Top 10 News Today: ରାଜ୍ୟରେ ଆଳୁ ସଙ୍କଟ ଉତ୍କଟ ହେବ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2390978

Top 10 News Today: ରାଜ୍ୟରେ ଆଳୁ ସଙ୍କଟ ଉତ୍କଟ ହେବ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Today: ରାଜ୍ୟରେ ଆଳୁ ସଙ୍କଟ ଉତ୍କଟ ହେବ ଓ ଅନ୍ୟାନ୍ୟ ଖବର

Top 10 News Today

1. Potato crisis: ପୁଣିଥରେ ରାଜ୍ୟରେ ଆଳୁ ସଙ୍କଟ ଉତ୍କଟ ହେବ। ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ କାରଣରୁ ଏପରି କୃତ୍ରିମ ଅଭାବ ସୃଷ୍ଟି ହୋଇଛି। ଓଡ଼ିଶାର ବ୍ୟବସାୟୀଙ୍କୁ ଆଳୁ ଯୋଗାଇବା ଲାଗି ପଶ୍ଚିମବଙ୍ଗର ବ୍ୟବସାୟୀ ଚୁକ୍ତି କରି ସରକାରୀ କଟକଣା ଯୋଗୁ ତାହା ଯୋଗାଇପାରୁ ନାହାନ୍ତି। ଅପରପକ୍ଷେ ରାଜ୍ୟରେ ପିଆଜ ଅଭାବ ମଧ୍ୟ ଆରମ୍ଭ ହୋଇଛି। ଫଳରେ ପିଆଜି କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଛି। 

2. Raksha Bandhan: ଆଜି ଦେଶବ୍ୟାପୀ ପାଳନ କରାଯାଉଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ସମ୍ପର୍କକୁ ବଢ଼ାଇବା ଲାଗି ପ୍ରତିଶୃତି ନେଉଛନ୍ତି। ଏହାସହ ବିଭିନ୍ନ ଦେବାଳୟରେ ମଧ୍ୟ ରକ୍ଷାବନ୍ଧନ ପାଳନ କରାଯାଉଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଛି ରକ୍ଷାବନ୍ଧନ ପର୍ବ। ସୁଭଦ୍ରାଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଛି। ଶ୍ରୀ ଲିଙ୍ଗରାଜଙ୍କ ପାଖରେ ଆଜି ନବସୂତ୍ର ଲାଗି କରାଯାଇଛି। 

3. RG Kar Medical college: କୋଲକତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜି ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଡାକ୍ତରାଣୀଙ୍କୁ ନିର୍ଯାତନା ଓ ଦୁଷ୍କର୍ମ କରାଯାଇଥିବା ଲଥିରୁ ସ୍ପଷ୍ଟ ହେଉଛି।  ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ୧୪ଟି ଗଭୀର କ୍ଷତ ଥିବା ଏହି ରିପୋର୍ଟ ଉଲ୍ଲେଖ ରହିଛି। 

4. No Student Council election this year: ଏବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରତିବର୍ଷ ସେପ୍ଟମ୍ବର ପ୍ରଥମ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏଥର ସମୟ ଗଡ଼ିଯିବା କାରଣରୁ ନିର୍ବାଚନ ହୋଇପାରିବ ନାହିଁ। ଆସନ୍ତା ବର୍ଷ ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।  ୨୦୨୮ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରି ନାହିଁ। 

5. Subhadra Yojana Guidelines may come on this session: ବିଧାନସସଭା ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ମାର୍ଗ ଦର୍ଶିକା ଆସିପାରେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହାକୁ ସଭାରେ ଉପସ୍ଥାପନ କରିପାରନ୍ତି। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏହି ଯୋଜନା ମାଧ୍ୟମରେ ସରକାର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି। 

6. PM Awas Scheme: ରାଜ୍ୟ ସରକାର ପିଏମ୍ ଆବାସ ଯୋଜନାରେ ସହାୟତା ରାଶି ବୃଦ୍ଧି କରିବେ। ପୂର୍ବରୁ  ମିଳୁଥିବା ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା ବଦଳରେ ଏଥର ୧ଳକ୍ଷ ୮୦ ହଜାର ଟଙ୍କା ସହାୟତା ମିଳିବ। ପୁଲି ଏମଜିଏନ୍‍ଆର୍‍ଇଜିଏ ସହାୟତାକୁ ମିଶାଇଲେ ଏହି ସହାୟତା ୨ ଲକ୍ଷରେ ପହଞ୍ଚିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ପୂର୍ବରୁ କୌଣସି ନିୟମ ନଥାଇ ମୋ ଘର ଯୋଜନା ହୋଇଥିଲା, ସରକାର ଏବେ ଏଥିଲାଗି ସ୍ୱତନ୍ତ୍ର ନିୟମ ଆଣିବାକୁ ଯାଉଛନ୍ତି। 

7. Developing 500 Tribal Homes: ରାଜ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଯୋଜନା ରୂପାୟନ ଆରମ୍ଭ କରିଛନ୍ତି। ବିଶେଷକରି ଆଦିବାସୀଙ୍କ ସଂସ୍କୃତି, ଜୀବନଧାରଣ, ଜୀବୀକାର ଉନ୍ନତି ଲାଗି ଏହି ଯୋଜନାରେ ଧ୍ୟାନ ଦିଆଯାଇଛି। ଆଦିବାସୀ ଗାଁଗୁଡିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ଆମ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ।  ଏହାକୁଦୃଷ୍ଟିରେ ରଖି ସମ୍ପୃକ୍ତ ଗାଁ ଗୁଡ଼ିକରେ ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତ କରାଯିବ, ମାତୃଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

