Top 10 News: ଆଗକୁ ବଢୁଛି ବାତ୍ୟା 'ଦାନା'... ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଖବର ସହ ଅନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2486593

Top 10 News: ଆଗକୁ ବଢୁଛି ବାତ୍ୟା 'ଦାନା'... ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଖବର ସହ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଆଗକୁ ବଢୁଛି ବାତ୍ୟା 'ଦାନା'... ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଖବର ସହ ଅନ୍ୟ ଅପଡେଟ୍

Top 10 News Today

Headlines 01- ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା। ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା। ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି। ଏବେ ପାରାଦ୍ଵୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ସୂଚନଯୋଗ୍ୟ ଯେ, ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟା ସମ୍ପର୍କରେ ନୂଆ ସୂଚନା ଜାରି କରିଛନ୍ତି ଭାରତ ପାଣିପାଗ ବିଭାଗ। ରାଜ୍ୟର ସବୁ ଜିଲ୍ଲା ନୁହେଁ ତିନୋଟି ଜିଲ୍ଲାରେ ବାତ୍ୟାବେଳେ ସର୍ବାଧିକ ବେଗରେ ପବନ ପ୍ରବାହିତ ହେବ। ଏହି ତିନି ଜିଲ୍ଲା ହେଉଛନ୍ତି କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ। ଏହିହେତୁ ଏସବୁ ଜିଲ୍ଲାରେ  ସର୍ବାଧିକ କ୍ଷତି ହୋଇପାରେ। ଏହି ତିନି ଜିଲ୍ଲା ତଳକୁ ସବୁଠରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ମୟୁରଭଞ୍ଜ।

Headlines 02- ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ବାତ୍ୟା ‘ଦାନା’ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ପ୍ରଭାବିତ ହେବ। କିନ୍ତୁ ଏହା ସମଗ୍ର ଉପକୂଳ ଓଡ଼ିଶା ନୁହେଁ, ବରଂ କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ହୋଇପାରେ। ଠିକ୍‍ ସେହିପରି ମୟୁରଭଞ୍ଜରେ ପବନର ବେଗ ୮୦ରୁ ୯୦ କିଲୋମିଟର ରହିପାରେ। ଯାଜପୁର, କଟକ, ଜଗତସିଂହପୁର, ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି  ୬୦ରୁ ୮୦ କିଲୋମିଟର ରହିପାରେ ବୋଲି ଏକ ଗ୍ରଫିକ୍ସ ଯୋଗେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Headlines 03- ବାତ୍ୟାକୁ ଦେଖି ଆତଙ୍କିତ ହେବା ଅପେକ୍ଷା ସଜାଗ ରହିବାକୁ ସରକାରୀ ଭାବେ ସୂଚନା ଦିଆଯାଇଛି। ଯେଉଁସବୁ ଜିଲ୍ଲାରେ କ୍ଷୟକ୍ଷତି ଆଶଙ୍କା ଅଧିକ କରାଯାଇଛି ସେଠାରେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଯଥାସମ୍ଭବ ସତର୍କ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ବଳ ମୁତ୍ତୟନ କରାଯିବା ସହ ଖାଦ୍ୟ ସାମଗ୍ରୀ, ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ସୁବିଧା ମହଜୁଦ କରାଯାଇଛି। ରାଜ୍ୟ ସରକାରଙ୍କ ଅଧିକାରୀ ଓ ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳମାନଙ୍କରେ ଉପସ୍ଥିତ ରହି କରିସ୍ଥିତିକୁ ନଜର ରଖିଛନ୍ତି।

Headlines 04- ବାତ୍ୟା ମୁକାବିଲା କାର୍ଯ୍ୟରେ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗର ହାତ ବଢ଼ାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି,  ‘କେନ୍ଦ୍ରର ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ସହାୟତା ମିଳିଛି। ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ବାତ୍ୟା ଦାନା ସ୍ଥିତି ଓ ପ୍ରସ୍ତୁତି ବାବଦରେ ଆଲୋଚନା କରିଛନ୍ତି। ଆମ ମନ୍ତ୍ରୀମାନେ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ତୁରନ୍ତ ଆବଶ୍ୟକ ସହାୟତା ଦେବାକୁ କହିଛନ୍ତି’। 

Headlines 05- ବାତ୍ୟା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ରିଲିଫ ସେଣ୍ଟରରେ ମହିଳା ପୁଲିସ ମୁତୟନ ହୋଇଛନ୍ତି। ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

