Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2274887

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଅପରାହ୍ମର ୧୦ଟି ପ୍ରମୁଖ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ବାହାନଗା ରେଳ ଦୁର୍ଘଟଣାକୁ ଆଜି ବର୍ଷେ ପୁରିଛି ।  ୦୨ ଜୁନ୍  ଶୁକ୍ରବାର ୨୦୨୩ରେ କରମଣ୍ଡଳ ଏକ୍ସପ୍ରେସ ଏବଂ ଯଶୋବନ୍ତପୁର ଏକ୍ସପ୍ରେସ ଦୁର୍ଘଟଣା ସମଗ୍ର ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ସେହି ଦିନର ସେ ଦୁଃଖଦ ଘଟଣା କାହାରି ମନରୁ ଆଜି ବି ଲିଭିନାହିଁ । ଛାତିଥରା ଦୃଶ୍ୟ ତଥା ଜୀବନ ବଞ୍ଚାଇବାକୁ ଆକୁଳ ଚିତ୍କାର କଥା ଭାବିଲେ ଏବେ ବି ରୋମମୂଳ ଟାଙ୍କୁରି ଉଠେ । ସ୍କୁଲ ପରିସରରେ ରଖାଯାଇଥିବା କୁଢ କୁଢ ଶବ ମଧ୍ୟରୁ ନିଜ ପ୍ରିୟଜନଙ୍କୁ ଖୋଜିବାର ଛାତିଫଟା ଦୃଶ୍ୟ ଏବେ ବି ଆଖି ଆଗକୁ ଆସିଯାଏ । ଆଜିର ଦିନଟିରେ ଲୌହଦାନବ କରିଥିଲା ରକ୍ତଭୋଜୀ । କିଏ ନିଜ ଛୁଆକୁ ହରାଇଥିଲା ତ ଆଉ କିଏ ନିଜ ବାପା ମାଆକୁ ହରାଇ ବେସାହାରା ହୋଇଥିଲା । ପୁଣି କାହା ମଥାରୁ ଲିଭିଥିଲା ସିନ୍ଦୂର । ମୋଟ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ପ୍ରକ୍ରିୟା । ଅକ୍ଟୋବର ୧୧ ତାରିଖରେ ଚିହ୍ନଟ ହୋଇପାରିନଥିବା ୨୮ ମୃତଦେହକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା ।

02- ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । ୬୦ ବିଧାନସଭା ଆସନରୁ ୪୬ଟି ଜିତିସାରିଛି ବିଜେପି । ଅନ୍ୟପଟେ NPEPକୁ ୫, ଏନସିପିକୁ ୩, ପିପିଏକୁ ୨, କଂଗ୍ରେସକୁ ୧, ଏବଂ ୩ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ତେବେ ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବା ପୂର୍ବରୁ ଜିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଜିତିବ ବୋଲି ସ୍ପଷ୍ଟ ହୋଇସାରିଛି ।

03- ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୭ ବୈଠକ କରିବେ ଯାହା ବିଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ବୈଠକରେ ଉତ୍ତାପ ଲହର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଘୂର୍ଣ୍ଣିବଳୟ ପରେ ସେ ସ୍ଥିତିର ସମୀକ୍ଷା କରିବେ।

04- ପୁଣି ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ସେ ତିହାର ଜେଲରେ ସରେଣ୍ଡର କରିବାକୁ ଘରୁ ବାହାରିଛନ୍ତି । ଜେଲ୍‌ ଯିବା ପୂର୍ବରୁ କେଜ୍ରିଓ୍ୱାଲ ଖୁବ ଭାବୁକ ହୋଇପଡିଥିଲେ । ସୋଶିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ଅପରାହ୍ଣ ୩ଟାରେ ସେ ଘରୁ ବାହାରି ପ୍ରଥମେ ରାଜଘାଟରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଜେଲରେ ପହଞ୍ଚି ଆତ୍ମସମର୍ପଣ କରିବେ । ସେ କହିଛନ୍ତି, 'ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମତେ ମାତ୍ର ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର ପାଇଁ ଜାମିନ୍ ମିଳିଥିଲା । ଏଥିସହ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କେଜ୍ରିୱାଲ ।

05- ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ୧୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏନେଇ ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ଏସ୍‌ଆରସି।

06- ବାତ୍ୟା ରେମାଲର କ୍ଷୟକ୍ଷତି ସମ୍ପର୍କରେ ଆଜି ଏକ ଜାତୀୟ ସ୍ତରୀୟ ବୈଠକ ବସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଗତ ସପ୍ତାହରେ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗ ଏବଂ ଉତ୍ତରପୂର୍ବ ଭାରତର ଅନେକ ଅଞ୍ଚଳରେ କ୍ଷୟକ୍ଷତି ଘଟାଇବା ସହ ତାଣ୍ଡବ ରଚିଥିଲା ।
୧୦୦ ଦିନର ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୋଟ ୭ଟି ପ୍ରସଙ୍ଗରେ ଆଲୋଚନା ହୋଇଛି ।

07-ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । '୩୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ' ବୋଲି କୁହାଯାଇଛି । 'ପୋଷ୍ଟମର୍ଟମ ରିପୋର୍ଟରୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ' ହୋଇଛି ।

08- ଡକାୟତି ଅଭିଯୋଗରେ ୧୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ନବରଙ୍ଗପୁର ଡଙ୍ଗରଭେଜାର ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ହୋଇଥିବା ଡକାୟତି ହୋଇଥିଲା ଉକ୍ତ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ନିକଟରୁ ସୁନା ରୂପା ଅଳଙ୍କାର ସହ ମାରଣାସ୍ତ୍ର ଜବତ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତଙ୍କ ମଧ୍ୟରେ ଅଛି ଜଣେ ପୋଲିସ କର୍ମୀ । କୋରାପୁଟ ଜିଲ୍ଲା ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ସୋନୁ ଯାନୀଙ୍କୁ ଗିରଫ କରିଛି ପୋଲିସ  ।

09- କାଲିମେଳାରେ ଜଣେ ଯୁବ ଡାକ୍ତରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି । ଡାକ୍ତର ଅମ୍ଳାନ ଭୋଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜ ଡ୍ୟୁଟି ସାରିବା ପରେ ସରକାରୀ ବାସଭବନକୁ ଯିବା ସମୟରେ ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି । ଏନେଇ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ବାସଭବନରୁ ମୋବାଇଲ୍ ଏବଂ ବାଇକ୍ ଜବତ ହୋଇଛି । ଏହା ନକ୍ସଲଙ୍କ କାମ ହୋଇଥାଇପାରେ ବୋଲି ସାଧାରଣ ଲୋକେ ସନ୍ଦେହ ପ୍ରକାଶ କରୁଥିବା ସମୟରେ ପୋଲିସ ଏହାକୁ ଖଣ୍ଡନ କରିଛି ।

10- ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ । ବିଶେଷ କରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା । ଅନ୍ୟପଟେ ଆଜି ଦକ୍ଷିଣ ଓ ଉତ୍ତର ଓଡି଼ଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ସେହି ଜିଲ୍ଲା ଗୁଡିକ ହେଲା,ରାୟଗଡ଼ା, କୋରାପୁଟ , ମାଲକାନଗିରି, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ, କନ୍ଧମାଳ, ଗଜପତି ଓ ଗଞ୍ଜାମ। ଏହି ସବୁ ଜିଲ୍ଲା ଗୁଡିକରେ ଆଜି ସନ୍ଧ୍ୟା ସୁଦ୍ଧା ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷକୁ କୁହାଯାଇଛି।

Also Read- Mangal Gochar 2024: ୨୦୨୪ରେ ୭ଥର ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ୩ ରାଶିରେ ପଡିବ ପ୍ରଭାବ