Top 10 News Headlines: ରେମାଲ ମାଡ଼ରେ ବେହାଲ ବାଂଲାଦେଶ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2265448

Top 10 News Headlines: ରେମାଲ ମାଡ଼ରେ ବେହାଲ ବାଂଲାଦେଶ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ରେମାଲ ମାଡ଼ରେ ବେହାଲ ବାଂଲାଦେଶ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ବାଂଲାଦେଶରେ ରେମାଲର ଲ୍ୟାଣ୍ଡଫଲ 
ବାତ୍ୟା ‘ରେମାଲ’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ଗଛକୁ କାଟି ସଫା କରାଯାଉଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବର୍ଷା ଲାଗି ରହିଛି। ଲ୍ୟାଣ୍ଡଫଲ୍ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ରେମାଲ’ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି। ଖୁବଶୀଘ୍ର ଏହା ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

H2. ପଶ୍ଚିମବଙ୍ଗରେ ରେମାଲ ପ୍ରଭାବ
ପଶ୍ଚିମବଙ୍ଗରଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ବାତ୍ୟା ରେମାଲ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ସେହିପରି ବାଂଲାଦେଶରେ ବାତ୍ୟା ଲାଗି ତଳିଆ ଅଞ୍ଚଳରୁ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।  'ରେମାଲ' ଆସିବା ପୂର୍ବରୁ ପଶ୍ଚିମବଙ୍ଗରେ ବିମାନ ଚଳାଚଳ ଓ ରେଳ ଯାତାୟାତ ପ୍ରଭାବିତ ହୋଇଥିଲା। ରବିବାର ଦିନ କୋଲକାତା ଏବଂ ଦକ୍ଷିଣ ବଙ୍ଗଳାର ଅନ୍ୟାନ୍ୟ ଅଞ୍ଚଳରେ ବିମାନ, ରେଳ ଏବଂ ସଡକ ପରିବହନ ଏକ ପ୍ରକାର ଠପ ହୋଇଯାଇଥିଲା।  ସୋମବାର ମଧ୍ୟ ଏଭଳି ଅବସ୍ଥା ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ଭାବରେ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଅପରାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ପୂର୍ବ ଏବଂ ଦକ୍ଷିଣ ପୂର୍ବ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି।

H3. ବାତ୍ୟା ମୁକାବିଲାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ୍’ ଏବେ ଭୀଷଣ ରୂପ ଧାରଣ କରି ବାଂଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ହୋଇଛି। ବର୍ତ୍ତମାନ ଏହା ଉତ୍ତର ବଙ୍ଗୋପସାଗରରେ ଖେପୁପାରାଠାରୁ ୨୨୦ କିଲୋମିଟର ଓ ସାଗର ଦ୍ୱୀପଠାରୁ ୨୧୦ କିଲୋମିଟର ଦୂରରେ ରହିଛି। ଆଜି ମଧ୍ୟରାତ୍ରରେ ଏହି ଭୀଷଣ ବାତ୍ୟା ଖେପୁପାରା ଓ ସାଗର ଦ୍ୱୀପ ମଝିରେ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୧୧୦ କିଲୋମିଟରରୁ ୧୨୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟାକୁ ଦେଖି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପୂର୍ବ ମେଦିନିପୁର ଜିଲ୍ଲା ପ୍ରଶାସନ।

H4. ଆଜି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ
ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା। ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ। ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା। ଆସନ୍ତାକାଲି ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ହିମନ୍ତଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ବାସୁଦେବପୁର, ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ଶୋ’ରେ ସାମିଲ ହେବେ।।ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି।

H5. ପହିଲାରେ ବିରୋଧୀଙ୍କ ବୈଠକ
ଦେଶରେ ୬ ପର୍ଯ୍ୟାୟ ନିର୍ବାଚନ ସରିଛି । ଅନ୍ତିମ ବା ସପ୍ତମ ପର୍ଯ୍ୟାୟ ଲାଗି ଜୁନ୍ ୧ରେ ହେବ ମତଦାନ । ଏହା ପରେ ଜୁନ୍ ୪ରେ ଭୋଟ୍ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ । ସ୍ପଷ୍ଟ ହୋଇଯିବ କେନ୍ଦ୍ରରେ କାହାକୁ ମିଳିବ ବହୁମତ, କିଏ ଗଢ଼ିବ ସରକାର ? ତେବେ ଗଣତି ପୂର୍ବରୁ ବିରୋଧୀ ମେଣ୍ଟ ବୈଠକ ଡାକିଛି । ଶେଷ ପର୍ଯ୍ୟାୟ ଭୋଟ୍ ସରିବା ସହ ଇଣ୍ଡି ମେଣ୍ଟର ନେତା ଦିଲ୍ଲୀରେ ଜୁନ୍ ୧ରେ ଏକାଠି ହେବେ । ସମୀକ୍ଷା ବୈଠକରେ ବିରୋଧୀ ନେତା ଲୋକସଭା ନିର୍ବାଚନ ଉପରେ ଚର୍ଚ୍ଚା କରିବେ ।