Headlines 06- ବାତ୍ୟା 'ଦାନା' ପାଇଁ ୨୮ ତାରିଖ ଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । 'ଦାନା' ପ୍ରବାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ପରବର୍ତ୍ତୀ ଅଭିଯୋଗ ଶୁଣାଣି ଦିନ ସମ୍ପର୍କରେ ସୂଚନା ଦିଆଯିବ । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି ।

Headlines 07-  ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସମସ୍ତ ବିମାନ ଉଡ଼ାଣରେ ରୋକ ଲଗାଇଛନ୍ତି କର୍ତ୍ତୃପକ୍ଷ। ବାତ୍ୟା ‘ଦାନା’ ପ୍ରଭାବରେ ଏହି ସେବା ସବୁକୁ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି  ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଆସନ୍ତା କାଲି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।  ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ ରହିବ। ଆସନ୍ତା କାଲି ସକାଳେ ପୁଣି ସମୀକ୍ଷା ହେବ। ପାଣିପାଗରେ ପରିବର୍ତ୍ତନ ହୋଇଥିଲେ ଅଥବା ବିମାନ ଉଡ଼ାଣ ଲାଗି ଉପଯୋଗୀ ପାଣିପାଗ ଥିଲେ ପୁଣିଥରେ ବିମାନ ଉଡ଼ାଣ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। 

Headlines 08- ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ ଖେଳିଯାଇଛି । ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌ ଆସିଛି । ଧମକପୂର୍ଣ୍ଣ କଲ୍‌ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ- କରାଯିବା ସହ କଡ଼ାକଡି ଯାଞ୍ଚ  କରାଯାଉଛି ।

Headlines 09- ଧାମରାର ବଇଁଚାଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆଶ୍ରିତମାନଙ୍କ ସହ ଆଲୋଚନା କରିବା ସହ ବିପର୍ଯୟ ପରିଚାଳନା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି ମନ୍ତ୍ରୀ । ଲୋକଙ୍କୁ ସଚେତନ କରିବା ସହ ଯୁବକମାନଙ୍କ ସହଯୋଗ ଲୋଡିଥିଲେ ମନ୍ତ୍ରୀ । ବାତ୍ୟା ପୂର୍ବରୁ ସମସ୍ତଙ୍କୁ ସଜାଗ କରାଇବା ପାଇଁ ଯୁବକଙ୍କ ଦାୟିତ୍ୱ ଅଧିକ ବୋଲି ମନ୍ତ୍ରୀ କହିଥିଲେ ।

Headlines 10- MBBS/BDS ୩ୟ ରାଉଣ୍ଡ କାଉନସେଲିଂକୁ ନେଇ ସଂଶୋଧିତ ନୋଟିସ୍‌ ଜାରି ହୋଇଛି । ଟାଇମ ଲାଇନ ପରିବର୍ତ୍ତନ କରି ସାନି ନୋଟିସ୍‌ କଲା OJEE । ଅପଗ୍ରେଡିଂ ସିଟ୍‌ ଆଲଟମେଣ୍ଟ ନେଇ OJEE ପକ୍ଷରୁ ସଂଶୋଧିତ ନୋଟିସ୍‌ ଜାରି । ଚୂଡ଼ାନ୍ତ ଆଲଟମେଣ୍ଟ ଲେଟର ଡାଉନ୍‌ଲୋଡ କରି ରିପୋର୍ଟିଂ ନିର୍ଦ୍ଦେଶ । ବାତ୍ୟା ନେଇ ଆସନ୍ତା ୩୦ ତାରିଖରେ ରିପୋର୍ଟିଂ ପାଇଁ ସାନି ନିର୍ଦ୍ଦେଶ ଜାରି ହୋଇଛି । ପ୍ରଥମ କରି ସିଟ୍‌ ଆଲଟ ଛାତ୍ରଛାତ୍ରୀ OJEE ଅଫିସ୍‌ରେ ୨୮ ତାରିଖ ସକାଳ ୧୦ରୁ ୪ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read- Surya Gochar: ୧୨ଟି ରାଶି ଉପରେ ବଡ଼ ପ୍ରଭାବ ପକାଇବେ ସୂର୍ଯ୍ୟଦେବ, ଜାଣନ୍ତୁ କାହା ପାଇଁ ଭଲ ଓ ଖରାପ