Top 10 News Headlines: କୋଲକାତା ଦୁଷ୍କର୍ମ ଘଟଣାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରିନ୍ ସିଗନାଲ
Advertisement
Article Detail0/zeeodisha/odisha2395150

Top 10 News Headlines: କୋଲକାତା ଦୁଷ୍କର୍ମ ଘଟଣାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରିନ୍ ସିଗନାଲ

Odisha news live updates: ସକାଳର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: କୋଲକାତା ଦୁଷ୍କର୍ମ ଘଟଣାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରିନ୍ ସିଗନାଲ
Supreme Court On Kolkata Horror: କୋଲକତା ଆରଜି କର ମେଡିକାଲ୍‍ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମ କୋର୍ଟ ପୁଣିଥରେ ଶୁଣାଣି ଆରମ୍ଭ କରିଛନ୍ତି। ପ୍ରଧାନ ବିଚାର ପତି ଡିଓ୍ୱାଇ ଚନ୍ଦ୍ରଚୂଡ଼ ସିଂହ, ଜଷ୍ଟିସ୍‍ ଜେବି ପାର୍ଡିଓ୍ୱାଲା ଏବଂ ଜଷ୍ଟିସ୍‍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ପ୍ରଥମେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟକୁ ଧ୍ୟାନରେ ନେଇଥିଲେ। ଏକ ମୁଦ ଲଫାପାରେ ସିବିଆଇ ନିଜ ତଦନ୍ତର ସ୍ଥିତି ବିବରଣୀ ସମ୍ପର୍କରେ ଏକ ରିପୋର୍ଟ ସୁପ୍ରିମ୍‍ କୋର୍ଟଙ୍କ ଆଦେଶ ଅନୁସାରେ ଆଜି ଦାଖଲ କରିଛନ୍ତି। ଏ ଭିତରେ ସିବିଆଇ ଷଷ୍ଠଦିନ ପାଇଁ ହସ୍‍ପିଟାଲ୍‍ର ପୂର୍ବତନ ଅଧୀକ୍ଷକ ଡାକ୍ତର ସନ୍ଦୀପ ଘୋଷଙ୍କୁ ଜେରା କରିଛି।  
 
Odisha Vigilance Raid: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ଜଙ୍ଗଲ ବିଭାଗୀୟ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଢେଙ୍କାନାଳରେ ବିଭୁଦାନନ୍ଦଙ୍କ ଘର ସମେତ କଟକ, ଭୁବନେଶ୍ୱରର ୩ଟି ସ୍ଥାନରେ  ଚଢ଼ାଉ କରାଯାଇଛି।
ଆଜି ସକାଳେ ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ କ୍ରମେ ୧୮ ଜଣ ଭିଜିଲାନ୍ସ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହ ଏହି ଏକକାଳୀନ ଚଢ଼ଉ ଆରମ୍ଭ କରାଯାଇଥିଲା। ଏଥିରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସାମିଲ ହୋଇଛନ୍ତି। ଯେଉଁ ୮ଟି ସମ୍ପତ୍ତି ଉପରେ ଚଢ଼ଉ ଜାରି ରହିଛି ସେଗୁଡ଼ିକର ଏକ ବିବରଣୀ ଭିଜିଲାନ୍ସ ପକ୍ଷରୁ ପ୍ରଦାନ କରାଯାଇଛି। 
 
Air India Flight: କେରଳର ରାଜଧାନୀ  ଥିରୁଅନନ୍ତପୂରମ୍‍ ବିମାନବନ୍ଦରରେ  ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ମୁମ୍ବାଇରୁ ଥରରୁଅନନ୍ତପୂରମଠାରେ ଅବତରଣ କରିଥିବା ଏକ ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଖବର ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ବିମାନ ବନ୍ଦର ପକ୍ଷରୁ ସମ୍ପୃକ୍ତ ବିମାନକୁ ଅଲଗା ରଖାଯାଇଛି। ବିମାନରେ ୧୩୫ ଯାତ୍ରୀ କେରଳ ଆସୁଥିଲା।  କୌଣସି ଜୀବନ ଉପରେ ବର୍ତ୍ତମାନ ସୁଦ୍ଧା ବିପତ୍ତି ଜଣାପଡ଼ି ନାହିଁ।  
 
Odisha Journalist: ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଜାରି ରଖିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏ ସମ୍ପର୍କରେ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବୀମା ଯୋଜନାକୁ ବନ୍ଦ କରିବା ପାଇଁ କୌଣସି ଯୋଜନା ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ ଏବଂ ଖୁବ୍ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ। ଗୋପାବନ୍ଧୁ ସାମ୍ବାଦିକା ସ୍ବାସ୍ଥ୍ୟ ବୀମା ଯୋଜନାର ନବୀକରଣ ୩୧ ଅଗଷ୍ଟ ୨୦୨୪ରେ ଶେଷ ହେବ। 
 
