Top 10 News: ରାଜ୍ୟକୁ ମିଳିଲା ନୂଆ DGP, କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2387644

Top 10 News: ରାଜ୍ୟକୁ ମିଳିଲା ନୂଆ DGP, କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines: ରାଜ୍ୟର ୩୮ତମ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‍ ଆଇପିଏସ‍ ୟୋଗେଶ ବାହାଦୁର ଖୁରାନିଆ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 16 August 2024

Top 10 News Headlines 16 August 2024:  H1. YB Khurania Appointed Next Odisha DGP: ରାଜ୍ୟର ୩୮ତମ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‍ ଆଇପିଏସ‍ ୟୋଗେଶ ବାହାଦୁର ଖୁରାନିଆ। ଦାୟିତ୍ୱ ଗ୍ରହଣ ପରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସୌଜନ୍ୟତା ମୂଳକ ସାକ୍ଷାତ କରିଛନ୍ତି। ନୂଆ ସରକାରରେ ନୂଆ ଡିଜିପିଙ୍କ ଭୁମିକାକୁ ନେଇ ରାଜ୍ୟବାସୀଙ୍କି ଅନେକ ଆଶା ଆକାଂକ୍ଷା ରହିଛି। 

H2. Bijay Patnaik quits Congress: ହାତ ଛାଡ଼ିଲେ ବିଜୟ ପଟ୍ଟନାୟକ। ଆଜି ଶ୍ରୀ ପଟ୍ଟନାୟକ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇଛନ୍ତି। ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଥମେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ଓ ପରେ ତାଙ୍କୁ ଏହି ଦାୟିତ୍ୱରୁ କାଢ଼ି ଦିଆଯାଇଥିଲା। 

H3. CM Majhi Felicitates Hockey Hero Amit Rohidas: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଶ୍ରୀ ଅମିତ୍‌ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି।  ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ।

H4. Naveen Patnaik meets Amit rohidas: ଆଜି ନବୀନ ନିବାସରେ ଭାରତୀୟ ହକି ଦଳର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। 

H5. Egyptian ship 'arrested' at Paradip Port: ପାରାଦ୍ଵୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜକୁ ଛଡ଼ା ନଯିବାକୁ ନିର୍ଦ୍ଦେଶ ହୋଇଛି।

H6. ISRO successfully launches EOS-08 Satellite: ଶୁକ୍ରବାର ଦିନ ସକାଳେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ EOS-8 କୁ ସଫଳତାର ସହ ଲଞ୍ଚ କରାଯାଇଛି। ଏହି ରକେଟ୍ ଭିତରେ ଏକ ନୂତନ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-8 ଲଞ୍ଚ କରାଯାଇଛି। ଏହି ଉପଗ୍ରହ ପୃଥିବୀ ଉପରେ ନଜର ରଖିବ। ଏହା ବିପର୍ଯ୍ୟୟ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିବ। 

H7. Jammu and Kashmir Assembly Election: ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ୩ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର 18 ରେ ହେବ। ୨୫ ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ୧ ଅକ୍ଟୋବରରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଫଳାଫଳ ୪ ଅକ୍ଟୋବରରେ ଆସିବ।

H8. Haryana Assembly elections 2024: ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ହରିୟାଣା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଗୋଟିଏ ପର୍ଯ୍ୟାୟରେ ହରିୟାଣାର ସମସ୍ତ ୯୦ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ୧ ଅକ୍ଟୋବର ୨୦୨୪ ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ, ଫଳାଫଳ ଅକ୍ଟୋବର ୪ ରେ ଘୋଷଣା କରାଯିବ।

H9. 70th National Film Awards: ଆଜି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷିତ ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାର ନାମ ଘୋଷଣା କରିଛି। ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଶ୍ରେଷ୍ଠ ଅଭିନେତ୍ରୀ-ଅଭିନେତ୍ରୀ ପର୍ଯ୍ୟନ୍ତ ଅନେକ ପୁରସ୍କାରରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଲିଉଡ ଅଭିନେତା ବାବୁଶାନ ଷ୍ଟାରର ଫିଲ୍ମ 'ଦମନ' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। 

H10. Ishan Kishan Century: ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଚମତ୍କାର ପ୍ରଦର୍ଶନ କରି ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଏକ ଶତକ ହାସଲ କରିଛନ୍ତି। ଝାଡଖଣ୍ଡ ପାଇଁ ଖେଳୁଥିବା ଇଶାନ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଧୁଆଁଧାର ଇନିଂସ ଖେଳିଥିଲେ। ଏହି ଟୁର୍ଣ୍ଣାନାମେଣ୍ଟରେ ଇଶାନ କିଶାନ ଝାଡଖଣ୍ଡର ଅଧିନାୟକ ଅଛନ୍ତି।