Top 10 News Headlines: ଆଜି ସତ ଓଗାଳିବ ସଞ୍ଜୟ ରାୟ, ସୁଭଦ୍ରା ଯୋଜନାକୁ ନେଇ ମୁହାଁମୁହିଁ ବିଜେପି ଓ ବିଜେଡି...ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2398854

Top 10 News Headlines: ଆଜି ସତ ଓଗାଳିବ ସଞ୍ଜୟ ରାୟ, ସୁଭଦ୍ରା ଯୋଜନାକୁ ନେଇ ମୁହାଁମୁହିଁ ବିଜେପି ଓ ବିଜେଡି...ଅନ୍ୟାନ୍ୟ ଖବର

Odisha news live updates: ସକାଳର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ଆଜି ସତ ଓଗାଳିବ ସଞ୍ଜୟ ରାୟ, ସୁଭଦ୍ରା ଯୋଜନାକୁ ନେଇ ମୁହାଁମୁହିଁ ବିଜେପି ଓ ବିଜେଡି...ଅନ୍ୟାନ୍ୟ ଖବର
Kolkata Horror: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ସ୍ନାତକୋତ୍ତର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କର ଆଜି ପଲିଗ୍ରାଫ୍ ଟେଷ୍ଟ କରାଯିବ। ଗତକାଲି ଅର୍ଥାତ୍ ଶନିବାର ଏହି ପରୀକ୍ଷା ହେବାର ଥିଲା, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହା ହୋଇପାରିନଥିଲା। ଏଭଳି ସ୍ଥିତିରେ ସିବିଆଇ ଆଜି ନିଜର ସତ ଓ ମିଛର ହିସାବ କରିବ। ଏହି ସମୟରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବାଇକ୍ ନେଇ ସିବିଆଇ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ମୋଟର ସାଇକେଲରେ 'କୋଲକାତା ପୋଲିସ' ଲେଖା ଯାଇଥିଲା। ସଞ୍ଜୟ ନିଜକୁ ପୋଲିସ ବୋଲି କହି ଦବଦବା ରଖୁଥିଲା। ତେବେ ସିବିଆଇ ତଦନ୍ତ ୫୩ଟି ଜିନିଷ ଉପରେ ନିର୍ଭର କରୁଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଠାରୁ ଜବତ ହୋଇଥିବା ୯ଟି ସାମଗ୍ରୀ ସମେତ କୋଲକାତା ପୋଲିସ ଏହି ଜିନିଷଗୁଡ଼ିକୁ ଜବତ କରିଛି। ଏଥିରେ ଅପରାଧ ସମୟରେ ପିନ୍ଧିଥିବା ପୋଷାକ, ଅଣ୍ଡର ଗାର୍ମେଣ୍ଟ ଏବଂ ଚପଲ ଅନ୍ତର୍ଭୁକ୍ତ ।
 
Subhadra Scheme: ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ଏହି ଯୋଜନାର ଏସଓପି ଆଣିଛନ୍ତି। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ ଏହାକୁ ନେଇ ଏବେ ରାଜନୀତି ଦେଖିବାକୁ ମିଳିଛି। ବିଜେପି ସରକାର ଅଲଗା ପ୍ରତିଶ୍ରୁତି ଦେଇ ରାଜ୍ୟ ବାସୀଙ୍କୁ ଠକିଛି ବୋଲି ବିଜେଡି ଅଭିଯୋଗ କରିଛି।
 
Subhadra Scheme Date Final: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମିଳିବ `ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ  ବଡ଼ ଘୋଷଣା କରିଛନ୍ତି। ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ ୮୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ହେବେ ଉପକୃତ। ଜୁଲାଇ ୧ ସୁଦ୍ଧା ୨୧ ବର୍ଷ ହୋଇଥିଲେ ପାଇବେ `ସୁଭଦ୍ରା’ ଯୋଜନରା ଲାଭ। 
 
