Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Moscow concert attack: ଋଷିଆ ରାଜଧାନୀ ମସ୍କୋ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୩୪ ପହଞ୍ଚିଥିବା ସୂଚନା ମିଳିଛି । ଅନେକ ଲୋକେ ଗୁରୁତର ହୋଇଛନ୍ତି। ଆତତାୟୀଙ୍କ ଗୁଳି ବର୍ଷାରେ କିଛି ସମୟ ମଧ୍ୟରେ ମସ୍କୋ ସହରରେ ଆତଙ୍କ ଖେଳି ଯାଇଥିଲା।  ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି ଅନୁଯାୟୀ ରାଜଧାନୀ ମସ୍କୋ ଠାରେ ଏକ ସମାରୋହ ସ୍ଥଳରେ ଅନେକ ବନ୍ଧୁକଧାରୀ ଗୁଳିମାଡ଼ କରିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ଘଟଣାରେ ପୁଲିସ ଆଜି ୪ ଜଣ ବନ୍ଧୁକଧାରୀଙ୍କ ସହ ୧୧ ଜଣଙ୍କୁ ଗିରଫ କରିଛି।

H2- India To Bhutan Train Service: ଭାରତ ଏବଂ ଭୁଟାନ ମଧ୍ୟରେ ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ଵାକ୍ଷର ହୋଇଛି। ତେବେ ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ନିମନ୍ତେ ଏମ୍‌ଓୟୁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବାବେଳେ ଥିମ୍ଫୁରେ ଭୁଟାନ ପ୍ରତିପକ୍ଷ ଶେରିଙ୍ଗ୍‌ ଟୋବ୍‌ଗେଙ୍କ ଉପସ୍ଥିତିରେ ଏମ୍‌ଓୟୁ ବିନିମୟ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।

H3-Weather Update: ରାଜ୍ୟରେ ବଦଳିଛି ପାଣିପାଗ।  କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। ଶନିବାର  ୧୪ ସହରର ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି।  ୩୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର  ପାଲଟିଛି।  ଏହା ତଳକୁ ଟିଟିଲାଗଡ଼ ୩୭.୫, ମାଲକାନଗିରି ୩୭.୧,ଭବାନୀପାଟଣା  ଓ ପାରଳାଖେମୁଣ୍ତିରେ ପାରଦ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି।  ଏହାଛଡା ଚାନ୍ଦବାଲିରେ ୩୭.୭, ନୟାଗଡରେ ୩୬.୫, କଟକ ଓ ଝାରସୁଗୁଡାରେ ୩୬.୪, ଜଗତସିଂହପୁରରେ ୩୬.୨, ଅନୁଗୁଳ, ସୋନପୁର ଓ ରାଉରକେଲାରେ ତାପମାତ୍ରା ୩୬.୧ ଡିଗ୍ରୀ ରେକର୍ଡ଼ ହୋଇଛି।  ମୁଖ୍ୟ କଥା ହେଲା ରାଜ୍ୟରେ ଏବେ ପାଗ ମୁଖ୍ୟତ ଶୁଖିଲା ରହିବା ସହ ପାରଦ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

H4-Odisha Police Foundation Day 2024: ଓଡି଼ଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅପ୍ରିଲ୍ ୧ ତାରିଖରେ ଅନୁଷ୍ଠିତ ହେବ। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ ହେଉଥିଲେ ହେଁ  ନିର୍ବାଚନ ଆଚରଣ ବିଧି ଲାଗୁ ହେଇଥିବାରୁ  ଏର କଟକଣା ଭିତରେ ପାଳନ କରାଯିବ।  ଏହି ଅବସରରେ ରାଜ୍ୟ ପୋଲିସ୍ ବାହିନୀ ପକ୍ଷରୁ ବରିଷ୍ଠ ପୋଲିସ୍ ଅଧିକାରୀ  ଏବଂ ପୋଲିସ୍ କର୍ମଚାରୀ ମିଶି  ୧୦୮ ଜଣଙ୍କୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି ଡିକ୍ସ ) ପ୍ରଦାନ କରାଯିବ। ଏଥିରେ ୬ ଜଣ ଆଇପିଏସ୍, ୨୧ ଜଣ ଓଡିଏସ୍, ୮ ଜଣ ଓଏପିଏସ୍ ଅଫିସର, ୧୪ ଜଣ ଇନ୍ସପେକ୍ଟର ,୧୨ ଜଣ ଏସଆଇ, ୭ ଜଣ ଏଏସଆଇ, ୧୧ ଜଣ ହାବିଲଦାର, ଏବଂ କନେଷ୍ଟବଳ, ସିପାହୀ, ଓଏପିଏସ୍ ମିଶି ୨୭ ଜଣ କର୍ମଚାରୀ ରହିଛନ୍ତି। 

H5-Earthquake Today: ଭୂକମ୍ପରେ ଥରି ଉଠିଲା ପପୁଆ ନ୍ୟୁ ଗିନି (Papua New Guinea)।  ରିକ୍ଟର ସ୍କେଲରେ ଏହାର ତିବ୍ରତା  ୬.୯ ରେକର୍ଡ କରାଯାଇଛି। ଆଜି ଭୋର୍ ସମୟରେ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତ ଭାଗରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ, ଏହି ଭୂକମ୍ପରେ ମୃତାହତ ନେଇ କୌଣସି ସୂଚାନା ଏପର୍ଯ୍ୟନ୍ତ ମିଳିନାହିଁ। ଏନେଇ ଆମେରିକା ଜିଓଲୋଜିକାଲ୍ ସର୍ଭେ  ( United States Geological Survey) ପକ୍ଷରୁ ସୂଚନା ଦିଆଯାଇଛି। ତେବେ,  ଏହି ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୫ କିଲୋମିଟର ରେକର୍ଡ ହୋଇଛି ।