H.6 ଶେଷ ପର୍ଯ୍ୟାୟରେ ହେଭିୱେଟଙ୍କ ଜୋରଦାର ପ୍ରଚାର
ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍‌ଗେ। ସେହି ଦିନ ୧୧ଟାରେ ସେ ବାଲେଶ୍ୱରରେ ପହଞ୍ଚିବେ। ତା’ପରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ବାଲେଶ୍ୱର ସଭା ସରିବା ପରେ ଖଡ୍‌ଗେ ଭଦ୍ରକ ଯିବେ। ଅପରାହ୍ନ ୩ଟାରେ ଚାନ୍ଦବାଲିରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗଦେବେ। ସେହି ପରି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି ୩୦ ତାରିଖରେ ଓଡ଼ିଶା ଆସିବେ। ୩୦ ତାରିଖ ଦିନ ୧୧ଟାରେ ସେ ସିମୁଳିଆ ସାନମହିତପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ଆଉ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

H7. ୨୯ରେ ଆସିବେ ମୋଦୀ
ପୁଣି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ରେ ଶାହଙ୍କ ଗସ୍ତ ଥିବାବେଳେ ୨୯ରେ ଆସୁଛନ୍ତି ମୋଦି। ସୂଚନା ଅନୁସାରେ, ୨୯ ତାରିଖରେ ରାଜ୍ୟରେ ୩ଟି ନିର୍ବାଚନୀ ସଭା କରିବେ ଶାହ। ପ୍ରଥମେ ଦିନ ୧୦ଟାରେ ଚାନ୍ଦବାଲି ପରେ କୋରେଇ ତା'ପରେ ନିମାପଡ଼ାରେ ସଭା କରିବେ। ସେହିପରି ୨୯ରେ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡି଼ଆରେ ୧୨ଟା ବେଳେ ବିଶାଳ ଜନସଭାରେ ଉଦବୋଧନ ଦେବେ ମୋଦି । ପରେ ବାଲେଶ୍ବର ଏବଂ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ।

H8. ପ୍ରକାଶ ପାଇଲା +୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ
ରବିବାର ଏକ ସଙ୍ଗେ ପ୍ରକାଶ ପାଇଛି +୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। କଳାରେ ପାସ୍‌ ହାର ୮୦.୯୫% ଥିବା ବେଳେ ବିଜ୍ଞାନର ପାସ୍‌ ହାର ୮୬.୯୩ % ଓ ବାଣିଜ୍ୟର ପାସ୍‌ ହାର ୮୨.୨୭% ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ୧,୦୪,୪୪୭ ପୁଅଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ। ପୁଅଙ୍କ ପାସ୍‌ ହାର ୭୨.୬୮ ପ୍ରତିଶତ ରହିଛି। ସେହିପରି କଳାରେ ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତରହିଛି। ମୋଟ୍ ୨,୩୫,୨୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୧,୯୦,୪୨୯ ଜଣ ପାସ୍‌ କରିଛନ୍ତି।

H9. ନିମାପଡ଼ାରେ ଉତ୍ତେଜନା
ରାତିରେ ନିମାପଡ଼ା ଥାନା ଘେରିଛନ୍ତି ଶତାଧିକ ବିଜେପି କର୍ମୀ। ପୁଲିସ୍‌ କବ୍‌ଜାରେ ଥିବା ବିଜେପି କର୍ମକର୍ତ୍ତାଙ୍କୁ ଛାଡ଼ିବାକୁ ଅଡ଼ି ବସିଛନ୍ତି। ଏ ସମ୍ପର୍କରେ ଜାଣିପାରି ଥାନାରେ ପହଞ୍ଚି ଅଲୋଚନା କରୁଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି

H10. IPL ଟ୍ରଫି ଜିତିଲା କୋଲକାତା
ଆଇପିଏଲ ସିଜିନ୍‌-୧୭ରେ ଚମ୍ପିଆନ୍‌ ହେଲା କୋଲକାତା ନାଇଟ୍‌ ରାଇଡର୍ସ। ପ୍ରଥମେ ଆକ୍ରମଣାତ୍ମକ ବୋଲିଂ ପରେ ଧୁଆଁଧାର ବ୍ୟାଟିଂ। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ ଟାଇଟଲ। ୧୦ ବର୍ଷ ପରେ ପୁଣି ଥରେ ଟ୍ରଫି ଜିତିଲା କୋଲକାତା। ଲୋ ସ୍କୋରିଂ ଫାଇନାଲକୁ କୋଲକାତା ମାତ୍ର ୧୦.୩ ଓଭରରେ ନିଜ ନାମରେ କରିଛି। ଏହାପୂର୍ବରୁ କୋଲକାତା ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ୨୦୧୨ ଓ ୨୦୧୪ରେ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଥିଲା।