Top 10 News Today: ରେଭେନ୍ସା ବାବଦରେ ମୁହଁ ଖୋଲିଲେ ସାଂସଦ ଭର୍ତ୍ତୃହରି ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2428539

Top 10 News Today: ରେଭେନ୍ସା ବାବଦରେ ମୁହଁ ଖୋଲିଲେ ସାଂସଦ ଭର୍ତ୍ତୃହରି ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ରେଭେନ୍ସା ବାବଦରେ ମୁହଁ ଖୋଲିଲେ ସାଂସଦ ଭର୍ତ୍ତୃହରି ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today

Headlines 01- ଦିଲ୍ଲୀ ଏକ୍ସାଇଜ୍ ପଲିସି ଦୁର୍ନୀତିରେ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଜାମିନ ପାଇଛନ୍ତି। ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ସିବିଆଇ କାର୍ଯ୍ୟାନୁଷ୍ଠାନ ଏବଂ ଜାମିନକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଦୁଇ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ସର୍ବସମ୍ମତ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ସେପ୍ଟେମ୍ବର ୫ରେ ଏହି ମାମଲାର ଯୁକ୍ତି ଶୁଣିବା ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜ୍ଜ୍ୱଲ ଭୁୟାଁଙ୍କ ବେଞ୍ଚ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲା। ଏବେ କେଜରିୱାଲ ମଧ୍ୟ ସିବିଆଇ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି।

Headlines 02- ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ନୂଆ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛି ଓଡ଼ିଶା । କର୍ଣ୍ଣାଟକ ମାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ସନ୍ତରଣକାରୀ ମହିଳା ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇପାରିଛନ୍ତି । ମହିଳା ଟିମକୁ ବର୍ତ୍ତମାନ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । 

Headlines 03- ପୂର୍ବ ଲଦାଖରେ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ଖବର ଦେଇଛନ୍ତି। ସେ କହିଛନ୍ତି ଯେ 'ସୈନ୍ୟ ପ୍ରତ୍ୟାହାର ସହ ଜଡିତ ସମସ୍ୟାଗୁଡିକ ପ୍ରାୟ ୭୫ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି। କିନ୍ତୁ ବଡ଼ ପ୍ରସଙ୍ଗ ହେଉଛି ସୀମାରେ ସାମରିକକରଣ ବୃଦ୍ଧି। ଏହି ସ୍ୱିସ୍ ସହରରେ ଥିଙ୍କ ଟ୍ୟାଙ୍କ 'ଜେନେଭା ସେଣ୍ଟର ଫର ସିକ୍ୟୁରିଟି ପଲିସି' ସହିତ ଏକ ଇଣ୍ଟରାକ୍ଟିଭ୍ ଅଧିବେଶନରେ ଜୟଶଙ୍କର କହିଛନ୍ତି ଯେ ଜୁନ୍ ୨୦୨୦ରେ ଗାଲୱାନ୍ ଘାଟି ମଧ୍ୟରେ ହୋଇଥିବା ସଂଘର୍ଷ ଭାରତ-ଚୀନ୍ ସମ୍ପର୍କକୁ ପ୍ରଭାବିତ କରିଛି। ସେ କହିଛନ୍ତି ଯେ ସୀମାରେ ହିଂସା ପରେ କେହି କହିପାରିବେ ନାହିଁ ଯେ ଅନ୍ୟ ସମ୍ପର୍କ ଏହା ଦ୍ୱାରା ପ୍ରଭାବିତ ନୁହେଁ।

Headlines 04- ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କାମଧେନୁ ଯୋଜନା ଲାଗୁ କରାଯିବ । ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ସୂଚନା ଦେଇଛନ୍ତି । କାମଧେନୁ ଯୋଜନା ପାଇଁ ମୋଟ ୧୪୨୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା ଯୋଜନା କରାଯିବ । ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା କରାଯିବ ।

