧ ଜାନୁଆରୀରୁ ଆରମ୍ଭ ହେଉଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ। ସଂସଦର ବଜେଟ୍ ଅଧିବେଶନ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଆରମ୍ଭ ହେବ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୌଠକକୁ ସମ୍ବୋଧିତ କରିବେ। ବର୍ତ୍ତମାନର ଲୋକସଭାର ଏହା ହେଉଛି ଶେଷ ଅଧିବେଶନ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ ଫେବ୍ରୁଆରୀରେ କାମଚଳା ବଜେଟ୍ ଉପସ୍ଥାପନ କରିବେ। ଦାୟିତ୍ୱ ଗ୍ରହଣ କରିବା ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ।

ନୂଆ ପାର୍ଲିଆମେଣ୍ଟରେ ରାଷ୍ଟ୍ରପତିଙ୍କ ପ୍ରଥମ ଭାଷଣ: 
ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ (୩୧ ଜାନୁଆରୀ) ଆରମ୍ଭ ହୋଇଛି, ଯାହା ୯ ଫେବ୍ରୁଆରୀ ପର୍ଯ୍ୟନ୍ତ ଚାଲିବ। ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ କାମଚଳା ବଜେଟ୍, ଯାହା ଆସନ୍ତା କାଲି ଅର୍ଥାତ୍ ୧ ଫେବ୍ରୁଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହେବ। ସଂସଦର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବିଭାଷଣ ସହିତ ଆରମ୍ଭ ହୋଇଥିଲା। ନୂତନ ସଂସଦରେ ନିଜର ପ୍ରଥମ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ନୂତନ ସଂସଦ ଭବନରେ ଏହା ମୋର ପ୍ରଥମ ଅଭିଭାଷଣ। ରାଷ୍ଟ୍ରପତି ସଂସଦ ଗୃହରେ ପ୍ରଥମ ଅଭିଭାଷଣ ପ୍ରଦାନ କରୁଥିବା ଯାଇ କହିଛନ୍ତି ଯେ ଏଠାରେ 'ୱାନ୍ ଇଣ୍ଡିଆ, ବେଷ୍ଟ ଇଣ୍ଡିଆ'ର ସୁଗନ୍ଧ ରହିଛି। ସମଗ୍ର ବିଶ୍ୱରେ ଗୁରୁତର ସଙ୍କଟ ମଧ୍ୟରେ ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ଗତ ଦୁଇଟି କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ହାର ୧.୫ ପ୍ରତିଶତ ରହିଛି।

ବନକଲାଗି ନୀତି ପାଇଁ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ: 
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି। ସନ୍ଧ୍ୟାରେ ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ପବିତ୍ର ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ପାରମ୍ପରିକ ରଙ୍ଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି।

୩ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ: 
ଆଉ ୩ ଜିଲ୍ଲାରେ ଗଡ଼ିଛି ଲକ୍ଷ୍ମୀ ବସ। ଢେଙ୍କାନାଳ, ଅନୁଗୋଳ ଓ ଦେଓଗଡ଼ ଜିଲ୍ଲାରେ ଗଡିଛି ଲକ୍ଷ୍ମୀ ବସ୍। ଦିନ ୧୧ଟାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଢେଙ୍କାନାଳରେ ୫୫ଟି ବସ ଗଡ଼ିବାକୁ ଥିବା ବେଳେ ଅନୁଗୁଳରେ ୨୬ ଓ ଦେବଗଡ଼ରେ ୧୭ଟି ଲକ୍ଷ୍ମୀ ବସ ଚଳାଚଳ କରିବ। ପ୍ରାଥମିକ ପର୍ଯ୍ୟାୟରେ ଗାଁରୁ ବ୍ଲକ୍ ମୁଖ୍ୟାଳୟକୁ ଚାଲିବ ଲକ୍ଷ୍ମୀ। ସେହିଭଳି ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ୬ଟି ଜିଲ୍ଲାରେ ବସ୍ ଗଡୁଛି।

୬ରେ ଓଡ଼ିଶା ଆସିବେ ରାହୁଲ: 
ଆସନ୍ତା ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ। ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୬ ତାରିଖ ସନ୍ଧ୍ୟାରେ ରାହୁଲ ଗାନ୍ଧି ବୀରମିତ୍ରପୁରରେ ପହଞ୍ଚିବେ। ସେହିଠାରେ ତାଙ୍କୁ ସ୍ୱାଗତ କରାଯିବ। ୩ଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କର ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୭ ଓ ୮ରେ କାର୍ଯ୍ୟକ୍ରମ ରହିଛି। ରାଉରକେଲାରେ ରାହୁଲ ଗାନ୍ଧି ରୋଡ ଶୋ’ କରିବେ। 

