Top 10 News Today: ୫୦୦୦ ରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2317021

Top 10 News Today: ୫୦୦୦ ରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 Headlines from 1st July 2024: ଆଜି ମୁଖ୍ୟମନ୍ତ୍ରୀ ଲୋକଙ୍କ କେବଳ ଅଭିଯୋଗ ଶୁଣି ନ ଥିଲେ ବରଂ ତୁରନ୍ତ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 Headlines from 1st July 2024

Top 10 news today:  H1. CM Mohan Charan Majhi: ଆଜି ଜୁଲାଇ ମାସର ପ୍ରଥମ ଦିନରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କ କେବଳ ଅଭିଯୋଗ ଶୁଣି ନ ଥିଲେ ବରଂ ତୁରନ୍ତ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

H2. Prithviraj Harichandan on Rath Yatra 2024: ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏହି ଅବସରରେ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। 

H3. Five Boys Rescued Safely From Saptasajya Jungle: ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ବାରା ସୁରକ୍ଷିତ ଉଦ୍ଧାର କରାଯାଇଛି। ଜଣେ ଲୋକାଲ ଛାତ୍ରଙ୍କ ସହ କଟକ ଅଞ୍ଚଳର ଅନ୍ୟ ଚାରିଜଣ ଛାତ୍ର ସପ୍ତଶଯ୍ୟା ବୁଲିବା ପାଇଁ ଆସିଥିଲେ। ପାହାଡ଼ ଚଢିବା ସମୟରେ ବାଟବଣା ହୋଇ ଅନ୍ୟ ଏକ ପାହାଡକୁ ଚାଲିଯାଇଥିଲେ।

H4. Puri ratha Yatra 2024: ପୁରୀ ରଥଯାତ୍ରା ସୁପରିଚାଳନା ପାଇଁ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ମିଳିଛି। ରାଜ୍ୟ ସରକାର ୯୦ ଜଣ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି। ଏଥିରେ ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଅଛନ୍ତି।

H5. New criminal laws in India: ଆଜିଠାରୁ ଲାଗୁ ହେବ ନୂଆ ଅପରାଧିକ ନ୍ୟାୟ ବ୍ୟବସ୍ଥା। ବ୍ରିଟିଶ୍‍ ସମୟର ତିନି ଆଇନ ଆଜିଠାରୁ ଅକାମୀ ହୋଇ ନୂଆ ଆଇନ ଅନୁସାରେ ପୁଲିସ ଓ ବିଚାର ବ୍ୟବସ୍ଥା କାର୍ଯ୍ୟ କରିବ। ଯେଉଁ ତିନି ଆଇନକୁ ନୂଆକରି ଲାଗୁ କରାଯିବ ସେଗୁଡ଼ିକ ଭିତରେ ପ୍ରଥମରେ ରହିଛି, ଭାରତୀୟ ନ୍ୟାୟ ସଂହିତା ଯାହା ପୂର୍ବରୁ ଇଣ୍ଡିଆନ୍‍ ପେନାଲ୍‍ କୋଡ୍‍ ଭାବେ ପରିଚିତ ଥିଲା।   ସେହିପରି ସିଆର୍‍ପିସିକୁ ଅକାମୀ କରି ସେହି ସ୍ଥାନରେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ୍‍ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବଭାରତୀୟ ସାକ୍ଷ୍ୟ ଅଭିଯାନ। 

H6. Parliament Session 2024 Updates: ରାହୁଲ ଗାନ୍ଧୀ ଲୋକସଭାରେ କହିଛନ୍ତି ଯେ ବିଜେପି ନିରନ୍ତର ସମ୍ବିଧାନ ଉପରେ ଟାର୍ଗେଟ କରୁଛି। ଏହାର ଫଳାଫଳ ନିର୍ବାଚନରେ ​​ଦୃଶ୍ୟମାନ ହେଉଛି। ସେ କହିଛନ୍ତି ଯେ ଆମର ଅନେକ ନେତାଙ୍କୁ ଜେଲରେ ରଖାଯାଇଛି। ଜଣେ ନେତା ବର୍ତ୍ତମାନ ଜେଲରୁ ବାହାରିଛନ୍ତି ଏବଂ ଅନ୍ୟ ଜଣେ ଏବେ ମଧ୍ୟ ଜେଲରେ ଅଛନ୍ତି। ବୋଧହୁଏ ସେ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ କହୁଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋତେ ମଧ୍ୟ ଆକ୍ରମଣ କରାଯାଇଥିଲା ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ସବୁ କରାଯାଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ଗୃହରେ ଭଗବାନ ଶିବଙ୍କ ଫଟୋ ଦେଖାଇ କହିଥିଲେ ଯେ ଆମେ ଭଗବାନଙ୍କ ଶରଣରେ ଅଛୁ। ଏହା ଆମକୁ ଏହି ପରିସ୍ଥିତିର ମୁକାବିଲା କରିବାରେ ସାହାଯ୍ୟ କଲା।

H7. Paris Olympics 2024: ବିହାର ବିଧାୟକ ଶ୍ରେୟାସୀ ସିଂ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଜୁଲାଇ ୨୬ରୁ ଅଲିମ୍ପିକ୍ ଗେମ୍ସରେ ଶ୍ରେୟାସି ସିଂ ମଧ୍ୟ ଦେଶର ପ୍ରତିନିଧିତ୍ୱ କରିବେ। ବିହାରର ଜାମୁଇ ବିଧାନସଭା ଆସନରୁ ବିଧାୟକ ହୋଇଥିବା ଶ୍ରେୟସୀ ସିଂଙ୍କୁ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ଶୁଟିଂ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଭାରତୀୟ ଶୁଟିଂ ଦଳରେ ୨୧ ଖେଳାଳି ଚୟନ କରାଯାଇଛି। ଏହି ତାଲିକାରେ ଶ୍ରେୟସୀ ସିଂଙ୍କ ନାମ ମଧ୍ୟ ସାମିଲ ରହିଛି। ଶ୍ରେୟାସୀ ୩୦ ଓ ୩୧ ଜୁଲାଇରେ ଅଲିମ୍ପିକ୍ସକୁ ସୁଟିଂ କରୁଥିବା ଦେଖିବାକୁ ମିଳିବ।

H8. Saket gokhale defamation case: ମାନହାନି ମାମଲାରେ ଟିଏମସି ସାଂସଦ ସାକେତ ଗୋଖଲେଙ୍କୁ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କ ପତ୍ନୀ ଲକ୍ଷ୍ମୀ ପୁରୀଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ପଡିବ। ସୋମବା ଦିନର ସାକେତ ଗୋଖଲେଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସାକେତ ଗୋଖଲେ ପୂର୍ବତନ କୂଟନୀତିଜ୍ଞ ଲକ୍ଷ୍ମୀ ପୁରୀଙ୍କୁ ଅଘୋଷିତ ସମ୍ପତ୍ତି ସହିତ ସ୍ୱିଜରଲ୍ୟାଣ୍ଡରେ ସମ୍ପତ୍ତି କ୍ରୟ କରିଥିବା ଅଭିଯୋଗ କରିଥିଲେ। ଲକ୍ଷ୍ମୀ ପୁରୀ ରାଜ୍ୟସଭା ସାଂସଦ ସାକେତ ଗୋଖଲେଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ଯେଉଁଥିରେ କୋର୍ଟଙ୍କ ଏହି ଆଦେଶ ଆସିଛି। 

H9. Delhi Court Sentences Medha Patkar To 5 Months Imprisonment: ଦିଲ୍ଲୀର ସାକେତ୍ କୋର୍ଟ ନର୍ମଦା ବାଚାଓ ଆନ୍ଦୋଳନ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ୫ମାସର ସାଧାରଣ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ଭି.କେ ସକ୍ସେନା (ବର୍ତ୍ତମାନ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର) ଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ତାଙ୍କୁ ଏଠାରେ ଦଣ୍ଡିତ କରାଯାଇଛି। ଭି.କେ ସକ୍ସେନାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି।

H10. Team India Next coach: ଚଳିତ ମାସ ଶେଷରେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଟିମ୍ ଇଣ୍ଡିଆ ଏକ ନୂତନ ମୁଖ୍ୟ କୋଚ୍ ପାଇବ ବୋଲି ବିସିସିଆଇ ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି। ବିସିସିଆଇ ମୁଖ୍ୟ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ କ୍ରିକେଟ୍ ପରାମର୍ଶଦାତା କମିଟି ଇଣ୍ଟରଭ୍ୟୁ ନେଇଛନ୍ତି ଓ ଏହି ହାଇ-ପ୍ରୋଫାଇଲ୍ ପଦ ପାଇଁ ଦୁଇଟି ନାମ ସର୍ଟଲିଷ୍ଟ କରିଛନ୍ତି। ଜୟ ଶାହା ବର୍ତ୍ତମାନ ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜରେ ଅଟକି ରହିଛନ୍ତି। ସେଠାରେ ଉପସ୍ଥିତ ଥିବା ସିଲେକ୍ଟ ମିଡିଆ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା ବେଳେ ଶାହା କହିଛନ୍ତି ଯେ ବିସିସିଆଇ ମଧ୍ୟ ଖୁବ ଶୀଘ୍ର ଜଣେ ଚୟନକର୍ତ୍ତାଙ୍କୁ ନିଯୁକ୍ତ କରିବ।