BJD Training Camp: ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଆଜି ବିଜେଡି ବିଧାୟକମାନେ ନେବେ ଗୁରୁମନ୍ତ୍ର । ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ ଏହି କର୍ମଶାଳା । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମଶାଳାର କରିବେ ଉଦଘାଟନ । ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ଜ୍ଞାନ ଦେବେ ଦଳର ପୁରୁଖା ବିଧାୟକ ଓ ପୂର୍ବତନ ବିଧାୟକ ।
 
Odisha Weather:  ବଙ୍ଗୋପସାଗରରେ ସିରିଜ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଶନିବାର ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
 
Rajnath Singh US Visit: ଗୁରୁବାରଠୁ ୪ ଦିନିଆ ଆମେରିକା ଗସ୍ତରେ ରହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆମେରିକା ଏବଂ ଭାରତ ମଧ୍ୟରେ ବୈଶ୍ବିକ ରଣନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ଆମେରିକା ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେଠାରେ ସେ ଆମେରିକୀୟ ଡିଫେନ୍ସ ସେକ୍ରେଟାରୀ ଏବଂ ଲଏଡ୍ ଜେ ଅଷ୍ଟିନ୍ ତୃତୀୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଜେକ୍ ସୁଲିଭାନଙ୍କୁ ଭେଟିଛନ୍ତି । ସେ ଆମେରିକାର ଅଗ୍ରଣୀ ପ୍ରତିରକ୍ଷା କମ୍ପାନୀ ଗୁଡ଼ିକ ସହ ମଧ୍ୟ ଆଲୋଚନା କରିଛନ୍ତି 
 
UPS Scheme: କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ୟୁନିଫାଏଡ ପେନସନ ସ୍କିମ ବା UPSକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । କର୍ମଚାରୀଙ୍କ ପାଇଁ ଲାଗୁ ହେବ ନୂଆ ପେନସନ ଯୋଜନା । ଦଶ ବର୍ଷ କାମ କଲେ ଦଶ ହଜାର ପେନସନ । ୨୫ ବର୍ଷ କାମ କଲେ ପୁରା ପେନସନ ମିଳିବ । ବେସିକର ୫୦ ପ୍ରତିଶତ ମିଳିବ ପେନସନ । ୧ ଏପ୍ରିଲ ୨୦୨୫ ରୁ ପିଛିଲା ଭାବେ ଲାଗୁ ହେବ ଏହି ଯୋଜନା । ଯଦି କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ପତ୍ନୀଙ୍କୁ ମିଳିବ ୬୦ ପ୍ରତିଶତ ପେନସନ ।
 
Lakshapati Didi: ଆଜି ୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ତୃତୀୟ ପାଳିରେ ଏହି ୧୧ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଛନ୍ତି। ନୂଆ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଜଲଗାଁଓରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରମାଣପତ୍ର ଦେବା ସହିତ ସମ୍ବର୍ଦ୍ଧିତ କରିବେ। 
 
Sunita Willilams: ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ । ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ସୁନୀତା ଓ ବୁଚ୍ ବ୍ଲିମୋର । ୨ ମହାକାଶଚାରୀଙ୍କ ଫେରିବା ନେଇ ନାସା ଦେଲା ସୂଚନା । ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦ କହିଲା ନାସା 
। ସପ୍ତାହେ ପାଇଁ ଯାଇଥିବା ଉଭୟ ମହାକାଶରେ ୮ ମାସ ରହିବେ । ବିନା କ୍ରୁରେ ଅନ୍ତରୀକ୍ଷ ବିମାନ ‘ଷ୍ଟାରଲାଇନର’ ମହାକାଶରୁ ଫେରିବ । 
 
Telegram Ceo Conflict: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତାଙ୍କୁ ଅଟକ ରଖିଲା ପୋଲିସ । ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ପଲ୍ ଡୁରୋଭ ଅଟକ । ପ୍ରାଇଭେଟ୍‌ ଜେଟରେ ଆଜରବାଇଜାନ ଯିବା ବେଳେ ଡୁରୋଭ ଅଟକ । ପଲ୍ ଡୁରୋଭ ନାଁରେ ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ । ଟେଲିଗ୍ରାମ ଦ୍ବାରା ଅପରାଧିକ ଗତିବିଧି ନେଇ ଅଭିଯୋଗ।