H6-Diarrhea Spreads In Hirakud Area: ସମ୍ବଲପୁର ହୀରାକୁଦରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୀରାକୁଦ ଅଞ୍ଚଳରେ ଡାଇରିଆ ଲାଗି ରହିଥିବା କାରଣରୁ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ବୋଲି ଟୁଇଟ କରିଛନ୍ତି ମନ୍ତ୍ରୀ । ଜଣଙ୍କର ମୃତ୍ୟ ହୋଇଥିବା ଜାଣି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

H7-Jairam Pangi: କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ । କୋରାପୁଟ ଏସପି ଓ ପଟାଙ୍ଗୀ ଥାନା ଅଧିକାରୀଙ୍କୁ ଜୟରାମ ପାଙ୍ଗୀଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ହୋଇଛି ।

H8-Sambalpur News: ଛତିଶଗଡ଼ ଠାରେ ଚମକିଲେ ସମ୍ବଲପୁର ର କୁନି ପ୍ରତିଭା ସିଦ୍ଧି ସଂପୂର୍ଣ୍ଣା  ସମ୍ବଲପୁର ସହରର ଧନୁପାଲୀ ଅଂଚଳର ସିଦ୍ଧି ସଂପୂର୍ଣ୍ଣା ନାୟକ ଛତିଶଗଡ଼ର ରାଜଧାନି ରାଏପୁର ଠାରେ ଅନୁଷ୍ଠିତ ଷ୍ଟାର ଫେସ ଅଫ ଛତିଶଗଡ ଫେଶନ ଶୋରେ ବେଶ ଉଚ୍ଚ କୋଟିର ପ୍ରତିଭା ପରିବେଷଣ କରି ବିଜୟୀ ହୋଇ କିଡ୍ସ ଷ୍ଟାର ଫେସ ଅଫ ଛତିଶଗଡ ଟାଇଟଲ ହାସଲ କରିଛନ୍ତି ।  ଛତିଶଗଡ଼ ର ରାଏପୁର ଠାରେ ଅନୁଷ୍ଠିତ ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ତିନୋଟି ରାଉଣ୍ଡ ସହ ପ୍ରଶ୍ନ ଉତ୍ତର ରାଉଣ୍ଡ ମଧ୍ୟ ହୋଇଥିଲା । ପ୍ରଥମ ରାଉଣ୍ଡଟି ପ୍ରତିଭା ରାଉଣ୍ଡ ଯେଉଁଥିରେ ସମ୍ବଲପୁରୀ ନାଚ ପ୍ରଦର୍ଶନ କରିଥିଲେ ସିଦ୍ଧି ଦ୍ବିତୀୟ ରାଉଣ୍ଡରେ ବଲିଉଡ଼ ୱାକ ରାଉଣ୍ଡ ଥିଲା ଏବଂ ଶେଷରେ ୱେଷ୍ଟେର୍ଣ ରାଉଣ୍ଡ ୱାକ ଥିଲା । ସମସ୍ତ ରାଉଣ୍ଡ ରେ ସିଦ୍ଧି ସଂପୂର୍ଣ୍ଣା ଭଲ ପ୍ରଦର୍ଶନ କରି ଏହି ଟାଇଟଲ ଜିତିବା ସହ ସମ୍ବଲପୁର ପାଇଁ ଗର୍ବ ତଥା ଗୌରବ ଆଣିଛନ୍ତି । 

H9-KKR: ଆରମ୍ଭ ହୋଇଛି ଆଇପିଏଲ ୨୦୨୪। କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ। ବିଜୟରୁ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ ପରାସ୍ତ କରିଛି କେକେଆର । ୨୦୯ ରନର ବିଜୟ ଲକ୍ଷ ରହିଥିବାବେଳେ ୨୦୪ ରନ କରିବାକୁ ସକ୍ଷମ ହେଲା ହାଇଦ୍ରାବାଦ । କେକେଆରର ରସେଲ ଏବଂ ସଲ୍ଟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

H10-IPL 2024:  ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି ଆଇପିଏଲ୍ ମହାସମର।  ପଂଚମ ଲିଗ୍ ମ୍ୟାଚରେ ଆଜି ଘରୋଇ ଗୁଜୁରାଟ୍ ଟାଇଟନ୍ସ ୫ ଥର ଚାମ୍ପିଆନ୍ ମୁମ୍ବାଇ ଇଣ୍ତିଆନକୁ ଭେଟିବ। ଘରୋଇ ଗ୍ରାଉଣ୍ତରେ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ କରିବାକୁ ଲକ୍ଷ ରଖିଥିଲେ ହିଁ ୨ ଦଳର ଅଧିନାୟକଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।  ଏହି ମ୍ୟାଚଟି ଆଜି ରାତି ୭ଟା ୩୦ରେ ଖେଳାଯିବ।