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଇଡ଼ି: 
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପୁଣିଥରେ ଇଡି। ଖଣି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ରାଞ୍ଚି ସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି ଇଡି। ଆଉ କିଛି ସମୟପରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଟିମ ମୁଖ୍ଯମନ୍ତ୍ରୀଙ୍କ ବାସଭବନ ମଧ୍ଯରେ ରହିଛି। ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧ କରିବା ସମ୍ଭାବନା ଥିବାରୁ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ମୁଖ୍ଯମନ୍ତ୍ରୀଙ୍କ ବାସଭବନ ଶହେ ମିଟର ମଧ୍ଯରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକ ରାତି ୧୦ଟା ପର୍ଯ୍ଯନ୍ତ ଲାଗୁ ରହିବ। ବହୁମାତ୍ରାରେ ସିଆରପିଏଫର ଯବାନ ମୁତୟନ ହୋଇଛନ୍ତି। ତେବେ କୌଣସି ପ୍ରକାରର ଧାରଣା ଏବଂ ଆନ୍ଦୋଳନ ଉପରେ ରୋକ ଲଗାଯାଇଛି। ପଚରାଉଚରା ପରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇପାରେ। ଏଥିପାଇଁ ତା ପୂର୍ବରୁ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହେମନ୍ତ ସୋରେନ। ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ । ଯଦି ହେମନ୍ତ ସୋରେନ୍ ଇସ୍ତଫା ଦିଅନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି।

ମଣିପୁରରେ ଦଙ୍ଗା ସ୍ଥିତି: 
ମଙ୍ଗଳବାର ଦିନ ମଣିପୁରର କାଙ୍ଗପୋକପି ଜିଲ୍ଲାର ଏକ କ୍ୟାମ୍ପ ଉପରେ ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିବା ସମୟରେ ଅତି କମରେ ଦୁଇଜଣ ଗ୍ରାମୀଣ ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲା ସଂଲଗ୍ନ ଲାମଶଙ୍ଗ ଅଞ୍ଚଳର କାଦଙ୍ଗବନ୍ଦ ଗ୍ରାମ ନିକଟରେ ଅବସ୍ଥିତ କ୍ୟାମ୍ପରେ ଏହି ଘଟଣା ଘଟିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି, "ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣ ପରେ ଗାଁର ସ୍ୱେଚ୍ଛାସେବୀମାନେ ପ୍ରତିଶୋଧ ପରାୟଣ ହେଇଥିଲେ, ଦୁଇ ଗାଁ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ। ପ୍ରତିଶୋଧ ପରାୟଣ ହେବା ପରେ, ଘେରାଉ କରୁଥିବା ଆକ୍ରମଣକାରୀମାନେ ପୁନର୍ବାର ସଂଗଠିତ ହୋଇଥିଲେ ଏବଂ ପୁନର୍ବାର" ଆକ୍ରମଣ ହୋଇଛି।

ରାଜ୍ୟରେ ଶୀତ ଲହରୀ ଜାରି:
ରାଜ୍ୟରେ ଜାରି ରହିଛି ଶୀତର ଲହରୀ।  ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ଘନ କୁହୁଡି଼ ମଧ୍ୟ ଦେଖିବାକୁ ମିଳୁଛି। ମଙ୍ଗଳବାର ସକାଳୁ ଭୁବନେଶ୍ବରରେ ଘନ କୁହୁଡି ପଡିଥିବା ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ହେଉ ନଥିଲା। ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ବି କମ୍ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। 

ସୁକମାରେ ନକ୍ସଲ ଆକ୍ରମଣ:
ଜାନୁଆରୀ ୩୦ ତାରିଖ ମଙ୍ଗଳବାର ପଡୋଶୀ ଛତିଶଗଡ଼ର ସୁକମା-ବିଜାପୁର ଜିଲ୍ଲା ସୀମାରେ ହୋଇଯାଇଛି ଏକ ବଡ଼ ଧରଣର ନକ୍ସଲ ଆକ୍ରମଣ। ମଙ୍ଗଳବାର ରାଜ୍ୟର ଟେକାଲଗୁଡେମ ଅଞ୍ଚଳରେ ନକ୍ସଲ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବାର ଖବର ଆସିଛି। ସିଆରପିଏଫ କୋବ୍ରା ୟୁନିଟ ଏବଂ ଡିଆରଜି ଯବାନଙ୍କ ମିଳିତ ଦଳ ଉପରେ ହୋଇଥିଲା ଆକ୍ରମଣ। ନକ୍ସଲଙ୍କ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଥିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବାର କୁହାଯାଉଛି।

ମୟଙ୍କ ଅସୁସ୍ଥ:
୩୦ ଜାନୁଆରୀ ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନ୍ ହଠାତ୍ ବିମାନରୁ ଓହ୍ଲାଇ ହସ୍ପଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତ୍ରିପୁରା ବିପକ୍ଷରେ ରଣଜୀ ମ୍ୟାଚ୍ ଖେଳିବା ପରେ ମୟଙ୍କ ତାଙ୍କ କର୍ଣ୍ଣାଟକ ଦଳ ସହିତ ଅଗରତାଲା ଠାରୁ ସୁରଟକୁ ଯାଉଥିଲେ। ହଠାତ୍ ସେ ସେଠାରେ ଥିବା ସିଟ୍ ଉପରେ ରଖାଯାଇଥିବା ପାଣି ପିଇଥିଲେ। ଏହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ହସ୍ପିଟାଲ ନିଆଯାଇଥିଲା।