Top 10 News: ରାଜ୍ୟରେ ବଢ଼ିବ ‘ଆବାସ’ ଯୋଜନା ରାଶି, ଜମ୍ମୁ ଆତଙ୍କବାଦୀ ଆକ୍ରମଣରେ CRPF ଯବାନ ସହିଦ; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2391217

Top 10 News: ରାଜ୍ୟରେ ବଢ଼ିବ ‘ଆବାସ’ ଯୋଜନା ରାଶି, ଜମ୍ମୁ ଆତଙ୍କବାଦୀ ଆକ୍ରମଣରେ CRPF ଯବାନ ସହିଦ; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରାଜ୍ୟରେ ବଢ଼ିବ ‘ଆବାସ’ ଯୋଜନା ରାଶି। ପୂର୍ବରୁ ଜଣେ ହିତାଧିକାରୀଙ୍କୁ ‘ଆବାସ’ ଯୋଜନାରେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିଲା ଏବେ ତାହା ୧ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାଏକ କହିଛନ୍ତି।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 19 August 2024

Top 10 News Headlines 19 August 2024:  H1. PMAY assistance to be increased: ସମସ୍ତଙ୍କୁ ଘର ଯୋଗାଇବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରୂପାୟନ କରିବାରେ ଓଡ଼ିଶା ନୂଆ ନୀତି ଆପଣାଇବାକୁ ଯାଉଛି। ଏହିକ୍ରମରେ ହିତାଧିକାରୀଙ୍କ ଲାଗି ଅଧିକ ୬୦ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା କରିବେ ରାଜ୍ୟ ସରକାର। ପୂର୍ବରୁ ଜଣେ ହିତାଧିକାରୀଙ୍କୁ ‘ଆବାସ’ ଯୋଜନାରେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିଲା ଏବେ ତାହା ୧ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାଏକ କହିଛନ୍ତି। 

H2. CM Majhi celebrates Raksha Bandhan: ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସେମାନଙ୍କ ପାଇଁ ଥିଲେ  ଆଦରର 'ମୋହନ ଭାଇ'। ଝିଅ, ମହିଳା ଓ କୁନି କୁନି ପିଲାମାନେ ଆସି ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଉପହାର ମଧ୍ୟ ଦେଇଥିଲେ।

H3. No Student Council election this year: ଏବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ଉଚ୍ଚ ଶିକ୍ଷେ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରତିବର୍ଷ ସେପ୍ଟମ୍ବର ପ୍ରଥମ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏଥର ସମୟ ଗଡ଼ିଯିବା କାରଣରୁ ନିର୍ବାଚନ ହୋଇପାରିବ ନାହିଁ। ଆସନ୍ତା ବର୍ଷ ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।  ୨୦୨୮ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରି ନାହିଁ। 

H4. Developing 500 Tribal Homes:  ରାଜ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଯୋଜନା ରୂପାୟନ ଆରମ୍ଭ କରିଛନ୍ତି। ବିଶେଷକରି ଆଦିବାସୀଙ୍କ ସଂସ୍କୃତି, ଜୀବନଧାରଣ, ଜୀବୀକାର ଉନ୍ନତି ଲାଗି ଏହି ଯୋଜନାରେ ଧ୍ୟାନ ଦିଆଯାଇଛି। ଆଦିବାସୀ ଗାଁଗୁଡିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ଆମ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ।  ଏହାକୁଦୃଷ୍ଟିରେ ରଖି ସମ୍ପୃକ୍ତ ଗାଁ ଗୁଡ଼ିକରେ ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତ କରାଯିବ, ମାତୃଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

H5. Subhadra Yojana Guidelines may come on this session: ବିଧାନସସଭା ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ମାର୍ଗ ଦର୍ଶିକା ଆସିପାରେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହାକୁ ସଭାରେ ଉପସ୍ଥାପନ କରିପାରନ୍ତି। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏହି ଯୋଜନା ମାଧ୍ୟମରେ ସରକାର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି।

