Top 10 News Today: H1. ସାରା ଦେଶ ଆଜି ଶେଷ ପର୍ଯ୍ୟାୟରେ ମତଦାନ କରୁଛି। ଏହା ସନ୍ଧ୍ୟା ୬ଟା ଯାଏ ଚାଲିବ। ଏହାପରେ ୮୦ ଦିନର ନିର୍ବାଚନ ପ୍ରକ୍ରିୟା ଶେଷ ହେବ। । ୧୯୫୧-୫୨ ଅର୍ଥାତ୍ ପ୍ରଥମ ନିର୍ବାଚନ ପରେ ଏହା ସବୁଠାରୁ ଲମ୍ବା ସମୟଧରି ଚାଲିଥିବା ନିର୍ବାଚନ। ଆଜିର ଦିନରେ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍ ଗ୍ରହଣ କରାଯାଉଛି। ସମୁଦାୟ ୯୦୪ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ଲୋକଙ୍କ ଭୋଟ ଆଶା କରିଛନ୍ତି।
H2. ଓଡ଼ିଶାରେ ୬ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ସମୁଦାୟ ୧୦୮୮୨ଟି ବୁଥରେ ମତଦାନ ଚାଲିଛି। କାଁ ଭାଁ ବିଶୃଙ୍ଖଳା ଥିଲେ ବି ମୋଟାମୋଟି ଭାବେ ନିର୍ବାଚନ ଶୃଙ୍ଖଳାର ସହ ଚାଲିଛି।
H3. ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୪୯.୭୭ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ ବାଲେଶ୍ୱରରେ ପ୍ରାୟ ୫୪.୦୪ ପ୍ରତିଶତ ରହିଥିବା ବେଳେ ଭଦ୍ରକରେ ୪୬.୩୩%, ଜଗତସିଂହପୁରରେ ୫୨.୫୨%, ଯାଜପୁରର ୪୮.୮୦%, କେନ୍ଦ୍ରାପଡ଼ାରେ ୪୬.୪୬% ଏବଂ ମୟୁରଭଞ୍ଜରେ ୫୧.୦୩ ପ୍ରତିଶତ ଭୋଟ ରେକର୍ଡ କରାଯାଇଛି। ସାରା ଦେଶରେ ପ୍ରାୟ ୪୯.୬୮ପ୍ରତିଶତ ଭୋଟ ହୋଇଛି।
H4. କିଛି ସ୍ଥାନରେ ହିଂସା ପରିସ୍ଥିତି ଦେଖାଦେିଛି। ଭଦ୍ରକ ଜିଲ୍ଲାର ଦୋବଲ ଗାଁରେ ଏପରି ମାରପିଟ୍ କଥା ସାମ୍ନାକୁ ଆସିଛି। ଏହାଛଡ଼ା କେନ୍ଦ୍ରାପଡ଼ା, ଯାଜପୁରର ବରୀ, ପୁରୀ ଜିଲ୍ଲାର କୋଣାର୍କ, ସାଲେପୁରର କିଛି ବୁଥ ଏବଂ ବୁଥ ବାହାରେ ହିଂସା ଦେଖିବାକୁ ବିଳିଛି। ପୁଲିସ ପ୍ରଶାସନ ପକ୍ଷରୁ ଏହାର କଡ଼ା ଦମନ କରାଯାଇଛି।
H5. ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣିଚରଣ କୁଅଁରଙ୍କ ବିୟୋଗ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କ ପରଲୋକ ହୋଇଛି। ଏଥିରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯୃାଦାରେ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
H6. ୪୫ ଘଣ୍ଟାର ଧ୍ୟାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧ୍ୟାନଭଙ୍ଗ କରିଛନ୍ତି। ୩୦ ତାରିଖ ସନ୍ଧ୍ୟାରେ ପ୍ରଚାର ପରେ ସେ କନ୍ୟାକୁମାରୀରେ ଥିବା ବିବେକାନନ୍ଦ ଧ୍ୟାନକେନ୍ଦ୍ରରେ ଧ୍ୟାନମଗ୍ନ ହୋଇଥିଲେ।