Headlines 05- ଥମୁନି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ । ଏ ବାବଦରେ ମୁହଁ ଖୋଲିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ରେଭେନ୍ସାର ନାମ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ଭର୍ତ୍ତୃହରି କହିଛନ୍ତି । ଆଲୋଚନା ଚକ୍ରରେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ । ଏନେଇ ୭୭ ମସିହାରୁ କୁହାହୋଇଆସୁଛି, ୮୦ ମସିହାରେ ଲେଖା ମଧ୍ୟ ଲେଖିଛି । ନାମ ପରିବର୍ତ୍ତନ ନିଷ୍ପତ୍ତି ସରକାର ନେବେ ଏ ବିଷୟରେ ମୁଁ ଆକ୍ଷେପ କରିନାହିଁ ବୋଲି ସାଂସଦ କହିଛନ୍ତି ।

Headlines 06- ବାରିପଦାରେ ବଡ଼ ଅଘଟଣ। ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି। ବାରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୪ଜଣ ଆଦର୍ଶ ବିଦ୍ୟାଳୟର +୨ ଛାତ୍ର ଓ ସେମାନେ ହଷ୍ଟେଲରେ ରୁହନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। 

Headlines 07- ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନୀତିରେ ପରିବର୍ତ୍ତନ କରାଯାଇଛି। ବେଳାଭୂମିରେ ମଦ କ୍ୟାବିନ ଖୋଲିବା ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ମଧ୍ୟରେ ଖୋଲିବନି ମଦ କ୍ୟାବିନ୍‌‌। ଏହାସହିତ ରାଜ୍ୟର ଅନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ମଦ ଦୋକାନ ଖୋଲିବନି ବୋଲି କୁହାଯାଇଛି।

Headlines 08- ଲୁହା କଡ଼େଇରେ ମହାପ୍ରସାଦ ରୋଷେଇ ନେଇ ବିଭିନ୍ନ ନିଯୋଗର ଅସନ୍ତୋଷ ପରେ ଆକ୍ସନ ମୁଡ୍ ରେ ପ୍ରଶାସନ। ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ଲୁହା କଡ଼େଇ ଜବତ କରିବା ସହ ଆସନ୍ତା ୭ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀକ୍ଷେତ୍ରରେ କୁଡୁଆରେ ରନ୍ଧାଯିବା ଓ ଭୋଗ ଲାଗିବା ହେଉଛି ସ୍ୱତନ୍ତ୍ର। ହେଲେ ମହାମାରୀ କରୋନା ପରେ କୁଡୁଆର ଅଭାବ ଦେଖାଦେବାରୁ କିଛି ସୁଆର ଓ ମହାସୁଆର ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଯାହାକୁ ବିରୋଧ କରିଛି ସୁଆର ଓ ମହାସୁଆର ନିଯୋଗ।

Headlines 09- ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଏକ ଆପାର୍ଟମେଣ୍ଟରୁ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ । ମୃତଦେହକୁ ଛାଡି ପୁରୁଷବନ୍ଧୁ ଫେରାର୍ ହୋଇଯାଇଥିବା ସମୟରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଉଭୟ ଯୁବକ ଏବଂ ଯୁବତୀଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି । ଉଭୟେ ଏକାଠି ଲିଭ୍ ଇନ୍ ରହୁଥିଲେ ବୋଲି ସୂଚନା ମିଳିଛି । ସାଇଣ୍ଟିଫିକ୍ ଟିମ୍ ସହ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Headlines 10- ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ଏହା ଘନୀଭୂତ ହୋଇ ଶୁକ୍ରବାର ବେଳକୁ ଉପକୂଳ ବାଂଲାଦେଶ ଓ ପାଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ। ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବା ସହ  ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଆସିବ। ଏହାର ପ୍ରଭାବରେ ଶୁକ୍ରବାର ଠାରୁ ବର୍ଷା ବଢିବ। କଳାହାଣ୍ତିରେ ପ୍ରବଳରୁ ଅତି ପ୍ରବଳ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ନବରଙ୍ଗପୁର, କୋରାପୁଟ୍,ମାଲକାନଗିରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ରାୟଗଡା ଓ ଗଜପତିରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି

Also Read- Malavya Rajyog Effect: ମାଳବ୍ୟ ରାଜଯୋଗ ପ୍ରଭାବରୁ ୩ ରାଶି ହେବେ ମାଲାମାଲ୍

Also Read- Video: ଯାତ୍ରା ମଞ୍ଚ ପଛରେ ଚାଲିଛି ଏମିତି କିଛି, ଭାଇରାଲ୍ ହେଲା ଦୃଶ୍ୟ