Top 10 News Today: DJ ଗାଡି ସିଲ୍ କଲା ପୋଲିସ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2424242

Top 10 News Today: DJ ଗାଡି ସିଲ୍ କଲା ପୋଲିସ ଓ ଅନ୍ୟାନ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: DJ ଗାଡି ସିଲ୍ କଲା ପୋଲିସ ଓ ଅନ୍ୟାନ୍ୟ ଖବର

Top 10 News Today

Headlines 01- ସୁପ୍ରିମକୋର୍ଟର ସମୟସୀମା ସତ୍ତ୍ୱେ କୋଲକାତାର ଆର.ଜି କର ହସ୍ପିଟାଲର ଡାକ୍ତରମାନେ କାର୍ଯ୍ୟକୁ ଫେରିନାହାଁନ୍ତି। ଏଥିସହ କୋଲକାତାର ସ୍ୱାସ୍ଥ୍ୟ ଭବନ ନିକଟରେ ଡାକ୍ତରମାନେ ବିରୋଧ କରିଛନ୍ତି। ଏହି ସମୟ ମଧ୍ୟରେ ଡାକ୍ତରୀ ଦଳ ୫ଟି ସର୍ତ୍ତ ରଖିଛନ୍ତି। ଆରଜି କର ମେଡିକାଲ କଲେଜର ଡାକ୍ତରମାନେ ଧର୍ମଘଟ ବନ୍ଦ କରିବାକୁ ପାଞ୍ଚଟି ଦାବି ଉପସ୍ଥାପନ କରିଛନ୍ତି। ଏହି ସମୟରେ ବିରୋଧ କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେମାନଙ୍କର ପାଞ୍ଚଟି ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧର୍ମଘଟ ଜାରି ରଖିବେ। 

Headlines 02- ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପକ୍ଷରୁ ମୋଟ ୫୧ ଡାକ୍ତରଙ୍କୁ ନୋଟିସ ଜାରି କରାଯାଇଛି। ବୁଧବାର (ସେପ୍ଟେମ୍ବର ୧୧) ରେ ତାଙ୍କୁ ତଦନ୍ତ କମିଟିରେ ହାଜର ହେବାକୁ କୁହାଯାଇଛି। ଅନୁଷ୍ଠାନର ପରିବେଶ ପ୍ରତି ବିପଦ ସୃଷ୍ଟି କରିବା, ଉତ୍ତେଜନା ପରିସ୍ଥିତି ପାଇଁ ପ୍ରୋତ୍ସାହିତ କରିବା ଏବଂ କାର୍ଯ୍ୟ ପରିବେଶକୁ ଖରାପ କରିବା ପରି ସାଂଘାତିକ ଅଭିଯୋଗ ରହିଛି । କମିଟି ସମ୍ମୁଖରେ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ପଡ଼ିବ ବୋଲି ନୋଟିସରେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

Headlines 03- ଆଜି ୯୧ ଦିନରେ ଉପନୀତ ମୋହନ ମାଝିଙ୍କ ନେତୃତ୍ୱାଧୀନ ସରକାର  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ପାରିତ କରିଛନ୍ତି। ବିଧାନସଭାରେ ଏଥିଲାଗି ବିଧେୟକ ଉପସ୍ଥାପନ କରିବା ବେଳେ ସେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ ପୂର୍ବ ସରକାରଙ୍କ ଅପରାଗତା ତଥା ବର୍ତ୍ମାନର ବିରୋଧୀ ଦଳର ସମାଲୋଚନାକୁ କଡ଼ା ଜବାବ ଦିଆଯାଇଛି। ବଜେଟ ଆଗତ ପରେ ଏହି ବଜେଟ ପ୍ରସ୍ତାବକୁ ବିଭିନ୍ନ ଷ୍ଟାଣ୍ଡିଂ କମିଟି ନିରୀକ୍ଷଣ କରିଛନ୍ତି।

Headlines 04- ମଣିପୁରରେ ହିଂସା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ମଙ୍ଗଳବାର ଦିନ ରାଜ ଭବନ ଆଡକୁ ଯିବାକୁ ଚେଷ୍ଟା କରୁଥିବା ଆନ୍ଦୋଳନରତ ଛାତ୍ର, ମହିଳା ବିକ୍ଷୋଭକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ। ବିକ୍ଷୋଭକାରୀମାନେ ଡିଜିପି ଏବଂ ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତାଙ୍କୁ ହଟାଇବାକୁ ଦାବି କରୁଛନ୍ତି।  ଆସନ୍ତା ପାଞ୍ଚ ଦିନ ଧରି ସମଗ୍ର ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ ରହିଛି। ମଣିପୁରରେ ଲିଜ୍ ଲାଇନ୍, VSAT, ବ୍ରଡବ୍ୟାଣ୍ଡ ଏବଂ ଭିପିଏନ୍ ସେବା ପ୍ରମୁଖ ଆଜି ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Headlines 05- ସେପ୍ଟେମ୍ବର ୧୫ ରୁ ଟ୍ରାକରେ ଚାଲିବ ଆଉ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ । ସେଥିରୁ ଗୋଟିଏ ଯାହା ଦୁର୍ଗ ଏବଂ ବିଶାଖାପାଟନମ୍ ମଧ୍ୟରେ ଚାଲିବ । ବର୍ତ୍ତମାନ ଯାତ୍ରୀମାନେ ରାଜଧାନୀ ରାୟପୁର ଠାରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ୩୦୦ କିଲୋମିଟର ଦୂରତାକୁ ମାତ୍ର ୫ ଘଣ୍ଟା ମଧ୍ୟରେ ଅତିକ୍ରମ କରିବାକୁ ସକ୍ଷମ ହେବେ।  ଓଡ଼ିଶାରେ ୩ଟି ନୂଆ ବନ୍ଦେ ଟ୍ରେନ ଚଳାଚଳ କରିବ । ସେମଧ୍ୟରୁ ପ୍ରଥମଟି ଟାଟା-ବ୍ରହ୍ମପୁର, ଦ୍ୱିତୀୟରେ ରାଉରକେଲା-ହାୱାଡା ଏବଂ ତୃତୀୟରେ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ । 

