Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2312399

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today:

01- ଦିଲ୍ଲୀରେ ପ୍ରବଳ ବର୍ଷା ହେବା କାରଣରୁ ଜନଜୀବନ ପ୍ରଭାବିତ ହୋଇଛି । ବର୍ଷା କାରଣରୁ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ଭୁଶୁଡିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ୬ଜଣ ଆହତ ହୋଇଛନ୍ତି । ଏଥିସହ ଅନେକ ଗାଡି ମଟର ଭାଙ୍ଗିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ । 

02- ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ୍ ମିଳିଛି । ଜମି ଦୁର୍ନୀତି ମାମଲାରେ ଜଡିତ ଥିବା ହେମନ୍ତଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ହେମନ୍ତଙ୍କୁ ଗିରଫ କରିଥିଲା ।

03- ଆଜି ସଂସଦରେ ଗୃହକାର୍ଯ୍ୟ ପ୍ରଭାବିତ ହୋଇଛି । NEET ପରୀକ୍ଷା ପେପର ଲିକ୍ ଘଟଣାକୁ ନେଇ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ସୂଚାରୁ ରୂପେ ଚାଲିପାରିନଥିଲା । ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି କରିଛନ୍ତି ବାଚସ୍ପତି ।

04- ଦିଲ୍ଲୀ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ସାକ୍ଷାତ କରିଛନ୍ତି । ତେବେ ଆଜି ମଧ୍ୟ ଅନେକ ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।

05- ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ବିଜେପି ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯିବ । ରବିବାର ପ୍ରଦର୍ଶନୀ ପଡ଼ିଆରେ ସମ୍ୱର୍ଦ୍ଧନା ସଭାରେ ଦଳୀୟ ନେତାଙ୍କ ସହ କେନ୍ଦ୍ରୀୟ ନେତା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋଗନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେବେ । ସଭାରେ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ରହିବେ । ସଂବର୍ଦ୍ଧନା ପ୍ରସ୍ତୁତି ପାଇଁ ପ୍ରଦର୍ଶନୀ ପଡ଼ିଆରେ ବିଜେପି ନେତା ଅନୁଧ୍ୟାନ କରୁଛନ୍ତି ।

06- ଗୁଣୁପୁରରେ ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଖୋଳତାଡ଼ ଦେଖିବାକୁ ମିଳିଛି । ସହାୟତା ରାଶି ପ୍ରଦାନରେ ଚଞ୍ଚକତା ଅଭିଯୋଗରେ ଖୋଳତାଡ଼ କରାଯାଉଥିବା ସୂଚନା ମିଳିଛି । ଭିଜିଲାନ୍ସର ୪ ଜଣିଆ ଟିମ୍‌ ପହଞ୍ଚି ଯାଞ୍ଚ କରୁଥିବା ଖବର ମିଳିଛି । ଘଟଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ଶୁଭଦର୍ଶିନୀ ସାହୁଙ୍କୁ ନିଲମ୍ବନ କରାଯାଇଥିଲା ।

07- ଆଇପିଏସ୍‌ ଆଶିଷ ସିଂହଙ୍କୁ ଡିଜିପି ଅରୁଣ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଜୁନ୍‌ ୩ ରୁ ଆଶିଷ କାର୍ଯ୍ୟରେ ଯୋଗଦେଇଛନ୍ତି । ଜୁନ ୧୭ରେ ଡିଜିପି କ୍ୟାମ୍ପ ଅଫିସ ମିଟିଂରେ ବି ସାମିଲ ହୋଇଥିଲେ ଏବଂ ଆଶିଷ ତାଙ୍କ ଜଏନିଂ ରିପୋର୍ଟ ଏସ୍‌ଆଇଡବ୍ଲୁରେ ଦେଇଛନ୍ତି ବୋଲି ଡିଜିପି କହିଛନ୍ତି । ଏହା ରୁଟିନ୍‌ କରେସ୍‌ପଣ୍ଡେଣ୍ଟ, ହୁଏତ ଚିଠିଟି ରହିଯାଇଥିବ ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ।

08- କୋରାପୁଟ ପଡ଼େଇଗୁଡ଼ା ଗାଁରେ ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ନେଇ ସିଡିଏମ୍‌ଓଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ୬ ଜଣଙ୍କ ନମୂନା ପଠାଯାଇଥିବା ସମୟରେ ସେଥିରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆନ୍ଥ୍ରାକ୍ସ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

09- ଛତିଶଗଡ଼ ଧମତରୀ ଏବଂ ଦନ୍ତେଵାଡା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣରେ ବିସ୍ଫୋରକ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି ସିଆରପିଏଫ ଯବାନ । ବର୍ତ୍ତମାନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ପାଖାପାଖି ଅଞ୍ଚଳରେ ମାଓବାଦୀ ଲୁଚିଥିବା ନେଇ ସନ୍ଦେହ କରାଯାଉଛି । 

10- ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା।  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କିଛି କିଛି ସ୍ଥାନରେ ଲଗାଣ ବର୍ଷା ହେଉଥିବା ବେଳେ  ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି। ୩୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ଜୁଲାଇ ୧ରୁ ବର୍ଷାର ପରିମାଣ କମିବ। କିନ୍ତୁ ୩ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

Also Read- Astrology: ୪ଟି ବଡ଼ ଗ୍ରହ ବଦଳାଇଦେବ ଜୀବନର ଗତିପଥ, ଏହି ରାଶି ସାବଧାନ