8. Sim Box connection: ରାଜ୍ୟରେ ବାଂଲାଦେଶୀ ଠକଙ୍କ ଚେର ଖୁବ ଲମ୍ବିଥିବା ପୁଲିସ ସନ୍ଦେହ କରିଛି। ଏହି ଠକ ଏଠାରେ ସିମ୍‍ ବକ୍ସ ସ୍ଥାପନ କରି ବିଭିନ୍ନ ଦେଶରୁ ଠକେଇ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଭୁବନେଶ୍ୱର, କଟକରୁ ସିମ ବକ୍ସ ଜବତ ହେବା ପରେ ଏବେ ପୁଲିସ ଝାଡଖଣ୍ଡରେ ଏକ ସିମ ବକ୍ସ ସମ୍ପୃକ୍ତ ଆସାମୀ ସ୍ଥାପନ କରିଥିବା ପୁଲିସ ଆଶଙ୍କା କରିଛି। ଏଣୁ ସେଠାରେ ତଦନ୍ତ ପାଇଁ ପୁଲିସ ଟିମ ଯାଇପାରେ ବୋଲି କମିଶନର ସଞ୍ଜୀବ ପଣ୍ଡା ଆଜି ସୂଚନା ଦେଇଛନ୍ତି।  ଏହାକୁ ଏକ ଆନ୍ତର୍ଜାତିକ ରାକେଟ ଭାବେ ଗ୍ରହଣ କରିଛି। ବାଂଲାଦେଶର ନାଗରିକ ଆଶାଦୂର ଜମାନ ଏହି ନେଟଓ୍ୱର୍କକୁ ପରିଚାଳନା କରୁଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ହାଜତରେ ଥିବା ରାଜୁ ମଣ୍ଡଳ ସହାୟତାରେ ସେ ଏହି ସିମ୍‍ ବକ୍ସ ମାଓଧ୍ୟମରେ ବେଆଇନ କାର୍ଯ୍ୟକଳାପ କରୁଥିବା ସନ୍ଦେହ କରାଯାଇଛି। 

9. Allegation against Siddaramaiah ମଈଶୂର ଜମି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା। ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତିକୁ ତଦନ୍ତ କରିବା ଲାଗି ଆଦେଶ ଦେଇଥିବାରୁ ତାହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀ ସିଦ୍ଦରାମୟା କହିଛନ୍ତି ବିଗତ ୪୦ ବର୍ଷର ରାଜନୀତିକ ଜୀବନରେ ସେ କୌଣସି ଦୁର୍ନୀତି କରି ନାହାନ୍ତି। ହେଲେ ରାଜ୍ୟରେ ତାଙ୍କ ସରକାରକୁ ଅସ୍ଥିର କରିବା ଲାଗି ବିଜେପି ଓ ଜେଡିଏସ୍‍ ଉଦ୍ୟମ କରିଛନ୍ତି। ଏହା ତାହାର ଏକ ନମୁନା ବୋଲି ଅଭିଯୋଗ କରିଛନ୍ତି ସିଦ୍ଦରାମୟା। 

10. No to Mediatorship: ଅଗଷ୍ଟ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍‍ଗସ୍ତରେ ଯିବେ। ଫେବୃୟାରୀ ୨୦୨୨ ରେ ଯେତେବଳେ ଋଷ ଏବଂ ୟୁକ୍ରେନ ଭିତରେ ଯୁଦ୍ଧ ଆରମ୍ଭ ହେଲା ସେବେଠାରୁ କୌଣସି ବରିଷ୍ଠ ଭାରତୀୟ ନେତାଙ୍କ ୟୁକ୍ରେନ ଗସ୍ତ ହୋଇ ନାହିଁ। ନିକଟରେ ଋଷ ଗସ୍ତ ଶେଷ କରିଥିବା ମୋଦୀଙ୍କ ଏହି ଗସ୍ତ ଦୁଇ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ତଥା ଯୁଦ୍ଧ ବିରତି ଉପରେ ଆଧାରିତ ହେବ ବୋଲି ଆନ୍ତର୍ଜାତିକ ମିଡିଆରେ ଖବର ପ୍ରକାଶ ପାଉଛି। କିନ୍ତୁ ଭାରତ ଦୁଇ ଦେଶ ଭିତରେ ମଧ୍ୟସ୍ଥାତା ପାଇଁ ମନା କରିଛି। ବରଂ ଉଭୟ ଦେଶର ବାର୍ତ୍ତା ଉଭୟଙ୍କ ପାଖରେ ଠିକଣା ଭାବେ ପହଞ୍ଚାଇବା ଲାଗି ପ୍ରଚେଷ୍ଟା କରିବ ବୋଲି କହିଛି ଭାରତ।

Also Read- Grah Gochar: ମଙ୍ଗଳ, ବୁଧ ଏବଂ ଶୁକ୍ରଙ୍କ ଗତିବିଧି ପ୍ରଭାବ, ୩ ରାଶିର ଭାଗ୍ୟ ଉଜ୍ୱଳ