Headlines 06- ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ ଏବଂ ସ୍‍ୱତନ୍ତ୍ର ରିଲିଫ କମିଶନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଛନ୍ତି।

Headlines 07- ରାଜ୍ୟ ସରକାର ୭୫ଟି ଗ୍ରାମ ପଞ୍ଚାୟତକୁ ଏନ୍‍ଏସି ଭାବେ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍‍ ଏହିସବୁ ପ୍ରମୁଖ ଗ୍ରାମ ପଞ୍ଚାୟତ ସହରାଞ୍ଚ ମାନ୍ୟତା ପାଇବ। ସହରାଞ୍ଚଳ ଭଳି ସ୍ଥାନୀୟ ସୁବିଧା ବି ମିଳିପାରିବ। ଏନେଇ ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତ। ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Headlines 08- ପ୍ରବଳ ବର୍ଷାରେ ଧୋଇଗଲା ମାଲକାନଗିରି କନ୍ୟାଶ୍ରମ ଗାଁ ନିକଟସ୍ତ ରାସ୍ତା। ଲଗାଣ ବର୍ଷା ଯୋଗୁଁ ଗତକାଲିଠାରୁ ଜଳ ଘେରରେ ରହିଥିଲା କନ୍ୟାଶ୍ରମ ଗାଁ। ଜଳସ୍ତର କମିବା ସହ ଧୋଇ ହୋଇଗଲା ରାସ୍ତା। ପତିଆ କାଲିମେଳା ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏବେ ବି କନ୍ୟାଶ୍ରମ ପୋଲ ଉପରେ ୮ ଫୁଟ ଉଚ୍ଚ ପାଣି ଚାଲୁଛି। ସେପଟେ ଜିଲ୍ଲାର ପାଙ୍ଗାମ ପୋଲରୁ ଖସିଲା ବନ୍ୟାଜଳ। ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ବାଭାବିକ ହୋଇଛି। ଜୟପୁର-ମାଲକାନଗିରି ମୁଖ୍ୟରାସ୍ତାରେ ସ୍ଵାଭାବିକ ହୋଇଛି ଯାତାୟାତ । ପାଙ୍ଗାମ ପୋଲ ଓ ଅଁଳାଯୋତି ବ୍ରିଜରୁ ବନ୍ୟା ଜଳସ୍ତର ହ୍ରାସ ପାଇଛି । ରବିବାରଠାରୁ ଅଟକିଥିବା ଯାନବାହାନ ଚଳାଚଳ ଆରମ୍ଭ ହୋଇଛି ଲଗାଣ ବର୍ଷା ଯୋଗୁ ଜିଲ୍ଲାର ଅନେକ ଗାଁ ଜଳ ଘେରରେ ରହିଛି।

Headlines 09- ପୁଣି ଥରେ ବିବାଦୀୟ ଭାଷଣ ଦେଇ ବିବାଦ ଘେରକୁ ଆସିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି । ରାହୁଲ କହିଛନ୍ତି, ଭାରତ ବିବିଧତାର ଦେଶ ସମସ୍ତଙ୍କର ଦେଶ । ଉଦାହରଣ ଦେବାକୁ ଯାଇ ରାହୁଲ ଖାଇବା ପ୍ଲେଟ ସହ ଭାରତକୁ ତୁଳନା କରିଛନ୍ତି । ଗୋଟିଏ ଥାଳିରେ ଯେମିତି ସବୁ ଆଇଟମ୍ ରୁହେ ଭାରତ ମଧ୍ୟ ସେମିତି ବିବିଧତାରେ ଏକତା ବହନ କରେ । କେନ୍ଦ୍ରରେ ଶାସକ ବିଜେପି କିନ୍ତୁ କେବଳ ସଂଘର ନୀତିକୁ ଫଲୋ କରେ ବୋଲି କହି ବିବାଦକୁ ଆସିଛନ୍ତି ରାହୁଲ ଗାନ୍ଧି।

Headlines 10- ବାରଣ ସତ୍ତ୍ୱେ ରାଜଧାନୀରେ ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଡିଜେ ବାଜିଛି । ଭଗବାନପୁରରେ ଗଣେଶ ଭସାଣି ସମୟରେ ଡିଜେ ବାଜୁଥିବା ସମୟରେ ତମାଣ୍ଡୋ ପୋଲିସ ଡିଜେ ଗାଡିକୁ ସିଲ୍ କରିଛି । ପ୍ରଭୁ ଗଜାନନଙ୍କ ମୂର୍ତ୍ତିକୁ ଛାଡ଼ି ସେଠାରୁ ସମସ୍ତେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Also Read- Lucky Zodiac Sign: ୧୧ ସେପ୍ଟେମ୍ବରରେ ପ୍ରୀତି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Surya Sankranti: ୫ ରାଶିର ବ୍ୟକ୍ତିଙ୍କ ରୋଜଗାର ଏବଂ ସଫଳତାରେ ପଡିବ ବଡ଼ ପ୍ରଭାବ