Top 10 News: ଦେଶରେ MPox ର ପ୍ରଥମ ସନ୍ଦିଗ୍ଧ ମାମଲା ଚିହ୍ନଟ, ପ୍ରବଳ ବର୍ଷା ନେଇ IMD ଦେଲା ଆଲର୍ଟ, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2421002

Top 10 News: ଦେଶରେ MPox ର ପ୍ରଥମ ସନ୍ଦିଗ୍ଧ ମାମଲା ଚିହ୍ନଟ, ପ୍ରବଳ ବର୍ଷା ନେଇ IMD ଦେଲା ଆଲର୍ଟ, ଆଜିର ୧୦ ବଡ଼ ଖବର

Top 10 News Headlines: ରାଦେଶରେ MPox (ମଙ୍କିପକ୍ସ)ର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ରୋଗୀ ହେଉଛନ୍ତି ଜଣେ ଯୁବକ ଯିଏକି ନିକଟରେ Mpox ମାମଲାର ସାମ୍ନା କରୁଥିବା ଏକ ଦେଶକୁ ଯାତ୍ରା କରିଥିଲେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 8 September 2024

Top 10 News Headlines 8 September 2024: H1. Odisha's 2nd AIIMS to come up in Sambalpur: ରାଜ୍ୟରେ ଆଉ ଏକ ଏମ୍ସ ହସ୍ପିଟାଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଏମସ୍ ସମ୍ବଲପୁରରେ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି। ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି। 

H2. Over 50 Fall Ill After Eating Ganesh Puja Prasad: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଭିଭାବକ ଅସୁସ୍ଥ ହୋଇଛନ୍ତି। ଆଜି ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୋଗ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେବନ କରିଥିଲେ। ଗଣେଶ ପୂଜା ସରିବା ପରେ ସମସ୍ତେ ଘରକୁ ଫେରିଥିଲେ। ହେଲେ ରାତିରେ ଜଣେ ଜଣେ ଝାଡ଼ା ବାନ୍ତି କରିଥିଲେ। 

H3. Odisha Weather Forecast: ଭାରତୀୟ ପାଣିପାଗ ବିଭାଗ ୯-୧୦ ସେପ୍ଟେମ୍ବରରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ନେଇ ସତର୍କ ସୂଚନା ଜାରି କରିଛି । ୮ ସେପ୍ଟେମ୍ବର  ରବିବାର ଦିନ ଆଇଏମଡି ସୂଚନା ଦେଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ କ୍ଷେତ୍ର ବର୍ତ୍ତମାନ ଏକ ଅବପାତରେ ପରିଣତ ହୋଇଛି।

H4. Nuapada MVI Bijay Kumar Behuria Arrested By Vigilance: ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା ଭିଜିଲାନ୍ସ। ଖୋର୍ଦ୍ଧା ମେଡିକାଲ ସାମ୍ନାରେ ଗାଡ଼ି ଅଟକାଇ ଯାଂଚ ହୋଇଥିଲା। ତେବେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏଥିସହ ନୂଆପଡ଼ା ସ୍ଥିତ ତାଙ୍କ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା ଏମଭିଆଇ ଅଫିସ ଚାମ୍ବରରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। 

H5. Mpox India Suspect Case: ଦେଶରେ MPox (ମଙ୍କିପକ୍ସ)ର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ରୋଗୀ ହେଉଛନ୍ତି ଜଣେ ଯୁବକ ଯିଏକି ନିକଟରେ Mpox ମାମଲାର ସାମ୍ନା  କରୁଥିବା ଦେଶକୁ ଯାତ୍ରା କରିଥିଲେ। ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କୁ ଅଲଗା ରଖାଯାଇଛି। କହିରଖୁଛୁ ଯେ WHO ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି ଏବଂ ଅନେକ ଦେଶରେ ବହୁ ସଂଖ୍ୟାରେ ମାମଲା ରୁଜୁ ହୋଇଛି। 

H6. Rajya Sabha MP Jawhar Sircar resigned: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବେଙ୍ଗଲ ସରକାରଙ୍କ ମନୋଭାବକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହର ସାରକାର ରବିବାର ଦିନ ଇସ୍ତଫା ଦେଇଛନ୍ତି। ରବିବାର ଦିନ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି। 

H7. Chhattisgarh lightning strikes: ଛତିଶଗଡ଼ର ବଲୌଦାବାଜରରେ ବର୍ଷା ସମୟରେ ଗଛ ତଳେ ଠିଆ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ଲୋକ କ୍ଷେତରେ କାମ କରୁଥିଲେ ଓ ବର୍ଷା ଆରମ୍ଭ ହେବା ଯୋଗୁଁ ଗଛ ମୂଳରେ ଠିଆ ହୋଇଥିଲେ। ଏହି ସମୟ ମଧ୍ୟରେ ଗଛ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁଁ ଗୋଟିଏ ଝଟକାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ଚିକିତ୍ସିତ ହେଉଛନ୍ତି।

H8. Deepika Padukone blessed with baby girl: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଶେଷରେ ପିତାମାତା ହୋଇଛନ୍ତି। ଗଣେଶ ଚତୁର୍ଥୀ ଶୁଭ ପର୍ବର ଗୋଟିଏ ଦିନ ପରେ ଉଭୟ ଘରେ ହସ ଫୁଟିଛି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ରବିବାର (୮ ସେପ୍ଟେମ୍ବର ୨୦୨୪) ଲକ୍ଷ୍ମୀ ଅର୍ଥାତ ଏକ ଝିଅକୁ ଜନ୍ମ ଦେଇଛନ୍ତି। ଏହି କୁନି ପରିର ଆଗମନରେ ଉଭୟ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ପରିବାର ବହୁତ ଖୁସି ଅଛନ୍ତି

H9. Vikas Sethi dies: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ଅଭିନେତା ବିକାଶ ସେଠୀଙ୍କ ଦେହାନ୍ତ ହୋଇଛି। 'କ୍ୟୁଙ୍କି ସାସ୍ ବି କବି ବହୂ ଥି'ରୁ ଖ୍ୟାତି ଅର୍ଜନ ପାଇଥିବା ଏହି ଅଭିନେତା ଆଉ ଦୁନିଆରେ ନାହାଁନ୍ତି। ବିକାଶ ସେଠୀଙ୍କ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ହୃଦଘାତ ତାଙ୍କ ମୃତ୍ୟୁ ହୋଇଛି।

H10. Indian Squad for Bangladesh Series: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଦାୟିତ୍ୱ ପାଇଛନ୍ତି। ଭାରତୀୟ ଦଳକୁ ୧୯ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ଦଳ- ରୋହିତ ଶର୍ମା (C), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (WK), ଧ୍ରୁଭ ଜୁରେଲ (WK), ଆର ଅଶ୍ୱିନ, ଆର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ୍ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍ରା, ୟଶ ଦୟାଲ।