Chikiti Liqour Death: ଗଞ୍ଜାମ ମଦ ମୃତ୍ୟୁ ମାମଲାକୁ ନେଇ ବିଧାନସଭାରେ ଝଡ଼ । ପ୍ରଶ୍ନକାଳ ଆରମ୍ଭରୁ ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଥିଲା । କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥାର ମାତ୍ରାଧିକ କାର୍ଯାନୁଷ୍ଠାନ ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଥିଲା । କେବଳ ଏତିକି ନୁହେଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ୍ ଉପରେ ଚଢ଼ି ପ୍ରତିବାଦ କରି କହିଥିଲେ ଉଭୟ ବିଜେଡି ଓ କଂଗ୍ରେସ ପୃଷ୍ଟ ପୋଷକତାରେ ମଦ କାରବାର ଚାଲିଥିଲା । ସରକାର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।
 
Indian Hockey Team: ପ୍ୟାରିସ୍‌ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳ ଗୁରୁବାର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ନବୀନ ଖେଳାଳିମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଶେୟାର କରିଛନ୍ତି। ନବୀନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିବା ପରେ ବିଜେତା ଭାରତୀୟ ହକି ଦଳକୁ ଭେଟି ବହୁତ ଖୁସି ମିଳିଛି। ହକି କେବଳ ଏକ ଖେଳ ନୁହେଁ। ଏହା ଓଡ଼ିଶାର ଏକ ଜୀବନଶୈଳୀ। 
 
Doctor Arrest: ଆମେରିକାରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଡାକ୍ତର ଜଣକ ନାବାଳିକାଙ୍କଠାରୁ ଆରମ୍ଭ କରି ମହିଳାଙ୍କୁ କରିଥିଲେ ଦୁଷ୍କର୍ମ । ଚିକିତ୍ସା ନାଁରେ ଦୁଷ୍କର୍ମ କରୁଥିବା ଭଳି ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ମହିଳାଙ୍କ ପୋଷାକ ବଦଳାଇବା ଏବଂ ସେମାନଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ରଖିଛନ୍ତି । ବିଭିନ୍ନ ସ୍ଥାନରେ ସିସିଟିଭି ମାଧ୍ୟମରେ ଏହାକୁ ଉଠାଇଛନ୍ତି । ୧୩ ହଜାର ଭିଡିଓ କ୍ଲିପ ଜବତ କରିଛି ପୋଲିସ । ତେବେ ଆମେରିକାରେ ଧରା ପଡ଼ିଥିବା ଏହି ଡାକ୍ତର ଜଣକ ଭାରତର । ସେ ୨୦୧୧ ମସିହାରୁ ଯାଇ ଆମେରିକାରେ ରହିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ ହେବେ କି, ଡାକ୍ତରଙ୍କୁ ଖୋଦ ତାଙ୍କ ପତ୍ନୀ ଧରାଇଛନ୍ତି । ସ୍ବାମୀଙ୍କ ପାପ ଏତେ ବଢ଼ି ଯାଇଥିଲା କି, ଶେଷରେ ସ୍ତ୍ରୀ ସ୍ବାମୀଙ୍କ ଗୁମର ଖୋଲିଛନ୍ତି ।
 
PM Narendra Modi: ୪୫ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦୀ। ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ୱାଗତ କରିଥିଲେ।
 
Pharma Company Blast: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ଥିବା ‘ଏସାଇଣ୍ଟିଆ’ ଫାର୍ମା କମ୍ପାନିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଅପରାହ୍ନ ୨ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ଅନକାପଲ୍ଲୀ ଏସ୍‌ପି ଦୀପିକା ପାଟିଲ କହିଛନ୍ତି ଯେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ପ୍ରବଳ ଧୂଆଁ ବାହାରୁଛି ଏବଂ ଉଦ୍ଧାର ଅପରେସନ୍‌ ଜାରି ରହିଛି।
 
Team India England Tour: ଭାରତୀୟ ଦଳ ଚଳିତ ବର୍ଷ ନ୍ୟୁଜିଲାଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବ। କିନ୍ତୁ ଏବେ ବିସିସିଆଇ ଟୁଇଟ୍ କରି ଘୋଷଣା କରିଛି ଯେ ଭାରତୀୟ ଦଳ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତ କରିବ। ଯେଉଁଠାରେ ଟିମ ୫ଟି ଟେଷ୍ଟ ମ୍ୟାଚର ସିରିଜ୍ ଖେଳିବ। ଏହି ସିରିଜ୍ ଆସନ୍ତା ବର୍ଷ ଜୁନ୍ ଓ ଜୁଲାଇ ମାସରେ ଅନୁଷ୍ଠିତ ହେବ।