Top 10 News Today: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2399519

Top 10 News Today: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Today: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଓ ଅନ୍ୟାନ୍ୟ ଖବର

Top 10 News Today

01- ଲକ୍ଷପତି ଦିଦିଙ୍କ ପାଇଁ ୬ ହଜାର କୋଟି ଟଙ୍କାର ପ୍ୟାକେଜ୍ ରିଲିଜ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାରାଷ୍ଟ୍ର ଜଲଗାଓଁରେ ‘ଲକ୍ଷପତି ଦିଦି’ ମହା ସମ୍ମିଳନୀର ଶୁଭାରମ୍ଭ କରି SHG ମହିଳାଙ୍କ ପାଇଁ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳା ବିରୋଧୀ ଅପରାଧୀଙ୍କୁ ଛଡ଼ାଯିବ ନାହିଁ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରାଯିବନାହିଁ ।

02- ମନ୍ କି ବାତ୍ ର ୧୧୩ତମ ସଂସ୍କରଣରେ ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ତରୀକ୍ଷ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଅଗଷ୍ଟ ୨୩ରେ ଦେଶ ପ୍ରଥମ ମହାକାଶ ଦିବସ ପାଳନ କରିବା ଅବସରରେ ମୋଦି ଚନ୍ଦ୍ରାୟାନ ୩ର ସଫଳତା ସମ୍ପର୍କରେ କହିଥିଲେ। ଅନ୍ୟପଟେ ଓଡ଼ିଶାରେ ମନ୍ କି ବାତ୍ ଶୁଣିଛନ୍ତି ବିଜେପି ନେତା। ବିଭିନ୍ନ ସ୍ଥାନରେ ବିଜେପି ସାଂସଦ, ବିଧାୟକ ଓ ନେତା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଛନ୍ତି। ନିଜ ବାସଭବନରେ ମନ୍ କି ବାତ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

03- କୋଲକାତା ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି । କୋଲକାତାର ପ୍ରେସିଡେନ୍ସି ଜେଲରେ ପଲିଗ୍ରାଫ ଟେଷ୍ଟ ଚାଲିଥିବା ସୂଚନା ମିଳିଛି । ସିବିଆଇର CSFL ଟିମ୍‌ ସଞ୍ଜୟର ପଲିଗ୍ରାଫ୍‌ ଟେଷ୍ଟ କରୁଛି । RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ତାଙ୍କ ଘରେ ଆଜି ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

04- ସେପ୍ଟେମ୍ବର ୧୭ ତାରିଖରେ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିଦିନ ସୁଭଦ୍ରା ଯୋଜନା ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ଏନେଇ ପୁରୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

05- ପୁରୀ ପିପିଲିରେ ବାର୍ଡ଼ ଫ୍ଲୁ ଚିହ୍ନଟ । ୧୩ ଜଣିଆ ଡାକ୍ତର ଟିମଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ତଦନ୍ତ କରିଛନ୍ତି । ପିପିଲିରେ ୪୭ ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହଜାର ରୁ ଅଧିକ କୁକୁଡ଼ା ମରିଥିବା ଅନୁମାନ । ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। କୁକୁଡ଼ା ମାରିବା ପାଇଁ ୫୪ ଜଣ ଆସିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ଭେଟେନାରୀ ଷ୍ଟାଫଙ୍କ ରକ୍ତ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ ।

06-  ପ୍ରଥମ ଥର ପାଇଁ ସ୍ତନ କର୍କଟ ଔଷଧ ଉଦ୍ଭାବନ କରିଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ILS) ଡାକ୍ତର ସନ୍ଦୀପ ମିଶ୍ର ରବିବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଡାକ୍ତର ମିଶ୍ରଙ୍କ ମୃତଦେହ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।

07- ହୀରାକୁଦର ଆଉ ୬ ଗେଟ୍ ଖୋଲିବା ସହ ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ତେଣୁ  ଅଧିକ ଗେଟ୍ ଖୋଲିବାକୁ ପଡିଲା । ମହାନଦୀରେ ଜଳସ୍ତର ବଢିବା ଆଶଙ୍କା ରହିଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

08-  ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ । ASI ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ପୁରୁଣା ତାଲିକା ସହ ବର୍ତ୍ତମାନର ତାଲିକାକୁ ତୁଳନା କରାଯିବ । ତୁଳନା ପରେ ସବୁ ଠିକ୍ ଅଛି କି ନାହିଁ ସ୍ପଷ୍ଟ ହେବ ବୋଲି ଧର୍ମେନ୍ଦ୍ର କହିଥିଲେ ।

09- ୪ ଅନଲାଇନ୍ ଠକଙ୍କୁ ରାଜସ୍ଥାନରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅନଲାଇନ ଟ୍ରେଡିଂ ଆପ୍‌ ଜରିଆରେ ଲୋକଙ୍କୁ ଠକୁଥିବାର ଅଭିଯୋଗ ରହିଛି । ମୁଖ୍ୟ ଅଭିଯୁକ୍ତ ରାଜସ୍ଥାନର ବିକାଶ ପରେଖ ଓ ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ର ବୋଲି ସୂଚନା ମିଳିଛି । ବିକାଶର ୬୦ଟି ଆକାଉଣ୍ଟ ପୋଲିସ ଫ୍ରିଜ କରିଛି । ସମସ୍ତ ଆକାଉଣ୍ଟରେ ମୋଟ ୮୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରହିଥିବା କୁହାଯାଉଛି ।

10- ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ଯରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 

Also Read- September Capricorn Horoscope: ଆପଣଙ୍କ ପାଇଁ ମାସଟି ଶୁଭ ହେବ ନା ସତର୍କ ରହିବାକୁ ପଡିବ, ଜାଣନ୍ତୁ

Also Read- Video: ଓଡ଼ିଆ ଅଭିନେତ୍ରୀ ଚିକିଙ୍କ ଭିଡିଓ ଭାଇରାଲ୍