Top 10 News: ୩ ସେପ୍ଟମ୍ବରରେ ହେବ ରାଜ୍ୟସଭା ନିର୍ବାଚନ, ଅଲିମ୍ପିକ୍ସରେ ବିନେଶଙ୍କୁ ଝଟକା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2372813

Top 10 News: ୩ ସେପ୍ଟମ୍ବରରେ ହେବ ରାଜ୍ୟସଭା ନିର୍ବାଚନ, ଅଲିମ୍ପିକ୍ସରେ ବିନେଶଙ୍କୁ ଝଟକା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 Afternoon Headlines: ନିର୍ବାଚନ ଆୟୋଗ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ୧୨ଟି ରାଜ୍ୟସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 Afternoon Headlines

Top 10 Afternoon Headlines from 7th August 2024: H1. Rajya Sabha By Election: ନିର୍ବାଚନ ଆୟୋଗ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ୧୨ଟି ରାଜ୍ୟସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଉପ-ନିର୍ବାଚନ ଓଡ଼ିଶାର ଏକ ରାଜ୍ୟସଭା ଆସନରେ ଅନୁଷ୍ଠିତ ହେବ। ୩ ସେପ୍ଟେମ୍ବରରେ ଏହି ସମସ୍ତ ୧୨ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। 

H2. Every Panchayat To Get Jan Arogya Mandir: ପ୍ରତି ପଞ୍ଚାୟତରେ ଖୋଲିବ ଜନ ଆରୋଗ୍ୟ ମନ୍ଦିର। ଏଠାରେ ସବୁ ପ୍ରକାର ମେଡିସିନ୍ ମହଜୁଦ ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସେଠାରେ ଉପକୃତ ହେବେ। ଜଣେ ଯୋଗ ଶିକ୍ଷକ ଓ ଅନ୍ୟ ଜଣେ ସହକାରୀ ଯୋଗ ଶିକ୍ଷକ ରହିବେ। ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସହାୟତା ମିଳିପାରିବ। ଏହା ଫଳରେ ନିଜ ପଞ୍ଚାୟତ ଛାଡ଼ି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। 

H3. Odisha Vigilance Raids Athagarh BDO Properties: ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ଆଜି ସକାଳେ ଏକକାନୀଳ ୮ଟି ସ୍ଥାନରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଏହି ଚଢ଼ାଉରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି। ପ୍ରଦୀପ ସାହୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି।

H4. Rashmi Ranjan Swain appointed in-charge DGP of J&K: ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ୧୯୯୧ ବ୍ୟାଚର ଆଇପିଏସ୍ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ଏହାର ଦାୟିତ୍ବ ଭାର ଦେଇଛନ୍ତି ସରକାର। ଓଡ଼ିଶା ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜିପି ଭାବେ କାର୍ଯ୍ୟକରିବେ। 

H5. Vinesh Phogat disqualified: ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରୁ ଅଯୋଗ୍ୟ କରାଯାଇଛି। ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି। ଏହି କାରଣରୁ ଭିନେଶ ଫୋଗାଟଙ୍କ ପଦକ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଛି। ଏହି କାରଣରୁ, ବିନେଶ ଓ ତାଙ୍କ ପରିବାର ସମେତ ସମଗ୍ର ଦେଶର ହୃଦୟ ଭାଙ୍ଗିପଡ଼ିଛି।