H6. SIT meeting on 28: ନିକଟ ଅତୀତରେ ଯେମିତି ଅଧିକାରୀ ଓ ବ୍ୟବସାୟୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ଉ କରି ଆଖି ଖୋସିଲା ପରି ସମ୍ପତ୍ତି ଜବତ କରୁଛି ତାହା ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି। ଏପରିକି କଳାଧନ ଉପରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଟିମ୍‍ (ଏସ୍‍ଆଇଟି) ମଧ୍ୟ ଏହାକୁ ନେଇ ନିଜର ତତ୍ପରତା ପ୍ରକାଶ କରିଛନ୍ତି। ଅତୀତରେ ଯେଉଁ ବଡ଼ବଡ଼ ଦୁର୍ନୀତିଖୋରଙ୍କ ଖରେ ଭିଜିଲାନ୍ସ ଚଢ଼ଉ କରି ଯେଉଁ ସମ୍ପତ୍ତି ଜବତ କରିଛି ତାହାର ରିପୋର୍ଟ ମାଗିଛନ୍ତି କମିଟି। ଏନେଇ ଆସନ୍ତା ୨୮ ତାରିଖରେ ଏକ ସ୍ୱତନ୍ତ୍ର ବୈଠକ ବସିବାକୁ ଯାଉଛି। 

H7. RG Kar Medical college: କୋଲକତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଏଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜି ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଡାକ୍ତରାଣୀଙ୍କୁ ନିର୍ଯାତନା ଓ ଦୁଷ୍କର୍ମ କରାଯାଇଥିବା ଲଥିରୁ ସ୍ପଷ୍ଟ ହେଉଛି।  ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ୧୪ଟି ଗଭୀର କ୍ଷତ ଥିବା ଏହି ରିପୋର୍ଟ ଉଲ୍ଲେଖ ରହିଛି। 

H8. PM Modi Ukraine Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଅଗଷ୍ଟରେ ୟୁକ୍ରେନ ଗସ୍ତରେ ଯିବେ। ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ଦେଶ ଗସ୍ତ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୧-୨୨ ଅଗଷ୍ଟରୁ ପୋଲାଣ୍ଡ ଗସ୍ତ କରିବେ। ୪୫ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିବେ। ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ହେବାର ଏକ ମାସ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ କରିବାକୁ ଯାଉଛନ୍ତି।

H9. Jammu Kashmir Terrorists Attack: ଜମ୍ମୁ-କାଶ୍ମୀରର ଉଧମପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର (CRPF) ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ଡୁଡୁ ଅଞ୍ଚଳରେ CRPF ଯବାନ ମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ପରେ ସୁରକ୍ଷା ବାହିନୀ ମଧ୍ୟ ସେମାନଙ୍କୁ କଡା ଜବାବ ଦେଇଥିଲେ। ଅଧିକାରୀଙ୍କ ଅନୁଯାୟୀ ଏହି ଅଞ୍ଚଳରେ ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି।

H10. BCB Chairman Jalal Yunus has resigned: ପ୍ରଧାନମନ୍ତ୍ରୀ ଦେଶ ଛାଡିବା ପରେ ବାଂଲାଦେଶର ଅବସ୍ଥା ବିଗିଡି ଯାଇଛି। ହଠାତ୍ ସରକାର ଭାଙ୍ଗିବାର ପ୍ରଭାବ ବାଂଲାଦେଶ କ୍ରିକେଟ୍ ଉପରେ ମଧ୍ୟ ଦେଖାଯାଉଛି। ଆଗାମୀ ମହିଳା ଟି-୨୦ ବିଶ୍ୱକପ ୨୦୨୪ ର ଆୟୋଜନ ମଧ୍ୟ ବର୍ତ୍ତମାନ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ବାଂଲାଦେଶ କ୍ରିକେଟରେ ଇସ୍ତଫା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କ୍ରମରେ ବାଂଲାଦେଶ କ୍ରିକେଟ୍ ବୋର୍ଡର କ୍ରିକେଟ୍ ନିର୍ଦ୍ଦେଶକ ତଥା ଅପରେସନ୍ ଚେୟାରମ୍ୟାନ୍ ଜାଲାଲ୍ ୟୁନୁସ୍ ତୁରନ୍ତ ପ୍ରଭାବରୁ ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ଚାଲିଥିବା ହିଂସା ଯୋଗୁଁ ଏଠାରେ କ୍ରିକେଟ୍ ମଧ୍ୟ ପ୍ରଭାବିତ ହୋଇଛି।

Also Read: Horoscope 20 August 2024: ୨୦ ଅଗଷ୍ଟରେ ହନୁମାନ ଭଗବାନ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ଦୈନିକ ରାଶିଫଳ