H6. PM Modi On Vinesh Phogat: ଅଲିମ୍ପିକ୍ସରୁ ଭାରତୀୟ ମହିଳା ରେସଲର ବିନେଶ ଫୋଗାଟଙ୍କ ଅଯୋଗ୍ୟତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିନେଶଙ୍କୁ ଉତ୍ସାହିତ କରିଛନ୍ତି ଏବଂ କହିଛନ୍ତି ଯେ ଆପଣ ଚାମ୍ପିୟନର  ଚାମ୍ପିୟନ। ଦେଶ ଆପଣଙ୍କ ପାଇଁ ଗର୍ବିତ। ଆପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା ଉତ୍ସ। ଆଜି ଆପଣଙ୍କ ସହିତ ଯାହା ଘଟିଛି ତାହା ଯନ୍ତ୍ରଣାଦାୟକ ଅଟେ। ପ୍ରଧାନମନ୍ତ୍ରୀ କହିଛନ୍ତି, ବୋଧହୁଏ ମୁଁ ଯେଉଁ ଯନ୍ତ୍ରଣା ଅନୁଭବ କରୁଛି ତାହା ଶବ୍ଦ ପ୍ରକାଶ କରିପାରିବ ନାହିଁ।

H7. Sports minister on Vinesh Phogat disqualification: ପ୍ୟାରିସ ଅଲିମ୍ପିକ୍ସରୁ ଭାରତୀୟ ରେସଲର ବିନେଶ ଫୋଗାଟଙ୍କ ଅଯୋଗ୍ୟତା ସମ୍ପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଲୋକସଭାରେ ଏକ ବୟାନ ଦେଇଛନ୍ତି। ମାଣ୍ଡଭିଆ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ବର୍ଗରେ ଅଧିକ ଓଜନ ଥିବାରୁ ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସରୁ ବାହାରିକୁ ପଡ଼ିଛି। IOA ମୁଖ୍ୟ ପି.ଟି ଉଷା ପ୍ୟାରିସରେ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସହ କଥା ହୋଇଛନ୍ତି। ମାଣ୍ଡଭିଆଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ପି.ଟି ଉଷାଙ୍କୁ ଏହି ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ ସରକାର ବିନେଶ ଫୋଗାଟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦେଇଛନ୍ତି।

H8. Nepal helicopter crash: ନେପାଳର ରାଜଧାନୀ କାଠମାଣ୍ଡୁ ବାହାରେ ଥିବା ନୁଆକୋଟସ୍ଥିତ ଶିବପୁରୀ ଜାତୀୟ ଉଦ୍ୟାନରେ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ନେପାଳ ପୋଲିସ କହିଛି ଯେ ହେଲିକପ୍ଟରରେ ଚାଇନାର ଚାରିଜଣ ନାଗରିକଙ୍କ ସମେତ ମୋଟ ପାଞ୍ଚ ଜଣ ଲୋକ ଥିଲେ। କାଠମାଣ୍ଡୁ ପୋଷ୍ଟ ଏହି ସୂଚନା ଦେଇଛି।

H9. Pakistan connection of attack on Donald Trump: ଗତ ମାସରେ ଏକ ନିର୍ବାଚନ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ଶାନ୍ତ ନ ହେବା ଭଳି ମନେହୁଏ ନାହିଁ। ଏହି ମାମଲାରେ ପାକିସ୍ତାନୀ ସଂଯୋଗକୁ ନେଇ ସନ୍ଦେହ ରହିଛି। ଟ୍ରମ୍ପଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିସି ଆସିଫ ମର୍ଚାଣ୍ଟ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପାକିସ୍ତାନର ବାସିନ୍ଦା। ଆସିଫଙ୍କ ଗିରଫଦାରୀ ସହିତ ମାମଲା ପୁଣି ଥରେ ବୃଦ୍ଧି ପାଇଛି।

H10. IND vs SL 3rd odi : ବୁଧବାର ଦିନ (7 ଅଗଷ୍ଟ) କଲମ୍ବୋସ୍ଥିତ ଆର ପ୍ରେମଦାସ ଷ୍ଟାଡିୟମରେ ଭାରତ ବନାମ ଶ୍ରୀଲଙ୍କା ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ଭାରତ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳ ଓପନର୍ ପୃଥମ୍ ନିସଙ୍କା ଏବଂ ଅଭିସ୍କା ଫର୍ନାଣ୍ଡୋଙ୍କଠାରୁ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୮୯ ରନ୍ ଭାଗିଦାରୀ ହୋଇଥିଲା।